ଶ୍ରୀମନ୍ଦିରରେ ଅଘଟଣ, ଉତ୍ତର ଦ୍ୱାର କୂଅରେ ପଡି ଭକ୍ତ ଆହତ - devotees falls into well

By ETV Bharat Odisha Team

Published : May 24, 2024, 8:11 AM IST

thumbnail
DEVOTEES FALLS INTO WELL (ETV BHARAT ODISHA)

ପୁରୀ: ପୁଣି ଶ୍ରୀମନ୍ଦିରରେ ଅଘଟଣ। ମନ୍ଦିର ଉତ୍ତର ଦ୍ୱାର ଐଶାନ୍ୟଶ୍ୱର ମନ୍ଦିର ନିକଟରେ ଥିବା କୂଅରେ ପଡି ଜଣେ ଭକ୍ତ ଆହତ ହୋଇଛନ୍ତି । ଆହତ ଭକ୍ତ ହେଉଛନ୍ତି ପଶ୍ଚିମବଙ୍ଗର ଧ୍ରୁବ ଚକ୍ରବର୍ତ୍ତୀ। ପରିବାର ସହ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଆସିଥିବା ବେଳେ ସେ କୂଅରେ ପଡିଯାଇଥିଲେ । ତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ସେ ସୁସ୍ଥ ରହିଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସେ ସନ୍ଧ୍ୟା ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ  ଉତ୍ତର ଦ୍ୱାର ନିକଟରେ ବିଭିନ୍ନ ମନ୍ଦିର ଦର୍ଶନ କରୁଥିଲେ । ଏହି ସମୟରେ ଐଶାନ୍ୟଶ୍ୱର ମନ୍ଦିର ନିକଟରେ ଅନ୍ଧାର ହୋଇଥିବାରୁ ପ୍ରଥମେ ତାଙ୍କ ପତ୍ନୀ କୂଅରେ ଝୁଣ୍ଟି ଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ଧ୍ରୁବ ପଡିଯାଇଥିଲେ। କୂଅର ଗଭୀରତା କମ ରହିଥିଲା । ଏନେଇ ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲା । ପରେ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । 
ଏହା ମଧ୍ୟ ପଢନ୍ତୁ-ରଥଖଳା ହାଲଚାଲ: ନୃସିଂହ ଚତୁର୍ଦ୍ଦଶୀରେ ହେଲା ଗୁଜ ଅନୁକୂଳ - Ratha Khala Halchal


ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.