ETV Bharat / bharat

ବାଂଲାଦେଶ ସାଂସଦ ମର୍ଡର: ହତ୍ୟା ପରେ ଚମଡ଼ା ଉତାରି ଶରୀରକୁ ଖଣ୍ଡ ଖଣ୍ଡ କାଟିଥିଲା ହତ୍ୟାକାରୀ - Bangladesh MP Killing

author img

By ETV Bharat Odisha Team

Published : May 24, 2024, 11:51 AM IST

Bangladesh MP Murder: ବାଂଲାଦେଶ ସାଂସଦଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଥିଲା । ତାଙ୍କ ଶରୀରକୁ ଚମଡା ଉତାରି ଖଣ୍ଡ ଖଣ୍ଡ କରି କଟାଯିବା ସହ ଯେପରି ସଢି ନଯାଏ, ସେଥିପାଇଁ ହଳଦୀ ପାଉଡର ପକାଯାଇଥିଲା । ଏହାପରେ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିଲା । ଅଧିକ ପଢନ୍ତୁ

ବାଂଲାଦେଶ ସାଂସଦ ମର୍ଡର: ହତ୍ୟା ପରେ ଚମଡ଼ା ଉତାରି ଶରୀରକୁ ଖଣ୍ଡ ଖଣ୍ଡ କାଟିଥିଲା ହତ୍ୟାକାରୀ
ବାଂଲାଦେଶ ସାଂସଦ ମର୍ଡର: ହତ୍ୟା ପରେ ଚମଡ଼ା ଉତାରି ଶରୀରକୁ ଖଣ୍ଡ ଖଣ୍ଡ କାଟିଥିଲା ହତ୍ୟାକାରୀ (ETV Bharat Odisha)

କୋଲକାତା: ବାଂଲାଦେଶ ସାଂସଦଙ୍କୁ ହତ୍ୟା ମାମଲାରେ ଏବେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କ ଲୋମଟାଙ୍କୁରି ଉଠିବ । ସାଂସଦ ଅନଓ୍ବାରୁଲ ଆଜିମଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରାଯାଇଥିଲା । ଏହାପରେ ତାଙ୍କ ଶରୀରରୁ ଚମଡ଼ା ଉତାରି ଖଣ୍ଡ ଖଣ୍ଡ କାଟି ଦିଆଯାଇଥିଲା । ଯେମିତି ମାଂସ ନ ସଢିବ ସେଥିପାଇଁ ହଳଦୀ ପକାଇ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ଫିଙ୍ଗି ଦିଆଯାଇଥିଲା । ଏହି ହାଇପ୍ରୋଫାଇଲ ମର୍ଡରରେ ସାଂସଦଙ୍କ ବନ୍ଧୁଙ୍କ ହାତ ରହିଛି । ସେ ୫ କୋଟି ସୁପାରି ଦେଇ ହତ୍ୟା କରାଇଥିଲେ । ଜଣେ କଂସେଇ ତାଙ୍କୁ ହାଣି ଖଣ୍ଡ ଖଣ୍ଡ କରିଥିଲା, ଯିଏକି ବାଂଲାଦେଶରୁ ଆସି ମୁମ୍ବାଇରେ ଅବୈଧ ଭାବେ ରହୁଥିଲା । ଏହା ଏକ ହନିଟ୍ରାପ ମାମଲା ହୋଇଥିବା ମଧ୍ୟ କୁହାଯାଉଛି ।

ସିଆଇଡି ହତ୍ୟାକାଣ୍ଡରେ ଜଡିତ ସେହି କଂସେଇକୁ ଗିରଫ କରିଥିବାବେଳେ ସେ ମଧ୍ୟ ନିଜ ଦୋଷ ସ୍ବୀକାର କରିଛି । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, କୋଲକାତାର ନ୍ୟୁ ଟାଉନ ଅଞ୍ଚଳରେ ସ୍ଥିତ ଏକ ଫ୍ଲାଟରେ ସାଂସଦ ଆଜିମଙ୍କୁ ହତ୍ୟା କରାଯାଇଥିଲା । ସେହି ଫ୍ଲାଟଟି ଆଜିମଙ୍କ ବନ୍ଧୁଙ୍କର ଥିଲା, ଯିଏ ଏବେ ଆମେରିକାରେ ଅଛନ୍ତି । ପୋଲିସ ସିସିଟିଭି ଫୁଜେଟରୁ ଜାଣିବାକୁ ପାଇଛି ଯେ, ଶେଷ ଥର ପାଇଁ ସାଂସଦଙ୍କୁ ସେହି ଫ୍ଲାଟକୁ ଯିବା ସମୟରେ ଦେଖିବାକୁ ମିଳିଥିଲା । ତା' ପରଠୁ ସେ ନିଖୋଜ ହୋଇଯାଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା ଘଟଣା, 5 କୋଟି ସୁପାରୀ ଦେଇଥିଲା ବନ୍ଧୁ - Bangladesh MP Killd

ଏହି ବାଂଲାଦେଶୀ ସାଂସଦ ହନିଟ୍ରାପରେ ଫସିଥିବା ଅନୁମାନ କରାଯାଉଛି । ଜଣେ ମହିଳା ତାଙ୍କୁ ଫ୍ଲାଟକୁ ଡକାଇଥିବା ସନ୍ଦେହ କରାଯାଉଛି । ଏହି ମହିଳା ଜଣକ ସାଂସଦଙ୍କ ଉକ୍ତ ବନ୍ଧୁଙ୍କ ଘନିଷ୍ଠ ଅଟନ୍ତି । ସିସିଟିଭି ଫୁଜେଟେ ଦେଖାଯାଇଛି ଯେ, ସାଂସଦ ଅନଓ୍ବାରୁଲ ଆଜିମ ଜଣେ ମହିଳା ଓ ପୁରୁଷଙ୍କ ସହ ସେହି ଫ୍ଲାଟ ଭିତରକୁ ଯାଉଛନ୍ତି । ପରଦିନ ସେହି ପୁରୁଷ ଓ ମହିଳା ଏକ ବଡ଼ ସୁଟକେସ ଧରି ଫ୍ଲାଟରୁ ବାହାରୁଛନ୍ତି । ହେଲେ ସାଂସଦଙ୍କୁ କେଉଁଠି ଦେଖିବାକୁ ମିଳୁନାହିଁ । ତେଣୁ ସାଂସଦ ସେମାନଙ୍କ ସହ ଫ୍ଲାଟକୁ ଯିବା ମାତ୍ରେ ଗଳା ଚାପି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ସେହି ଫ୍ଲାଟରେ ରକ୍ତ ଦାଗ ଦେଖିବାକୁ ମିଳିଛି । ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ''ଆମେ ସନ୍ଦେହ କରୁଛି ଯେ, ସାଂସଦଙ୍କୁ ପ୍ରଥମେ ଗଳା ଚିପି ହତ୍ୟା କରାଯିବା ପରେ ତାଙ୍କ ଶରୀକକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଇଥିଲା । ଏହାପରେ ହାଡରୁ ମାଂସକୁ ଅଲଗା କରି ସେଥିରେ ହଳଦୀ ପାଉଡର ପକାଯାଇଥିଲା । ଯାହାଦ୍ବାରା ମାଂସ ଶୀଘ୍ର ପଚିବ ନାହିଁ ।''

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.