ETV Bharat / bharat

ଅଣ ଓଡ଼ିଆଙ୍କ ହାତରୁ କ୍ଷମତା ହଟିବ, ଓଡ଼ିଆ ଲୋକଙ୍କ ହାତକୁ କ୍ଷମତା ଆସିବ: ପ୍ରଶାନ୍ତ ଜଗଦ୍ଦେବ - Prasanta Jagadev visits Lingaraj

author img

By ETV Bharat Odisha Team

Published : May 24, 2024, 2:17 PM IST

Prasanta Jagadev visited Lingaraj temple: ଆସନ୍ତାକାଲି ମତଦାନ ଥିବା ବେଳେ ଆଜି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ଲିଙ୍ଗରାଜ ମନ୍ଦିର ଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ

Prasanta Jagadev
Prasanta Jagadev (ETV Bharat Odisha)

ଭୁବନେଶ୍ୱର: ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଆସନ୍ତାକାଲି ହେବାକୁ ଯାଉଛି । ଏହି ପର୍ଯ୍ୟାୟରେ 6ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ଏହି ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର ,ପୁରୀ, କେଉଁଝର, ଢେଙ୍କାନାଳର ମତଦାନ ହେବ । ତେବେ ଆସନ୍ତାକାଲି ଖୋର୍ଦ୍ଧା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଥିବା ବେଳେ ଆଜି ( ଶୁକ୍ରବାର) ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ।

Prasanta Jagadev (ETV Bharat Odisha)

ଏହି ଅବସରରେ ସେ କହିଛନ୍ତି ଯେ, ଲିଙ୍ଗରାଜଙ୍କ ଦର୍ଶନ କରି ଜଗତର ମଙ୍ଗଳ କାମନା କଲି । ଜଗତରେ ଶାନ୍ତି ପ୍ରତିଷ୍ଠା ହେଉ । ପ୍ରଧାନମନ୍ତ୍ରୀ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇ ଦେଶକୁ ସାରା ବିଶ୍ବରେ ସମ୍ମାନର ସ୍ଥାନରେ ପହଞ୍ଚାନ୍ତୁ, ବିଶ୍ଵର ନେତୃତ୍ୱ ନିଅନ୍ତୁ । ଆମର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ବିପୁଳ ମାତ୍ରାରେ ବିଜୟୀ ହୁଅନ୍ତୁ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେଉ । ଓଡ଼ିଶାବାସୀଙ୍କ ସ୍ୱାଭିମାନ ଓ ଅସ୍ମିତାକୁ ରକ୍ଷା ହେଉ । ଦେଶରେ ପରିବର୍ତ୍ତନ ହେଉ । ଇଂରେଜଙ୍କ ଭଳି ତାମିଲ ଓ ଅଣଓଡ଼ିଆମାନେ ଏବେ ଓଡ଼ିଶାକୁ ଯେଉଁଭଳି ଟର୍ଚର କରୁଛନ୍ତି, ରାଜକୋଷକୁ ଲୁଟୁଛନ୍ତି, ନିର୍ବାଚନରେ ସରକାରୀ କଳକୁ ବ୍ୟବହାର କରୁଛନ୍ତି, ଏଥିରୁ ନିବୃତ୍ତ ରଖନ୍ତୁ । ଏଥିପାଇଁ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ।"

ଏହାମଧ୍ୟ ପଢନ୍ତୁ.. ଜୟଦେବରେ ଆରପାର ଲଢେଇ; ବିଜେଡି ପୁଣି ଗଡ଼ ହାତେଇବ ନା ଆଉ କିଏ ମାରିବ ବାଜି ? - Jaydev Assembly Constituency

ଅନ୍ୟପଟେ ବିଜେଡି ବିଧାୟକ ଜିତୁ ମିତ୍ର ବିଜେପିରେ ମିଶିବାକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, " ବିଜେଡି ବିଧାୟକ ଜିତୁ ମିତ୍ରଙ୍କ ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ସମେତ ଓଡ଼ିଶାରେ ପ୍ରଭାବ ପକାଇବ । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ଆମ ବିଜୟ ସମ୍ଭାବନାକୁ ଆହୁରି ଆଗକୁ ନେଇଯିବ । ଜିତୁ ମିତ୍ରଙ୍କ ପ୍ରତି ବିଜେଡି ବେଇମାନି କରି ଜଣେ ମାଫିଆକୁ ଟିକେଟ ଦେଇଛି । ଖୋର୍ଦ୍ଧାବାସୀ ଜଣେ ମାଫିଆଙ୍କୁ ଭୋଟ ଦେବାକୁ ଚାହାନ୍ତିନି । ଖୋର୍ଦ୍ଧାରେ ଆଉ ଥରେ ଦ୍ୱିତୀୟ ସ୍ଵାଧୀନତା ସଂଗ୍ରାମ ଆରମ୍ଭ ହେବ । ଅଣ ଓଡ଼ିଆଙ୍କ ହାତରୁ କ୍ଷମତା ହଟିବ, ଓଡ଼ିଆ ଲୋକଙ୍କ ହାତକୁ କ୍ଷମତା ଆସିବ ।


ସୂଚନାଯୋଗ୍ୟ, ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି । ତେବେ ଏନେଇ ସବୁଠି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆଜି ଷ୍ଟ୍ରଙ୍ଗ ରୁମରୁ ବୁଥକୁ ଯାଉଛି ଇଭିଏମ୍ । ଭୁବନେଶ୍ୱର, କଟକ, ସମ୍ବଲପୁର ଜିଲ୍ଲାର ବିଭିନ୍ନ ନିର୍ବାଚନ ମଣ୍ଡଳୀ ପାଇଁ ଷ୍ଟ୍ରଙ୍ଗ ରୁମରୁ ଇଭିଏମ୍ ନେଇ ପୁଲିଂ ବୁଥ ଅଭିମୁଖେ ଯାଉଛନ୍ତି ନିର୍ବାଚନ ଦାୟିତ୍ୱରେ ଥିବା ଏକାଧିକ କର୍ମଚାରୀ ଓ ଅଧିକାରୀ ।

ଇଟିଭି ଭାରତ,ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.