ETV Bharat / international

ଶୋଇଥିଲେ ଲୋକ, ପ୍ରକୃତିର ତାଣ୍ଡବରେ ଚାଲିଗଲା 100ରୁ ଅଧିକ ଜୀବନ - Papua New Guinea Landslide

author img

By ETV Bharat Odisha Team

Published : May 24, 2024, 11:45 AM IST

Landslide in Papua New Guinea : ପପୁଆ ନ୍ୟୁ ଗିନିରେ ଭୂସ୍ଖଳନ । 100ରୁ ଅଧିକ ମୃତ୍ୟୁ ସୂଚନା । ଅଧିକ ପଢନ୍ତୁ

Landslide in Papua New Guinea
Landslide in Papua New Guinea (ETV Bharat Odisha)

ପୋର୍ଟ ମୋରେସବାଏ: ପପୁଆ ନ୍ୟୁ ଗିନିରେ ପ୍ରକୃତିର ତାଣ୍ଡବ । ଭୂସ୍ଖଳନରେ ଅତି କମରେ 100ରୁ ଅଧିକ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି । ଅନେଇ ଅନ୍ତର୍ଜାତୀୟ ମିଡିଆରେ ଖବର ପ୍ରସାରିତ ହୋଇଛି । ଦକ୍ଷିଣ ପ୍ରଶାନ୍ତ ଦ୍ୱୀପପୁଞ୍ଜର ରାଜଧାନୀ ପୋର୍ଟ ମୋରେସବିଠାରୁ ପ୍ରାୟ 600 କିଲୋମିଟର ଉତ୍ତର-ପଶ୍ଚିମ ଏଙ୍ଗା ପ୍ରଦେଶର କାଓକାଲମ ଗ୍ରାମ ନିକଟରେ ସକାଳ ପ୍ରାୟ 3ଟା ସମୟରେ ହଠାତ ଭୂସ୍ଖଳନ ହୋଇଥିଲା । ଫଳରେ ଅନେକ ଘର ନଷ୍ଟ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା 100ରୁ ଅଧିକ ମୃତଦେହ ଉଦ୍ଧାର କରାଯାଇଥିବା ଖବର ପ୍ରସାରିତ ହେଉଛି । କିନ୍ତୁ ସ୍ଥାନୀୟ ସରକାରୀ ଅଧିକାରୀଙ୍କ ଦ୍ବାରା ମୃତକଙ୍କ ସଂଖ୍ୟା ସ୍ପଷ୍ଚ କରାଯାଇ ନାହିଁ । ରିଲିଫ କର୍ମୀ ଉଦ୍ଧାର କାର୍ଯ୍ୟ ଜାରି ରଖିବା ବେଳେ ଅନେକ ମୃତଦେହ ଚାପି ହୋଇ ରହିଥିବା ଆକଳନ କରାଯାଉଛି । ଏହି ସଂଖ୍ୟା ଆଗକୁ ବୃଦ୍ଧି ପାଇବାରେ ବୋଲି ଅନୁମାନ କରାଯାଉଛି ।

Landslide in Papua New Guinea
Landslide in Papua New Guinea (ANI)

ଭୂସ୍ଖଳନ ହେତୁ ଅନେକ ଗାଁର ଅନେକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଉଦ୍ଧାରକାରୀ ଦଳ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରୁଛନ୍ତି । ଭୂସ୍ଖଳନ ପୋତି ହୋଇଯାଇଥିବା ବ୍ୟକ୍ତିଙ୍କୁ ବାହାର କରିବାରେ ସ୍ଥାନୀୟ ଲୋକେ ମଧ୍ୟ ଉଦ୍ଧାରକାରୀ ଟିମକୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ପୂର୍ବରୁ ପାପୁଆ ନ୍ୟୁ ଗିନି ଭୂକମ୍ପରେ ମଧ୍ୟ ଅନୁଭୂତ ହୋଇଥିଲା । ଫିନ୍‌ସାଫେନ୍‌ର 39 କିଲୋମିଟର ଉତ୍ତର-ପଶ୍ଚିମ ଦିଗରେ ଏହି ଭୂକମ୍ପ ଘଟିଥିଲା ​​ଏବଂ ରିକ୍ଟର ସ୍କେଲରେ ତୀବ୍ରତା 5.3 ରେକର୍ଡ କରାଯାଇଥିଲା । ଭାରତୀୟ ସମୟ ଅନୁଯାୟୀ, ଗୁରୁବାର ସକାଳ 9.49 ସମୟରେ ପପୁଆ ନ୍ୟୁଗିନିରେ ଏହି ଭୂକମ୍ପ ହୋଇଥିଲା । କିନ୍ତୁ ଭୂକମ୍ପରେ କୌଣସି କ୍ଷତି ହୋଇନଥିବା କୁହାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ୬.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି - Earthquake Hits Papua New Guinea

ତେବେ ପପୁଆ ନ୍ୟୁଗିନିର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଲୋକମାନେ ବିରାଟ ପଥର ଉପରକୁ ଚଢିବା ସହିତ ଅଳିଆ ଗଦା ଏବଂ ଗଛ ତଳୁ ମୃତଦେହକୁ ବାହାର କରୁଥିବା ଦେଖାଯାଇଛି । ପୋର୍ଗେରା ମହିଳା ଇନ୍ ବିଜିନେସ୍ ଆସୋସିଏସନର ସଭାପତି ଏଲିଜାବେଥ୍ ଲାରୁମା କହିଛନ୍ତି, ଭୂସ୍ଖଳନରେ ରାସ୍ତା ଦବିବା ସହିତ ଅନେକ ଘର ନଷ୍ଟ ହୋଇଯାଇଥିଲା । ପ୍ରଭାତରୁ ଏହା ହୋଇଥିଲା । ଲୋକମାନେ ଶୋଇଥିବାରୁ ସମସ୍ତେ ପୋତି ହୋଇଯାଇଥିଲେ । ଫଳରେ ଅନେକ ଲୋକଙ୍କ ପ୍ରାଣ ଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.