ETV Bharat / state

ଜୟଦେବରେ ଆରପାର ଲଢେଇ; ବିଜେଡି ପୁଣି ଗଡ଼ ହାତେଇବ ନା ଆଉ କିଏ ମାରିବ ବାଜି ? - Jaydev Assembly Constituency

author img

By ETV Bharat Odisha Team

Published : May 23, 2024, 3:27 PM IST

Updated : May 23, 2024, 3:58 PM IST

Jaydev Constituency fight : ମତଦାନକୁ ଆଉ ମାତ୍ର ଗୋଟିଏ ଦିନ । ଆସନ୍ତା ୨୫ରେ ଜୟଦେବ ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବାକୁ ଥିବା ବେଳେ ଆଜି ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ମନାଇବାକୁ ଜୋରଦାର ପ୍ରୟାସ କରିଛନ୍ତି ବିଭିନ୍ନ ଦଳର ପ୍ରାର୍ଥୀ । ତେବେ ଏଥର ମୈଦାନରେ ୮ଜଣ ପ୍ରାର୍ଥୀ ମଧ୍ୟରେ କଡା ଟକ୍କର ଦେଖିବାକୁ ଥିବା ବେଳେ କିଏ ହାତେଇବ ଗଡ଼ ? ତାହା ଦେଖିବାକୁ ବାକି ରହିଲା । ଦେଖନ୍ତୁ ଏହି ରିପୋର୍ଟ

ଜୟଦେବରେ କିଏ ମାରିବ ବାଜି?
ଜୟଦେବରେ କିଏ ମାରିବ ବାଜି? (ETV Bharat Odisha)

ନିଆଳି: ଆଉ ମାତ୍ର ଗୋଟିଏ ଦିନର ଅପେକ୍ଷା । ୨୫ରେ ନିର୍ବାଚନ ହେବାକୁ ଥିବା ବେଳେ ଚଳଚଞ୍ଚଳ ଜୟଦେବ ନିର୍ବାଚନ ମଣ୍ଡଳୀ। ସେପଟେ ଆଜି ତୃତୀୟ ପର୍ଯ୍ୟାୟ ପାଇଁ ପ୍ରଚାରର ଶେଷ ଦିନ ଥିବା ବେଳେ ବିଭିନ୍ନ ଦଳୀୟ ପ୍ରାର୍ଥୀମାନେ ଭୋଟରଙ୍କୁ ମନାଇବାରେ ଲାଗିପଡିଛନ୍ତି । ପ୍ରାର୍ଥୀମାନେ ନିର୍ବାଚନୀ ସଭା, ରୋଡ଼ ସୋ ଏବଂ ମୋଟରସାଇକେଲ ରାଲି କରି ପ୍ରଚାର କରୁଛନ୍ତି । ତେବେ ଏଥର ଜୟଦେବରେ ୩ ପ୍ରମୁଖ ଦଳ(ବିଜେପି, ବିଜେଡି ଓ କଂଗ୍ରେସ) ପ୍ରାର୍ଥୀ ସହ ସ୍ବାଧୀନ ପ୍ରାର୍ଥୀ କଡା ଟକ୍କର ଦେଉଥିବା ଦେଖିବାକୁ ମିଳିଛି । ମୈଦାନରେ ରହିଛନ୍ତି ୮ ପ୍ରାର୍ଥୀ ।

ଜୟଦେବରେ କିଏ ମାରିବ ବାଜି? (ETV Bharat Odisha)

ଜୟଦେବରେ ଆରପାର ଲଢେଇ: ବିଜେପିରୁ ବିଧାୟକ ପ୍ରାର୍ଥୀ ଅରବିନ୍ଦ ଢ଼ାଲି, କଂଗ୍ରେସରୁ କୃଷ୍ଣ ଚନ୍ଦ୍ର ସଗରିଆ, ବିଜେଡିରୁ ନବକିଶୋର ମଲ୍ଲିକ ରହିଥିବା ବେଳେ ସ୍ବାଧୀନ ପ୍ରାର୍ଥୀ ଭାବରେ ସତ୍ୟପ୍ରିୟ ବେହେରା, ଲୋକନାଥ ବେହେରା, କୃଷ୍ଣଚନ୍ଦ୍ର ଖଟୁଆ,ଆପରୁ ଦିନବନ୍ଧୁ ନାୟକ ଏବଂ ସମୃଦ୍ଧ ଓଡିଶାରୁ ରଶ୍ମିତା ଭୋଇ ଜୟଦେବରୁ ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି । ତେବେ ଏହାକୁ ଦେଖି ଜୟଦେବରେ ଆରପାର ଲଢେଇ ନେଇ ଚର୍ଚ୍ଚା ଜୋର ଧରିଛି ।

ପ୍ରାର୍ଥୀଙ୍କ ପ୍ରତିକ୍ରିୟା:

ନବକିଶୋର ମଲ୍ଲିକଙ୍କ ପ୍ରତିକ୍ରିୟା: ନିର୍ବାଚନ ନେଇ ବିଜେଡି ପ୍ରାର୍ଥୀ ନବକିଶୋର ମଲ୍ଲିକ କହିଛନ୍ତି, ''ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ଆଗେଇ ନେବା ସହ ଜୟଦେବ ମାଟିର ପୁଅ ହିସାବରେ ଜଣେ ସେବକ ପରି ଜୟଦେବ ବାସୀଙ୍କ ନିକଟରେ ସମସ୍ତ କାର୍ଯ୍ୟ ପହଞ୍ଚାଇବି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।''

ଜୟଦେବରେ କିଏ ମାରିବ ବାଜି?
ଜୟଦେବରେ କିଏ ମାରିବ ବାଜି? (ETV Bharat Odisha)

ଅରବିନ୍ଦ ଢ଼ାଲିଙ୍କ ପ୍ରତିକ୍ରିୟା: ବିଜେଡିରୁ ଦୁଇ ଥର ବିଧାୟକ ହୋଇଥିବା ବେଳେ ବର୍ତ୍ତମାନ ଅରବିନ୍ଦ ଦଳ ବଦଳାଇଛନ୍ତି । ସେ ବିଜେପି ଦଳରେ ମିଶିଥିବା ବେଳେ ଏହି ଦଳ ବି ତାଙ୍କୁ ଭରସା କରି ପ୍ରାର୍ଥୀ ଭାବେ ଟିକେଟ ଦେଇଛି । ଏହି ସମୟରେ ସେ ନିର୍ବାଚନ ନେଇ କହିଛନ୍ତି, ''ଜୟଦେବରେ ବହୁ ବିକାଶ କରିଛି । ଯଦି ପୁଣି ବିଧାୟକ ଭାବେ ଜିତେ, ତେବେ ଅଞ୍ଚଳରେ ଆହୁରି ବିକାଶ କରିବି । କୃଷକ ମାନଙ୍କ ପାଇଁ ଶୀତଳ କରଣ ଭଣ୍ଡାର ଏବଂ ନଦୀ ନାଳର ବିକାଶ ହେବ । ପାଣି ସମସ୍ୟା ଭଳି ଲୋକଙ୍କ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂର କରିବି ।''

କୃଷ୍ଣ ଚନ୍ଦ୍ର ସଗରିଆଙ୍କ ପ୍ରତିକ୍ରିୟା: ନିର୍ବାଚନ ନେଇ କଂଗ୍ରେସ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ସଗରିଆ କହିଛନ୍ତି, ''ଜୟଦେବ ମାଟିରେ ଭୋଟର ପରିବର୍ତ୍ତନ କରିବା ପାଇଁ ନିଷ୍ପତି ନେଇଛନ୍ତି ଜୟଦେବ ମାଟିକୁ ବଞ୍ଚାଇବା ପାଇଁ ଜୟଦେବର ଭୋଟର ଜଣେ ଜଣେ ବିଧାୟକ ପ୍ରାର୍ଥୀ ଭାବରେ ଲଢ଼ୁଛନ୍ତି । ଏଥର କଂଗ୍ରେସ ନିଶ୍ଚୟ ବିଜୟଲାଭ କରିବ । ଯଦି ମୁଁ ବିଧାୟକ ଭାବେ ଜିତେ, ତେବେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ସହ ଜୟଦେବରେ ଟ୍ରେନ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରିବ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର ।''

ସତ୍ୟପ୍ରିୟ ବେହେରାଙ୍କ ପ୍ରତିକ୍ରିୟା: ସେହିପରି ସ୍ବାଧୀନ ପ୍ରାର୍ଥୀ ସତ୍ୟପ୍ରିୟ ବେହେରା କହିଛନ୍ତି, ''ଗତ ପାଞ୍ଚ ବର୍ଷ ହେବ ଜୟଦେବ ବାସୀଙ୍କ ଦୁଃଖ ସୁଖରେ ଛିଡା ହୋଇଛି । ଜୟଦେବରେ ସ୍ବାଧୀନ ପ୍ରାର୍ଥୀ ପ୍ରତି ଭାବେ ମୋତେ ଲୋକଙ୍କ ସମର୍ଥନ ଅଛି ଏବଂ ଲୋକେ ମଧ୍ୟ ପରିବର୍ତ୍ତନ ଚାହୁଁଛନ୍ତି । ଦଳ ନୁହେଁ ପ୍ରାର୍ଥୀ ଦେଖି ନେତା ବାଛିବାକୁ ଲୋକଙ୍କୁ ଅନୁରୋଧ କରୁଛି ବୋଲି କହିଛନ୍ତି ସତ୍ୟପ୍ରିୟ ବେହେରା ।''

କିଏ ହାତେଇବ ଜୟଦେବ ଗଡ଼?

ଜୟଦେବରେ ୨୦୦୦ ମସିହା ଠାରୁ ବିଜେଡି ହାତରେ ରହିଛି ଏଥର କିନ୍ତୁ ପାଣିପାଗ ଗୋଳିଆ ହୋଇଛି । ବିଜେଡି ଯଦିଓ ଭଲ ସ୍ଥିତିରେ ଅଛି କିନ୍ତୁ ଅନ୍ଯ ଦଳର ପ୍ରାର୍ଥୀ ଏବଂ ସ୍ବାଧୀନ ପ୍ରାର୍ଥୀଙ୍କ ଦବଦବା ବୃଦ୍ଧି ହୋଇଛି । ତେବେ ୨୪ ବର୍ଷ ଜୟଦେବର ବିଜେଡି ଗଡକୁ କିଏ କରିବ ଦଖଲ ନାଁ ବିଜେଡି ପୁଣି ମାରିବ ବାଜି । ତାହା ଉପରେ ସମସ୍ତଙ୍କ ନଜର ।

୨୫ରେ ଭୋଟ୍: ଜୟଦେବ ବିଧାନସଭା ଆସନରେ ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୩୩ଟି ପଞ୍ଚାୟତ ରହିଛି । ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୮୧ ହଜାର ୯୮୧ ଜଣ । ଆସନ୍ତା ୨୫ ତାରିଖରେ ୨୩୬ ଟି ବୁଥରେ ଜୟଦେବ ଭୋଟର ଆସନ୍ତା ୨୫ ଶନିବାର ଦିନ ନିଜର ମତଦାନ ସାବ୍ୟସ୍ତ କରିବେ ।

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧା ଲଢେଇ: ବିଜେଡି ଅଭେଦ୍ୟ ଦୁର୍ଗରେ ଫୁଟିବ କି ପଦ୍ମ, ନା ବିଜୟ ସ୍ବାଦ ଚାଖିବେ ଜାନକୀ ନନ୍ଦନ


ନିଆଳି, ଇଟିଭି ଭାରତ

Last Updated : May 23, 2024, 3:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.