ETV Bharat / bharat

ଭୂକମ୍ପରେ ଥରିଲା ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶରେ ବି ୨ଥର ଝଟକା ଅନୁଭୂତ

author img

By ETV Bharat Odisha Team

Published : Mar 21, 2024, 8:40 AM IST

ଭୂକମ୍ପରେ ଥରିଲା ମହାରାଷ୍ଟ୍ର
ଭୂକମ୍ପରେ ଥରିଲା ମହାରାଷ୍ଟ୍ର

Earthquake strikes: ଅରୁଣାଚଳ ପ୍ରଦେଶ ଓ ମହାରାଷ୍ଟ୍ରରେ ଭୂମିକମ୍ପ ଅନୁଭୂତ । ୧୦ ମିନିଟ୍ ଭିତରେ ମହାରାଷ୍ଟ୍ରରେ ଲାଗିଲା ଦୁଇଥର ଝଟକା । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶ । ଆଜି (ଗୁରୁବାର) ସକାଳୁ ସକାଳୁ ମହାରାଷ୍ଟ୍ରରେ ଭୂମିକମ୍ପ ଅନୁଭୂତ ହୋଇଛି । ହିଙ୍ଗୋଲି ସହରରେ ମାତ୍ର ୧୦ ମିନିଟ୍ ଭିତରେ ଲଗାତାର ୨ ଥର ଭୂକମ୍ପ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ଯଥାକ୍ରମେ ୪.୫ ଓ ୩.୬ ରେକର୍ଡ କରାଯାଇଛି । ସେହିପରି ଅରୁଣାଚଳ ପ୍ରଦେଶରେ ମଧ୍ୟ 2ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି ।

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ପ୍ରଥମେ ସକାଳ ପାଖାପାଖି ୬ଟା ୮ ମିନିଟ୍ ସମୟରେ ମହାରାଷ୍ଟ୍ରର ହିଙ୍ଗୋଲି ୪.୫ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏହାର ଗଭୀରତା ୧୦ କିମି ରହିଥିଲା । ଏହାପରେ ସମୟ ପାଖାପାଖି ୬ଟା ୧୯ରେ ଦ୍ବିତୀୟ ଥର ଭୂକମ୍ପ ଝଟକା ଲାଗିଥିଲା । ଏହାର ତୀବ୍ରତା ୩.୬ ଥିବାବେଳେ ଗଭୀରତା ଭୂପୃଷ୍ଠରୁ ୧୦ କିମି ରେକର୍ଡ କରାଯାଇଛି । ତେବେ ଦୁଇ ଦୁଇଥର ଝଟକା ପରେ ଭୋର୍ ସମୟ ହୋଇଥିବାରୁ ଲୋକମାନେ ଖୁବ୍ ଭୟଭୀତ ହୋଇପଡିଥିଲେ ଏବଂ ଘରୁ ବାହାରକୁ ପଳାଇ ଆସିଥିଲେ । ତେବେ ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ନାହିଁ ।

ଏହା ମଧ୍ୟ ପଢନ୍ତୁ: ଲଦାଖରେ ୪.୫ ତୀବ୍ରତାର ଭୂମିକମ୍ପ ଝଟକା; ବର୍ଷ ଆରମ୍ଭରୁ ବହୁ ବିନାଶକାରୀ ଭୂକମ୍ପ ଦେଖିଛି ବିଶ୍ବ

ଅନ୍ୟପଟେ ଆଜି ଉତ୍ତର-ପୂର୍ବ ରାଜ୍ୟ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦୁଇ ଥର ଭୂକମ୍ପ ଅନୁଭୂତ ହୋଇଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ, ବୁଧବାର ମଧ୍ୟରାତ୍ରି ପ୍ରାୟ ୧ଟା ୪୯ ମିନିଟରେ ପ୍ରଥମ ଭୂକମ୍ପ ହୋଇଥିଲା । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୭ ଥିବାବେଳେ କେନ୍ଦ୍ରସ୍ଥଳ ରହିଛି ୱେଷ୍ଟ କମେଙ୍ଗ । ସେହିପରି ଭୂକମ୍ପର ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏହି ଭୂକମ୍ପ ଝଟକା ଲାଗିବାର ଦୁଇ ଘଣ୍ଟା ପରେ ଆଜି ସକାଳ ପ୍ରାୟ ୩ଟା ୪୦ରେ ଅରୁଣାଚଳରେ ପୁଣିଥରେ ଭୂକମ୍ପ ଅନୁଭୂତ ହୋଇଥିଲା । ଇଷ୍ଟ କାମେଙ୍ଗରେ ଏହାର କେନ୍ଦ୍ରସ୍ଥଳ ରହିଥିବା ବେଳେ ତୀବ୍ରତା ୩.୪ ରେକର୍ଡ କରାଯାଇଛି । ତେବେ ଏଥିରେ କୌଣସି ମୃତାହତ କିମ୍ବା କ୍ଷୟକ୍ଷତି ହୋଇନାହିଁ । ତେବେ ଦେଶ ତଥା ବିଦେଶରେ ବିଭିନ୍ନ ସମୟରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ବିଗତ ଦିନରେ ଏଥିରେ ଶତାଧିକ ଲୋକଙ୍କର ପ୍ରାଣହାନି ଘଟିଥିବାର ନଜିର ରହିଛି ।

ଏହା ମଧ୍ୟ ପଢନ୍ତୁ: ଚୀନରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ; ଥରିଲା ଦିଲ୍ଲୀ-ଏନସିଆର

ଏହା ମଧ୍ୟ ପଢନ୍ତୁ: ଚୀନରେ ଭୟଙ୍କର ଭୂମିକମ୍ପ; ଗଲାଣି ୧୧୧ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.