ETV Bharat / state

ମିଛ କହୁଛି ବିଜେପି, ଦେଖନ୍ତୁ ମୁଁ ସମ୍ପୂର୍ଣ୍ଣ ଫିଟ୍‌: ନବୀନ - Naveen Patnaik to BJP

author img

By ANI

Published : May 24, 2024, 4:00 PM IST

Updated : May 24, 2024, 4:43 PM IST

Naveen Patnaik responds to BJPs claims: ବିରୋଧୀଙ୍କୁ କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ । କହିଲେ ମୁଁ ସମ୍ପୂର୍ଣ୍ଣ ଫିଟ୍‌, ଗତ ମାସେ ଧରି ପ୍ରଚାର କରୁଛି । ଅଧିକ ପଢନ୍ତୁ

Naveen Patnaik
Naveen Patnaik (ETV Bharat Odisha)

ବାରିପଦା(ମୟୂରଭଞ୍ଜ): ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ । ନବୀନଙ୍କ ପ୍ରଚାର ଭିଡିଓ କୃତ୍ରିମ ବୁଦ୍ଧିମତା (AI)ର ଡିପଫେକ ଫିଚର ଦ୍ବାରା ପ୍ରସ୍ତୁତ କରାଯାଉଥିବା ନେଇ ବିରୋଧୀଙ୍କ ଲଗାତାର ଟାର୍ଗେଟ ପରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜକୁ ସମ୍ପୂର୍ଣ୍ଣ ଫିଟ୍‌ ବୋଲି କହିଛନ୍ତି । ସେପଟେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ ମଧ୍ୟ ବିରୋଧୀଙ୍କ ମନ୍ତବ୍ୟକୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀମାନେ ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି । ମୟୂରଭଞ୍ଜ ବାରିପଦାରେ ଜନସଭାରେ ଯୋଗଦେଇ ଏପରି କହିଛନ୍ତି ପାଣ୍ଡିଆନ ।

ମିଛ କହିବାର ଗୋଟେ ସୀମା ଅଛି, ଦେଖନ୍ତୁ ମୁଁ ସମ୍ପୂର୍ଣ୍ଣ ଫିଟ୍‌: ନବୀନ (ANI)

କଣ କହିଲେ ନବୀନ ?

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ବିଜେପି ଯେଉଁ ପରିମାଣରେ ମିଛ କହୁଛି, ତାର ଏକ ସୀମା ଅଛି । ଆପଣମାନେ ଦେଖିପାରୁଥିବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଗତ 1 ମାସ ଧରି ମୁଁ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରୁଛି ।" ଏହା ପୂର୍ବରୁ ମଧ୍ୟ ନବୀନ ଏହି ପ୍ରସଙ୍ଗରେ ଏକ ଛୋଟ ଭିଡିଓ ଜାରି କରିଥିଲେ । ଯେଉଁଥିରେ ଭିକେ ପାଣ୍ଡିଆନ ଏହି ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରିଥିଲେ । ନବୀନ କହିଥିଲେ ଯେ ସେ ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରୁଛନ୍ତି, ତେବେ ବିଜେପି ଇଣ୍ଟେଲିଜେନ୍ସିର ବ୍ୟବହାର କରୁଛି । ସେ ପରୋକ୍ଷରେ କେନ୍ଦ୍ର ବିଜେପିକୁ କଟାକ୍ଷ କରିଥିଲେ । ବିଜେପି ନିଜ କ୍ଷମତାର ଅପବ୍ୟବହାର କରି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି ।

ନିନ୍ଦା କଲେ ପାଣ୍ଡିଆନ:- ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ଆଶା କରୁଛି ବିଜେପି ଅନ୍ୟ କୌଣସି ପ୍ରସଙ୍ଗ ନେଇ ଆସୁ, ଯେଉଁ କଥାର ବାସ୍ତବରେ ଅସ୍ତିତ୍ବ ନାହିଁ ବିଜେପି ତାହା କହୁଛି । ସେମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବାସ୍ଥ୍ୟ ବିରୋଧରେ ଅପପ୍ରଚାର କରୁଛନ୍ତି । ନବୀନଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ଉପଯୋଗ କରୁଛନ୍ତି । ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦେଖୁଛନ୍ତି, ଏହା ସତ୍ତ୍ବେ ଏପରି ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ । ବିଜେଡିକୁ ଟାର୍ଗେଟ କରିବା ପାଇଁ ବିଜେପି ଅନ୍ୟ କୌଣସି ପ୍ରସଙ୍ଗ ଆଣିବ ବୋଲି ମୁଁ ଆଶା କରୁଛି ।"

ଏହା ବି ପଢନ୍ତୁ- ବିଜେପି ଶୀର୍ଷ ନେତାଙ୍କ ପ୍ରେସମିଟ: ‘ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ପାଇଁ ନବୀନ ଦାୟୀ, ଜାରି ହେଉଛି ନବୀନଙ୍କ ଡିପଫେକ ଭିଡିଓ ’

ସୂଚନା ଥାଉ କି ଗତ କିଛି ଦିନ ଧରି ଶାସକ ଦଳ ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଆସୁଛି ବିଜେପି । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର ଭିଡିଓକୁ ନେଇ ଟାର୍ଗେଟ କରି କହିଥିଲେ ଯେ 'ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ସଫ୍ଟଓ୍ବେର ‘ଡିପଫେକ’ ବ୍ୟବହାର କରି ନବୀନଙ୍କ ଭିଡିଓ ପ୍ରସ୍ତୁତ କରାଯାଉଛି । ନବୀନଙ୍କ ଅଗୋଚରରେ ତାଙ୍କୁ କଣ୍ଢେଇ ପରି ନଚାଯାଉଛି ।'

ସେହିପରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସୁଥିବା କେନ୍ଦ୍ରୀୟ ନେତା ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡିଲେଣି । ସେ ପୁଣି ଥରେ ଶାସନ କରିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରୁଛନ୍ତି । ଗୁରୁବାର ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ଓଡ଼ିଶାକୁ ତାମିଲବାବୁ ଚଲାଉଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଲେଣି । ତାଙ୍କୁ ବିଶ୍ରାମ ଦେଇ ବିଜେପିକୁ ଭୋଟ ଦେବାକୁ ସେ ଓଡ଼ିଶାବାସୀଙ୍କୁ ଅପିଲ୍‌ କରିଥିଲେ ।

Last Updated : May 24, 2024, 4:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.