ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ପୋଲିସ ପ୍ରସ୍ତୁତି, ପୋଲିସ ସେବା ଭବନରୁ ଦେଖନ୍ତୁ ଡ଼ିଜିଙ୍କ LIVE - Police DG Press meet

By ETV Bharat Odisha Team

Published : May 24, 2024, 12:33 PM IST

Updated : May 24, 2024, 1:04 PM IST

thumbnail

ଭୁବନେଶ୍ୱର: ଆସନ୍ତା କାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଅର୍ଥାତ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି  । ଏହି ପର୍ଯ୍ୟାୟରେ 6 ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ 42ଟି ବିଧାନସଭା ଆସନରେ ପଡ଼ିବ ଭୋଟ । ଏହି ପର୍ଯ୍ୟାୟରେ  ଭୁବନେଶ୍ୱର, କଟକ, ସମ୍ବଲପୁର ,ପୁରୀ, କେଉଁଝର, ଢେଙ୍କାନାଳ ରେ ହେବ ଭୋଟିଂ । 64 ସାଂସଦ ପ୍ରାର୍ଥୀ ଓ 383 ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ମତଦାତା । ପୋଲିଂ ପାର୍ଟି ମଧ୍ୟ ବୁଥ ମୁହାଁ ହୋଇଛନ୍ତି  । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି  ।  ସମ୍ବଲପୁର ଲୋକସଭା ଆସନରୁ ସର୍ବାଧିକ 14 ଜଣ ସାଂସଦ ପ୍ରାର୍ଥୀ ଥିବା ବେଳେ ପୁରୀରେ ସର୍ବନିମ୍ନ 7 ଜଣ ସାଂସଦ ପ୍ରାର୍ଥୀ ଅଛନ୍ତି । ସେହିପରି ଚମ୍ପୁଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ 15 ପ୍ରାର୍ଥୀ ଥିବା ବେଳେ ଆଠମଲ୍ଲିକ, ଛେଣ୍ଡିପଦା, କଟକ ସଦର ଓ କୁଚିଣ୍ଡାର ସର୍ବନିମ୍ନ 4ଜଣ ଲେଖାଏଁ ବିଧାୟକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି ।ଦେଖନ୍ତୁ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନେଇ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି  । ଦେଖନ୍ତୁ ସୁରକ୍ଷା ନେଇ ପ୍ରସ୍ତୁତି ସମ୍ପର୍କରେ ପୋଲିସ ଡ଼ିଜିଙ୍କ ଲାଇଭ ।ଇଟିଭି ଭାରତ, ଭୁବନେଶ୍ୱର

Last Updated : May 24, 2024, 1:04 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.