Train Accident: ବାହାନଗା ବଜାର ଷ୍ଟେସନରେ CBI ଟିମର ରାତିରେ ଛାନଭିନ

By

Published : Jun 6, 2023, 11:02 PM IST

thumbnail

ବାଲେଶ୍ବର: ବାଲେଶ୍ବର ବାହାନଗା ବଜାର ଷ୍ଟେସନରେ ପହଞ୍ଚି ଛାନଭିନ ଆରମ୍ଭ କରିଛି CBI ଟିମ । ଆଜି (ମଙ୍ଗଳବାର) ଅପରାହ୍ନରେ CBI ଏହି ତ୍ରିକୋଣୀୟ ଟ୍ରେନ ଦୁର୍ଘଟଣା ମାମଲାର ତଦନ୍ତ ଭାର GRP ଠାରୁ ଗ୍ରହଣ କରିଛି । ଅପରାହ୍ନରେ ସିବିଆଇର ଏକ ଟିମ୍‌ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଥିଲେ । ସେମାନେ ସଂଧ୍ୟାରେ ପୁଣି ଥରେ ଦୁର୍ଘଟଣା ସ୍ଥଳ ଓ ବଜାର ଷ୍ଟେସନ ପରିସରରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏହି ଟିମରେ ଅନେକ ଅଧିକାରୀ ରହିଛନ୍ତି । ତଦନ୍ତରେ ସହଯୋଗ କରିବା ପାଇଁ ସ୍ଥାନୀୟ ପୋଲିସ ଫୋର୍ସ ମଧ୍ୟ କେନ୍ଦ୍ରୀୟ ଅଧିକାରୀଙ୍କ ସହ ରହିଛି । କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଅଧିକାରୀଙ୍କ ଏହି ଟିମ ବାହାନଗା ବଜାର ଷ୍ଟେସନ ପରିସରରେ ଛାନଭିନ ଆରମ୍ଭ କରିଛନ୍ତି । ଏତେ ବଡ ରେଳ ଦୁର୍ଘଟଣା ପୁରା ଦେଶକୁ ସ୍ତବ୍ଦ କରିଦେଇଛି । ସିବିଆଇ ତଦନ୍ତରେ କଣ ଫଳାଫଳ ଆସୁଛି, ସେନେଇ ସାରା ଦେଶର ନଜର ରହିଛି । ଦେଖନ୍ତୁ ଭିଡିଓ 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.