ବିଜେଡି ୨୭ତମ ପ୍ରତିଷ୍ଠା ଦିବସ, ଗଣଦୌଡ଼ରେ ସାମିଲ ହେଲେ କୋରେଇ ବିଧାୟକ

By ETV Bharat Odisha Team

Published : Dec 26, 2023, 11:53 AM IST

thumbnail

BJD Foundation Day Jajpur:

ଯାଜପୁର: ବିଜେଡିର ପ୍ରତିଷ୍ଠା ଦିବସ । ୨୬ ପୁରି ୨୭ରେ ପାଦ ଥାପିଲା ବିଜୁ ଜନତା ଦଳ । ଏହି ଉପଲକ୍ଷେ ଯାଜପୁରର ନହକା ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବ୍ୟାସନଗର ବିଜେଡି ପକ୍ଷରୁ ଗଣଦୌଡ଼ ଆୟୋଜିତ ହୋଇଯାଇଛି । ଆଉ ଏହି ଗଣଦୌଡ଼ରେ ସାମିଲ ହୋଇଛନ୍ତି  ବିଧାୟକ ଅଶୋକ କୁମାର ବଳ । ଏହି ଦିବସକୁ ସାରା ରାଜ୍ୟରେ ବିଜେଡି ଦଳ ପକ୍ଷରୁ ଅତି ଧୂମଧାମର ସହିତ ପାଳନ କରାଯାଉଛି । ଏନେଇ ବ୍ୟାସନଗର ବିଜେଡି ସାଧାରଣ ସମ୍ପାଦକ ମହେଶ ଧଳଙ୍କ ନେତୃତ୍ୱରେ ଆୟୋଜିତ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଅଶୋକ କୁମାର ବଳ, ପୌର ପରିଷଦର ଅଧକ୍ଷା ସଙ୍ଗୀତା ପିଙ୍ଗୁଆ, ଉପାଧକ୍ଷ ସୁବାଷ ଚନ୍ଦ୍ର ବଳ ଓ ପୂର୍ବତନ ଅଧକ୍ଷ ରସାନନ୍ଦ ମହାନ୍ତି ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ l ଏହାପରେ ଯୁବ ବିଜେଡି ପକ୍ଷରୁ ଆୟୋଜିତ ହେଇଥିଲା ଗଣଦୌଡ଼ l ଏହି ଗଣଦୌଡ଼ରେ ବ୍ୟାସନଗର ସହରର ଛାତ୍ରଛାତ୍ରୀ, ଯୁବକ, ଯୁବତୀ ଓ ମହିଳାମାନଙ୍କ ସହିତ ସାମିଲ ହେଇଥିଲେ ବିଧାୟକ ଅଶୋକ କୁମାର ବଳ l  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.