ETV Bharat / international

ଚୀନରେ ୭.୨ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପ; ଥରିଲା ଦିଲ୍ଲୀ-ଏନସିଆର

author img

By ETV Bharat Odisha Team

Published : Jan 23, 2024, 9:31 AM IST

ଚୀନରେ  ଭୂକମ୍ପ
Earthquake in China

Earthquake in China: ଚୀନରେ ବଡ ଧରଣର ଭୂକମ୍ପ ଝଟକା । ଏହାର ପ୍ରଭାବରେ ଥରିଲା ଦିଲ୍ଲୀ-ଏନସିଆର । ଅଧିକ ପଢନ୍ତୁ

ବେଜିଂ: ଚୀନରେ ଶକ୍ତିଶାଳୀ ଭୂମିକମ୍ପ ଝଟକା । ଚୀନର ଦକ୍ଷିଣ ଜିନ୍‌ଜିଆଙ୍ଗରେ ୭.୨ ତୀବ୍ରତାରେ ଭୂକମ୍ପ ହୋଇଛି । ଯାହାର ପ୍ରଭାବରେ ଥରିଛି ଦିଲ୍ଲୀ ଏନସିଆର । ସୋମବାର ବିଳମ୍ବିତ ରାତିରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଭୂକମ୍ପରେ କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଏନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଜାପାନରେ ଶକ୍ତିଶାଳୀ ଭୂକମ୍ପ, ମୃତ୍ୟୁ ସଂଖ୍ୟା 48କୁ ବୃଦ୍ଧି

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁୟାୟୀ, ସୋମବାର ବିଳମ୍ବିତ ରାତିରେ ଚୀନରେ ୭.୨ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳ ରହିଛି ଦକ୍ଷିଣ ଜିନ୍‌ଜିଆଙ୍ଗ । ଏହାର ଗଭୀରତା 80 କିଲୋମିଟର ରହିଥିବା ବେଳେ ଅକ୍ଷାଂଶ 40.96 ଓ ଏହାର ଦ୍ରାଘିମା 78.30 ରହିଛି । ଦିଲ୍ଲୀ ଏନସିଆର ସମେତ ଭାରତର ବିଭିନ୍ନ ସ୍ଥାନରେ ଏହି ଶକ୍ତିଶାଳୀ ଭୂମିକମ୍ପର ପ୍ରଭାବ ଅନୁଭୂତ ହୋଇଛି । ଭୂକମ୍ପ ପରେ ସମସ୍ତେ ଭୟରେ ଘର ବାହାରକୁ ପଳାଇ ଆସିଥିଲେ । କ୍ଷୟକ୍ଷତି ସମ୍ବନ୍ଧୀୟ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୭.୪, ସୁନାମି ଆଲର୍ଟ

ଡିସେମ୍ବର 29 ତାରିଖରେ ଚୀନର ଗାଂସୁ ପ୍ରଦେଶରେ ବଡ ଧରଣର ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା 6.2 ରେକର୍ଡ କରାଯାଇଥିଲା । ଭୂକମ୍ପରେ 100ରୁ ଊର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ହୋଇଥିଲା । ବିଭିନ୍ନ ସ୍ଥାନରେ କୋଠା ଭୁଶୁଡିବାରୁ ଏକାଧିକ ଲୋକ ଆହତ ହୋଇଥିଲେ । ଆହତମାନଙ୍କୁ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଭୂକମ୍ପ ଯୋଗୁଁ କିଙ୍ଘାଇ, କାଉଣ୍ଟି ଓ ଡିୟାଡୋଜି ଅଞ୍ଚଳରେ ଅଧିକ କ୍ଷୟକ୍ଷତି ହୋଇଥିଲା । ସେହିପରି 2022 ଜାନୁଆରୀରେ ଚୀନରେ ବଡ ଧରଣର ଭୂକମ୍ପ ହୋଇଥିଲା । ଦକ୍ଷିଣ-ପଶ୍ଚିମ ଚୀନର ୟୂନାନ ପ୍ରଦେଶର ନିଙ୍ଗଲାଙ୍ଗ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 5.5 ରହିଥିବା ବେଳେ 22 ଜଣ ଆହତ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ-ଚୀନରେ ବଡ ଧରଣର ଭୂକମ୍ପ, ୨୨ ଆହତ

ଚଳିତ ମାସ ପ୍ରାରମ୍ଭରେ ଜାପାନରେ ଭୂକମ୍ପ ହୋଇଥିଲା । ନୋଟେ ଦ୍ୱୀପାଞ୍ଚଳର ଇସିକାଓ୍ବାରେ 7.6 ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା । ଏଥିରେ 50ରୁ ଊର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଭୂକମ୍ପର ଗଭୀରତା 10 କିଲୋମିଟର ରହିଛି । ଏନେଇ ଆମେରିକା ଭୂତତ୍ତ୍ବ ସର୍ବେକ୍ଷଣ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.