ETV Bharat / international

୬.୯ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପରେ ଥରିଲା ପପୁଆ ନ୍ୟୁ ଗିନି - earthquake hits Papua New Guinea

author img

By ETV Bharat Odisha Team

Published : Mar 24, 2024, 7:07 AM IST

Etv Bharat
Etv Bharat

Earthquake jolts Papua New Guinea: ପପୁଆ ନ୍ୟୁ ଗିନିରେ ୬.୯ ତୀବ୍ରତାର ବଡ ଧରଣର ଭୂମିକମ୍ପ ଝଟକା । ମୃତାହତ ନେଇ ନାହିଁ କୌଣସି ସୂଚନା । ଅଧିକ ପଢନ୍ତୁ

ପୋର୍ଟ ମୋରେସବାଏ: ଶକ୍ତିଶାଳୀ ଭୂମିକମ୍ପରେ ଦୋହଲିଲା ପପୁଆ ନ୍ୟୁ ଗିନି । ଆଜି (ରବିବାର) ଭୋର୍ ସମୟରେ ପ୍ରଶାନ୍ତ ମହାସାଗରରେ ଥିବା ପପୁଆ ନ୍ୟୁ ଗିନି ଦେଶର ଏକ ଉପାନ୍ତ ଭାଗରେ ବଡ଼ ଧରଣର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ରେକର୍ଡ କରାଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ପରେ ସେଠାରେ ମୃତାହତ ନେଇ ଅଦ୍ୟାବଧି କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଆମେରିକା ଜିଓଲୋଜିକାଲ ସର୍ଭେ (USGS)ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଏହି ଶକ୍ତିଶାଳୀ ଭୂକମ୍ପର ଗଭୀରତା ଭୂପୃଷ୍ଠରୁ ୩୫ କିଲୋମିଟର ରେକର୍ଡ ହୋଇଛି । ଏହାର କେନ୍ଦ୍ରସ୍ଥଳ ଅମ୍ବୁନ୍ତିର ଏକ ଛୋଟ ବସ୍ତି ଅଞ୍ଚଳରୁ ୩୨ କିମି ଦୂର ପୂର୍ବ-ଉତ୍ତର-ପୂର୍ବରେ ରହିଛି । ଏହି ଭୂକମ୍ପ ଜନିତ କ୍ଷୟକ୍ଷତି ନେଇ ଏଯାଏଁ କୌଣସି ସୂଚନା ମିଳିନି । ତେବେ ପପୁଆ ନ୍ୟୁ ଗିନିରେ ଭୂମିକମ୍ପ ସଂଗଠିତ ହେବା ଏକ ସାଧାରଣ କଥା । ଏଠାରେ ଅନେକ ସମୟରେ ଏପରି ବଡ଼ ବଡ଼ ଭୂମିକମ୍ପ ଅନୁଭୂତ ହୋଇଥାଏ । ଗତବର୍ଷ ଏପ୍ରିଲରେ ପପୁଆ ନ୍ୟୁ ଗିନିରେ ୭.୦ ତୀବ୍ରତାରେ ବଡ ଧରଣର ଭୂକମ୍ପ ହୋଇଥିଲା, ଯେଉଁଥିରେ ଅତିକମରେ ୭ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା । ସେହିପରି ଗତବର୍ଷ ନଭେମ୍ବରରେ ୬.୫ ତୀବ୍ରତାର ଭୂକମ୍ପ ଝଟକା ଲାଗିଥିଲା ।

ଏହା ମଧ୍ୟ ପଢନ୍ତୁ: ଲଦାଖରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା; ବର୍ଷ ଆରମ୍ଭରୁ ବହୁ ବିନାଶକାରୀ ଭୂକମ୍ପ ଦେଖିଛି ବିଶ୍ବ

ଏହା ମଧ୍ୟ ପଢନ୍ତୁ: ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶରେ ବି ୨ଥର ଝଟକା ଅନୁଭୂତ

ବିଗତ କିଛି ବର୍ଷ ହେଲା ନିୟମିତ ବ୍ୟବଧାନରେ ବିଶ୍ବର କୌଣସି ନା କୌଣସି ଦେଶରେ ଭୟଙ୍କର ଭୂମିକମ୍ପ ଖବର ଆସୁଛି । ଦିନକ ତଳେ ଇଣ୍ଡୋନେସିଆର ଜାଭାରେ ୬.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି ମୃତାହତ ସୂଚନା ନଥିଲା । ସେହିପରି ଦୁଇ ଦିନ ତଳେ ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ହୋଇଥିଲା । ଭୋର୍ ସମୟରେ ମହାରାଷ୍ଟ୍ର ହିଙ୍ଗୋଲି ସହରରେ ମାତ୍ର ୧୦ ମିନିଟ୍ ଭିତରେ ଲଗାତାର ୨ ଥର ଭୂକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୪.୫ ଓ ୩.୬ ରେକର୍ଡ ହୋଇଥିଲା । ଏହାର କିଛି ଘଣ୍ଟା ପୂର୍ବରୁ ଉତ୍ତରପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦୁଇ ଘଣ୍ଟା ଭିତରେ ୨ ଥର ଝଟକା ଲାଗିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.