ETV Bharat / bharat

ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା ଘଟଣା, 5 କୋଟି ସୁପାରୀ ଦେଇଥିଲା ବନ୍ଧୁ - Bangladesh MP killd

author img

By ETV Bharat Odisha Team

Published : May 23, 2024, 3:26 PM IST

Bangladesh MP murder case: ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା ଘଟଣାରେ ପୋଲିସର ଖୁଲାସା । ହତ୍ୟା ପାଇଁ 5 କୋଟିର ସୁପାରୀ ଦେଇଥିଲା ସାଙ୍ଗ । ଅଧିକ ପଢନ୍ତୁ

ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା ଘଟଣା, 5 କୋଟି ସୁପାରୀ ଦେଇଥିଲା ବନ୍ଧୁ
ବାଂଲାଦେଶ ସାଂସଦଙ୍କୁ କୋଲକାତାରେ ହତ୍ୟା ଘଟଣା, 5 କୋଟି ସୁପାରୀ ଦେଇଥିଲା ବନ୍ଧୁ (ETV Bharat Odisha)

କୋଲକାତା: ବାଂଲାଦେଶର ଜଣେ ସାଂସଦଙ୍କୁ କୋଲକାତାରେ ହତ୍ୟା କରିବା ଘଟଣାରେ କୋଲକାତା ପୋଲିସ ଏକ ବଡ ତଥ୍ୟ ସାମ୍ନାକୁ ଆଣିଛି । ବାଂଲାଦେଶର ଶାସକ ଦଳ ଆଓ୍ବାମୀ ଲିଗର ସାଂସଦ ଅନଓ୍ବାରୁଲ ଆଜିମ ଅନାରଙ୍କର ଜଣେ ବନ୍ଧୁ ସୁପାରୀ ଦେଇ ଏହି ହତ୍ୟାକାଣ୍ଡ ଘଟାଇଛି । ଏହି ଅଭିଯୁକ୍ତ ଜଣକ ଆମେରିକାର ନାଗରିକତା ରଖିଥିବା ସହ କୋଲକାତାରେ ମଧ୍ୟ ଫ୍ଲାଟ ରଖିଛି । ଏହି ଘଟଣାରେ ଏବେ ସୁଦ୍ଧା 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାମଲାର ଅଧିକ ତଦନ୍ତ ଜାରି ରହିଛି । କୋଲକାତା ପୋଲିସ ଠାରୁ ମିଳିଥିବା ତଦନ୍ତ ସମ୍ପର୍କିତ ତଥ୍ୟ ନେଇ ସୂଚନା ଦେଇଛନ୍ତି ବାଂଲାଦେଶ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ।

ତେବେ ପୋଲିସ ସୂଚନା ଅନୁସାରେ, ସାଂସଦ ଅନଓ୍ବାରୁଲ ଆଜିମ ଅନାର ଚିକିତ୍ସା ପାଇଁ କୋଲକାତା ଆସିଥିଲେ । ସେ କୋଲକାତା ନ୍ୟୁ-ଟାଉନର ଏକ ଆପାର୍ଟମେଣ୍ଟରେ ରହୁଥିଲେ । 13 ତାରିଖ ପରଠାରୁ ତାଙ୍କ ସହ ଯୋଗାଯୋଗ ହୋଇପାରିନଥିଲା । ସମ୍ପର୍କୀୟ ଓ ସହକର୍ମୀମାନେ ତାଙ୍କ ସହ ଯୋଗାଯୋଗ ନକରିପାରିବା ପରେ 18 ତାରିଖରେ ଅଭିଯୋଗ ହୋଇଥିଲା । ଢାକାରୁ କୋଲକାତା ପୋଲିସ ସହ ଯୋଗାଯୋଗ କରାଯାଇ ମାମଲା ସମ୍ପର୍କରେ ଅଗତ କରାଯାଇଥିଲା ।


ଏହା ମଧ୍ୟ ପଢନ୍ତୁ:- ପୋର୍ସ କାର୍ ଦୁର୍ଘଟଣା: ରଚନା ଲେଖିବାକୁ କହି ଛାଡି ଦେଇଥିଲେ କୋର୍ଟ, ବିବାଦ ତେଜିବା ପରେ ନାବାଳକର ଜାମିନ ରବ୍ଦ - Porsche car accident


ବାଂଲାଦେଶର ଅଭିଯୋଗ ପରେ କୋଲକାତା ପୋଲିସର ସିଆଇଡି ଏହି ମାମଲାର ତଦନ୍ତ ଆରମ୍ଭ କରିଥିଲା । ବର୍ତ୍ତମାନ ସୁଦ୍ଧା 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାତ୍ର ସାଂସଦଙ୍କ ମୃତଦେହ ଏପର୍ଯ୍ୟନ୍ତ ଜବତ କରାଯାଇ ପାରିନି । ପୋଲିସର ତଦନ୍ତ ପ୍ରାଥମିକ ତଦନ୍ତରେ ମିଳିଥିବା ଅନୁସାରେ, ଏହି ହତ୍ୟାକାଣ୍ଡରେ ସାଂସଦଙ୍କର ଜଣେ ପୁରୁଣା ବନ୍ଧୁ ସମ୍ପୃକ୍ତ । ସେ ପ୍ରାୟ 5 କୋଟି ଟଙ୍କାର ସୁପାରୀ ଦେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି । ପ୍ରମାଣ ନଷ୍ଟ କରିବା ପାଇଁ ମୃତଦେହକୁ ଗାଏବ କରି ଦିଆଯାଇଛି । ଏକ ଆପାର୍ଟମେଣ୍ଟରୁ ରକ୍ତ ଭିସା ସାମଗ୍ରୀ ଜଗତ କରିଛି ପୋଲିସ । ଏହାକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ମୃତଦେହ ସମ୍ପର୍କରେ ଏପର୍ଯ୍ୟନ୍ତ ମଧ୍ୟ କୌଣସି ତଥ୍ୟ ମିଳିନି । ଏହାକୁ ନେଇ ବାଂଲାଦେଶରେ ମଧ୍ୟ ରାଜନୀତି ଆରମ୍ଭ ହୋଇଛି । ଶାସକ ଦଳର ଜଣେ ସାଂସଦଙ୍କ ହତ୍ୟାକୁ ନେଇ ବାଂଲାଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.