ETV Bharat / politics

'ଭୋଟ ଦେବ ଯଦି 500 ନିଅ, ନହେଲେ ଧର୍ମଗ୍ରନ୍ଥ ଛୁଅଁ' - Note for Vote in cuttack

author img

By ETV Bharat Odisha Team

Published : May 24, 2024, 1:04 PM IST

Illegal distribution of money for vote in Cuttack: କଟକରୁ ଆସିଲା ସାଂଘାତିକ ଅଭିଯୋଗ । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଭୋଟ ଦେବା ପାଇଁ ଅଙ୍ଗନବାଡି ଦିଦି ଟଙ୍କା ବଣ୍ଟୁଥିବା ଅଭିଯୋଗ ଆଣିଲେ ବସ୍ତିବାସିନ୍ଦା । ଥାନାରେ ଏତଲା । ଅଧିକ ପଢନ୍ତୁ

NOTE FOR VOTE IN CUTTACK
NOTE FOR VOTE IN CUTTACK (ETV Bharat Odisha)

କଟକ: 'ନୋଟ ଫର ଭୋଟ' । ତୃତୀୟ ପର୍ଯ୍ୟାୟରେ ଅର୍ଥାତ୍ ଶନିବାର କଟକରେ ନିର୍ବାଚନ ହେବାକୁ ଥିବା ବେଳେ ଗୁରୁବାର ରାତିରେ ଟଙ୍କା ବଣ୍ଟା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ଭୋଟ ଦେବାକୁ ପାଇଁ ୫୦୦ ଟଙ୍କା ଦେବା ସହ ପିଲା ଓ ଧର୍ମଗ୍ରନ୍ଥ ଛୁଇଁ ରାଣ ପକେଇବା ପାଇଁ ବାଧ୍ୟ ସ୍ଥାନୀୟ ଅଙ୍ଗନବାଡ଼ି ଦିଦି ବାଧ୍ୟ କରୁଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

NOTE FOR VOTE IN CUTTACK (ETV Bharat Odisha)

କଟକ ମହାନଗର ନିଗମ ୬ ନମ୍ବର ୱାର୍ଡ ସତୀଚଉରା ସ୍ଥିତ ଇମାମପଡ଼ା ବସ୍ତିରେ ଏକ ରାଜନୈତିକ ଦଳକୁ ଭୋଟ ଦେବା ପାଇଁ ଅଙ୍ଗନବାଡ଼ି ଦିଦିଙ୍କ ଦ୍ଵାରା ଟଙ୍କା ବଣ୍ଟା ଅଭିଯୋଗ ମାମଲା ହୋଇଛି । ବସ୍ତି ବାସିନ୍ଦାଙ୍କ ବିରୋଧ ପରେ ଅଙ୍ଗନବାଡ଼ି ଦିଦି ଓ ତାଙ୍କ ସ୍ୱାମୀକୁ ଥାନାରେ ଅଟକ ରଖିଛି ମର୍କତନଗର ଥାନା ପୋଲିସ । ଏହି ଘଟଣାରେ ଅଙ୍ଗନବାଡ଼ି ଦିଦି ସଂଯୁକ୍ତା ମହାନ୍ତି ଓ ସ୍ବାମୀ ଡାନିଏଲ ନାୟକକୁ ଅଟକ ରଖିଛି ପୋଲିସ୍ ।

ଏହାମଧ୍ୟ ପଢନ୍ତୁ.. ପିପିଲିରେ ନିର୍ବାଚନୀ ହିଂସା: ତିନି ଗୁରୁତର, ତଦନ୍ତ ଦାବିରେ ଥାନା ଘେରାଉ - Pre Election Violence

ଅଭିଯୋଗ ଅନୁଯାୟୀ ଅନୁଯାୟୀ, ଇମାମପଡ଼ା ବସ୍ତି ବାସିନ୍ଦାଙ୍କୁ ଏକ ଦଳକୁ ଭୋଟ ଦେବା ପାଇଁ ୫୦୦ ଟଙ୍କା ଦେବା ସହ ପିଲା ଓ ଧର୍ମଗ୍ରନ୍ଥ ରାଣ ପକେଇବା ପାଇଁ ବାଧ୍ୟ କରୁଥିଲେ ଅଙ୍ଗନବାଡ଼ି ଦିଦି । ରାଣ ପକାଇବାକୁ ମନା କରିବାରୁ ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଙ୍ଗନବାଡି ଦିଦି ବସ୍ତିବାସିନ୍ଦାଙ୍କୁ ମାରପିଟ କରିଥିବା ବସ୍ତିବାସିନ୍ଦା ଅଭିଯୋଗ କରିଥିବା ବେଳେ ଅଙ୍ଗନବାଡି ଦିଦି ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି । ଉଭୟଙ୍କ ପକ୍ଷରୁ ମର୍କତ ନଗର ଥାନାରେ ଏତଲା ମଧ୍ୟ ଦିଆଯାଇଛି ।

ଅନ୍ୟପଟେ ପୋଲିସ ଏହି ଘଟଣାରେ କୌଣସି ପ୍ରତିକ୍ରିୟା ରଖିନାହିଁ । ତେବେ କଟକରେ ଶନିବାର ମତଦାନ ହେବାକୁ ଥିବା ବେଳେ କିଛି ଘଣ୍ଟା ପୂର୍ବରୁ ଏଭଳି ଘଟଣା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଘଂନ କରିବା ସହ ଗଣତନ୍ତ୍ର ପ୍ରତି ଅପରାଧ ଅଟେ । ଭୋଟ ପାଇଁ ଟଙ୍କା ବଣ୍ଟା ଘଟଣାକୁ ନେଇ କଟକରେ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି । ଏନେଇ ଉଭୟ ପକ୍ଷରୁ ମାମଲା ରୁଜୁ ହୋଇଥିଲା ବେଳେ ଏହି ଘଟଣାର ସତ୍ୟାସତ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ ଆଶା କରାଯାଉଛି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.