ETV Bharat / state

ଚିନ୍ତା ବଢ଼ାଉଛି ହାତୀ ଉପଦ୍ରବ, ରାସ୍ତା ଉପରେ ରାତି କାଟୁଛନ୍ତି ପରିବାର - Elephant Terror in Kalahandi

author img

By ETV Bharat Odisha Team

Published : May 24, 2024, 12:53 PM IST

Elephant Terror Increasing in Kalahandi: କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ଆତଙ୍କ ଖେଳାଉଛି ହାତୀ ଉପଦ୍ରବ। ୫ଟି ପରିବାର ସଦସ୍ୟ ସାରା ରାତି ଭୋକ ଉପାସରେ ବସିରହୁଛନ୍ତି। ଅଧିକ ପଢ଼ନ୍ତୁ,

Elephant Terror Increase in Kalahandi
Elephant Terror Increase in Kalahandi (ETV Bharat Odisha)

ଭବାନୀପାଟଣା: ସନ୍ଧ୍ୟା ନଇଁଲେ ଗଜରାଜର ଭୟ। କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ହାତୀ ଆତଙ୍କରେ ସ୍ଥାନୀୟ ଲୋକେ ଅତିଷ୍ଠ ହୋଇପଡ଼ିଛନ୍ତି । ଗତ କିଛି ଦିନ ହେଲା କଲମପୁର ବ୍ଲକ ଅନ୍ତର୍ଗତ ଘୋଡାବନ୍ଧା, କସାବାହୀ, ଗଞ୍ଜେଇଗୁଡା ଓ ଘର୍ଲା ଅଞ୍ଚଳରେ ହାତୀ ଗାଁ ଗୁଡ଼ିକରେ ପଶିବା ସହ ଘର ଭାଙ୍ଗୁଛି । ହାତୀ ଭୟରେ ଘର ଛାଡ଼ି ଲୋକେ ରାସ୍ତାରେ ରାତି ବିତାଇବାକୁ ବାଧ୍ୟ ହେଉଛନ୍ତି । ଗତ ୧୫ ଦିନ ଧରି ଏକ ଗୋଠ ଛଡ଼ା ହାତୀ ଆସି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଛି । ସନ୍ଧ୍ୟା ନହେଉଣୁ ହାତୀଟି ଘର୍ଲା କେନାଲପଡ଼ା ନିକଟସ୍ଥ ଆମ୍ବ ବଗିଚାରେ ପହଞ୍ଚିଯାଉଛି। ଫଳରେ ପଡ଼ାର ଲୋକେ ଭୟଭୀତ ହୋଇ ନିଜ ନିଜ ପିଲା ଛୁଆଙ୍କୁ ନେଇ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପାରି ହୋଇ ରାସ୍ତା ଉପରେ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି ।

Elephant Terror Increase in Kalahandi (ETV Bharat Odisha)

୫ଟି ପରିବାର ସଦସ୍ୟ ସାରା ରାତି ଭୋକ ଉପାସରେ ବସିରହିଥିଲେ । ହାତୀଟି ଭୀଷ୍ମ ମାଝୀଙ୍କ ଧାନ ଫସଲ ସମେତ ଘୋଡାବନ୍ଧା ଗ୍ରାମର କିଛି ଚାଷୀଙ୍କ ପନିପରିବା ଚାଷ ନଷ୍ଟ କରିଥିଲା । ଭୋର ସମୟରେ ଜଙ୍ଗଲକୁ ଫେରିବା ବେଳେ ମଧୁସୂଦନ ବାଗ ନାମକ ଜନୈକ ବ୍ୟକ୍ତିଙ୍କ ବଗିଚାରେ ଥ‌ିବା ଘରକୁ ଭାଙ୍ଗି ଦେଇଥିଲା ହାତୀ । ଗଲା ୧୫ ଦିନ ହେବ ଗୋଠ ଛଡା ହାତୀ ଅଞ୍ଚଳରେ ଆତଙ୍କ ଖେଳାଉଛି ହେଲେ ଏସବୁ ଭିତରେ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । କେବଳ କ୍ଷତିଗ୍ରସ୍ତ ଲୋକଙ୍କୁ ଅନୁକମ୍ପା ମାଧ୍ୟମରେ କ୍ଷତିପୂରଣର ବ୍ୟବସ୍ଥା କରାଯାଉଥିବା ବେଳେ ଦିନରେ ଜନଜୀବନ ପ୍ରତି ବିପଦ ଦେଖା ଦେଲେ ଦାୟୀ ରହିବ କିଏ ବୋଲି ପ୍ରଶ୍ନ କରିଛନ୍ତି ଲୋକେ। ବନ ବିଭାଗ ପକ୍ଷରୁ ହାତୀ ଘଉଡ଼ାଇବାର ବ୍ୟବସ୍ଥା କରାଯାଉ ନଥ‌ିବାରୁ ଏଅଞ୍ଚଳର ଜନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ।

ଏହା ମଧ୍ୟ ପଢ଼ନ୍ତୁ..ଅନୁଗୋଳକୁ ଫେରିଲେ ୫୦ ଟିକିଆ ହାତୀପଲ, ଲୋକେ ଭୟଭୀତ

ଅନ୍ୟପଟେ ଜଙ୍ଗଲ ପାଦ ଦେଶରେ ଥିବା ଘୋଡାବନ୍ଧା, ଗଞ୍ଜେଇଗୁଡା, ଘର୍ଲା ହାତୀ ଆତଙ୍କ ଯୋଗୁ ବଙ୍କାପଲା ଫିଡର ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରାଯାଇଛି । ଯାହା ଫଳରେ ବଙ୍କାପଲା,ଦେପରୁ, ଇଛାପୁର, ବାବୁକେନ୍ଦୁଗୁଡା, ବାଲିଛଡା ଗ୍ରାମବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଦ୍ୟୁତ୍ ବିଭାଗ ବନ ବିଭାଗ ଠାରୁ ସନ୍ଧ୍ୟା ସୁଦ୍ଧା ହାତୀର ଗତିବିଧ୍ ନେଇ ସୂଚନା ପାଇବା ପରେ ହାତୀ ଚଳପ୍ରଚଳ ଅଞ୍ଚଳ ଛାଡ଼ି ଅନ୍ୟ ଅଞ୍ଚଳରେ ବିଦ୍ୟୁତ୍ ସେବା ସ୍ଵାଭାବିକ ରଖିବା ପାଇଁ ସାଧାରଣରେ ଦାବି ହେଉଛି । ସେହିପରି ହାତୀ ଭୟରେ ଘର ଛାଡି ସାରା ରାତି ରାସ୍ତାରେ ୫ ପରିବାର ଆଶ୍ରୟ ନେଇଥ‌ିବା ବେଳେ ବନ ବିଭାଗ ସାମାନ୍ୟତମ ମାନବିକତା ଦେଖାଇ ନଥ‌ିବା ଅଭିଯୋଗ ହେଉଛି । ଅନ୍ୟପଟେ ଜଙ୍ଗଲ ଅଞ୍ଚଳରେ ରହୁଥ‌ିବାରୁ କିଛି ବନ କର୍ମଚାରୀ ଲୋକଙ୍କୁ ନାଲି ଆଖି ଦେଖାଇ ଚୁପ୍ ରହିବା ପାଇଁ ଚେତାବନୀ ଦେବା ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.