26/11 ମୁମ୍ବାଇ ଆତଙ୍କୀ ଆକ୍ରମଣ ପୁରିଲା 15 ବର୍ଷ, ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Nov 26, 2023, 2:01 PM IST

thumbnail

ମୁମ୍ବାଇ: 26/11 ମୁମ୍ବାଇ ଆତଙ୍କୀ ଆକ୍ରମଣ ଘଟଣାକୁ ପୁରିଛି 15 ବର୍ଷ  । 2008 ମସିହା ଆଜିର ଦିନରେ ମୁମ୍ବାଇର ତାଜ ହୋଟେଲରେ ଘଟିଥିଲା ସାରା ପୃଥିବୀକୁ ଦୋହଲାଇ ଦେବା ଭଳି ଘଟଣା । ତାଜ ହୋଟେଲରେ ଲସ୍କର-ଏ-ତୋଏବା ଆତଙ୍କବାଦୀମାନେ ଖେଳିିଥିଲେ ରକ୍ତର ହୋଲି । ଯେଉଁଥିରେ 18 ଜଣ ସୁରକ୍ଷାକର୍ମୀଙ୍କ ସହ 166 ଜଣଙ୍କ ପ୍ରାଣ ବଳି ପଡ଼ିଥିଲା । 26 ଜଣ ବିଦେଶୀ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ସେଦିନର ଏହି ଆକ୍ରମଣରେ ଶହୀଦ ଯବାନଙ୍କୁ ମନେ ପକାଇ ଆଜି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । 

ଏହାମଧ୍ୟ ପଢନ୍ତୁ.. 26/11 ଆତଙ୍କୀ ଆକ୍ରମଣକୁ 15 ବର୍ଷ: ଆଜି ବି ମନରୁ ଲିଭିନି କାଳରାତି ଛାତିଥରା କାହାଣୀ

ମୁମ୍ବାଇ କମିଶନରେଟ ପୋଲିସ କାର୍ଯ୍ୟାଳୟରେ ମହାରାଷ୍ଟ୍ର ଗଭର୍ଣ୍ଣର ରମେଶ ବାଇସ୍, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ପ୍ରମୁଖ ଶଦୀହମାନଙ୍କ ମନେ ପକାଇବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏଥିସହ ମନ୍ତ୍ରୀ ବିବେକ ଫନସାଲକର ଓ ଅନ୍ୟାନ୍ୟ ପ୍ରମୁଖ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହିଥିଲେ । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.