ଅଙ୍ଗନୱାଡି କେନ୍ଦ୍ରରୁ ଅଙ୍ଗନୱାଡି କର୍ମୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

By ETV Bharat Odisha Team

Published : Sep 8, 2023, 8:16 PM IST

thumbnail

ବାଲେଶ୍ୱର: ଅଙ୍ଗନୱାଡି କେନ୍ଦ୍ରରେ ସନ୍ଦେହଜନକ ଆବସ୍ଥାରେ ଅଙ୍ଗନୱାଡି କର୍ମୀଙ୍କ ମୃତଦେହ ଉଦ୍ଧାର । ଏପିର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖନ୍ତାପଡ଼ା ଥାନା ମହାରାଜପୁର ଅଞ୍ଚଳରେ । ମହାରାଜପୁର ଅଞ୍ଚଳର ଜଣେ ଅଙ୍ଗନୱାଡି କର୍ମୀ ଅଙ୍ଗନୱାଡ଼ି କେନ୍ଦ୍ରରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । କର୍ମୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀଙ୍କୁ ମାରପିଟ କରାଯାଇଥିବା ବେଳେ ମେଡିକାଲ ପରିସରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଝିଅର ମୃତ୍ୟୁ ପଛରେ ସ୍ବାମୀ ଓ ଶାଶୁଥିବା ଅଭିଯୋଗ କରିଛନ୍ତି ପରିବାର । 
 

ସୂଚନା ଅନୁସାରେ, ମହାରାଜପୁର ଗ୍ରାମର ବିସ୍ମିତ ଦାସ ଗତ 10 ବର୍ଷ ତଳେ ଚିତାପଦା ଗ୍ରାମର ପ୍ରଜ୍ଞା ପରମିତା ଦାସଙ୍କୁ ପ୍ରେମ ବିବାହ କରିଥିଲେ। ହେଲେ ବିବାହର କିଛିଦିନ ପରେ ବିସ୍ମିତ ସ୍ତ୍ରୀ ପ୍ରଜ୍ଞା ପରମିତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ସ୍ତରରେ ନିର୍ଯ୍ୟାତନା ଦେଉଥିବା ପ୍ରଜ୍ଞାଙ୍କ ପିତା ଅଭିଯୋଗ କରିଛନ୍ତି । ପ୍ରଜ୍ଞା ମହାରାଜପୁର କୁଜଡ଼ିହ ଅଙ୍ଗନୱାଡି କେନ୍ଦ୍ରରେ କର୍ମୀ ଭାବେ କାର୍ଯ୍ୟ କରୁଥିଲେ । ଆଜି ସକାଳେ ଅଙ୍ଗନୱାଡି କେନ୍ଦ୍ରକୁ ଯାଇଥିଲେ । ପରେ ଅଙ୍ଗନୱାଡି କେନ୍ଦ୍ରରୁ ପ୍ରଜ୍ଞା ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ ।  

ତୁରନ୍ତ ପ୍ରଜ୍ଞାଙ୍କୁ ଉଦ୍ଧାର କରି ଖନ୍ତାପଡ଼ା ମେଡିକାଲକୁ ନେଇଥିଲେ ଅଞ୍ଚଳବାସୀ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରଜ୍ଞା ପରମିତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ଆକ୍ରୋଶରେ ବିସ୍ମିତକୁ ମାରପିଟ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବିସ୍ମିତ ଓ ତାଙ୍କ ମାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.