ETV Bharat / international

ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୭.୪, ସୁନାମି ଆଲର୍ଟ

author img

By ETV Bharat Odisha Team

Published : Jan 1, 2024, 2:03 PM IST

Updated : Jan 1, 2024, 2:35 PM IST

Earthquake strikes japan
ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା

Earthquake strikes japan: ଜାପାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7. 4 ରେକର୍ଡ କରାଯାଇଛି । ତେବେ ଏହି ଶକ୍ତିଶାଳୀ ଭୂକମ୍ପ ପରେ ଜାପାନରେ ସୁନାମି ଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ ।

ଟୋକିଓ: ନୂଆବର୍ଷରେ ଥରିଲା ଜାପାନ । ସୋମବାର ଦିନ ଜାପାନର ପଶ୍ଚିମ କେନ୍ଦ୍ରୀୟ ଅଞ୍ଚଳରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 7. 4 ରେକର୍ଡ କରାଯାଇଛି । ଲୋକମାନେ ଭୟଭୀତ ଥିବା ସୂଚନା ରହିଛି । ଏହି ଶକ୍ତିଶାଳୀ ଭୂକମ୍ପ ପରେ ଜାପାନରେ ସୁନାମି ଆଲର୍ଟ ଜାରି କରାଯାଇଛି । ଜାପାନ ପାଣିପାଗ ଏଜେନ୍ସି ପକ୍ଷରୁ ଉପକୂଳବର୍ତ୍ତୀ ଇସିକାଓ୍ବା, ନିଗାଟା, ଟୋୟାମା ଅଞ୍ଚଳ ଗୁଡିକରେ ସୁନାମି ଆଲର୍ଟ ଜାରି କରାଯିବା ସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପାଖାପାଖି 5 ମିଟରର ସୁନାମି ଆସିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ..ଚୀନରେ ଭୟଙ୍କର ଭୂମିକମ୍ପ; ଗଲାଣି ୧୧୧ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଜାପାନ ପାଣିପାଗ ବିଭାଗ ପକ୍ଷରୁ ଇସିକାଓ୍ବା ଅଞ୍ଚଳକୁ ହାଇ ଆଲର୍ଟ ଜାରି କରାଯାଇଛି । ତୁରନ୍ତ ସୁରକ୍ଷିତ କିମ୍ବା ଉଚ୍ଚ ସ୍ଥାନକୁ ଯିବା ପାଇଁ ଲୋକମାନଙ୍କୁ ପ୍ରଶାସନ ପକ୍ଷରୁ ସତର୍କ କରାଯାଉଛି । ଇସିକାଓ୍ବାରେ ପାଖାପାଖି 5 ମିଟର ଉଚ୍ଚତାର ସୁନାମି ଆସିପାରେ ବୋଲି ଜାପାନ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସେହିପରି ଇସିକାଓ୍ବା ବ୍ୟତୀତ ଅନ୍ୟ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳଗୁଡିକରେ ସାମାନ୍ୟ ସୁନାମୀ ଆଲର୍ଟ ଜାରି କରାଯାଇଛି । ନିଗାଟା ଓ ଏହାର ଆଖପାଖ ଅଞ୍ଚଳରେ ପାଖାପାଖି 3 ମିଟର ଉଚ୍ଚତାର ସୁନାମି ଆସିପାରେ ବୋଲି ଆକଳନ କରାଯାଇଛି । ଉପକୂଳ ଅଞ୍ଚଳରେ ସମୁଦ୍ର ଅଶାନ୍ତ ଥିବା ମଧ୍ୟ ଦେଖିବାକୁ ମିଳିଛି ।

ଏହାମଧ୍ୟ ପଢନ୍ତୁ.. ପୁଣି ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ତୀବ୍ରତା 4.1 ରେକର୍ଡ

ଜାପାନ ପବ୍ଲିକ ବୋର୍ଡକାଷ୍ଟର ଏନଏଚକେ ଟିଭି ପକ୍ଷରୁ ସୁନାମି ଆଲର୍ଟ ଜାରି କରାଯାଇଛି । ଉପକୂଳ ଅଞ୍ଚଳରେ ସୁନାମି ଯୋଗୁ ପାଣି ପାଖପାଖି 5 ମିଟର ( 16.5 ଫୁଟ) ଉଚ୍ଚତା ପର୍ଯ୍ୟନ୍ତ ଆସିପାରେ ସୂଚନା ଜାରି କରାଯାଇଛି । ଲୋକମାନଙ୍କୁ ତୁରନ୍ତ ଉଚ୍ଚ ସ୍ଥାନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକମାନଙ୍କୁ ସଚେତନ କରାଯାଉଛି ।

ଭୂକମ୍ପରେ କ୍ଷୟକ୍ଷତିର ଆକଳନ ଏବେସୁଦ୍ଧା ଜଣାପଡିନଥିବା ବେଳେ ପରବର୍ତ୍ତୀ ସମୟରେ ଏସଂପର୍କରେ ସମ୍ପୂର୍ଣ୍ଣ ବିବରଣୀ ଆସିବାର ସମ୍ଭାବନା ରହିଛି । ଜାପାନ ସରକାର ଏନେଇ ଗଣମାଧ୍ୟମରେ ବିବୃତ୍ତି ରଖିପାରନ୍ତି । ତେବେ ଟୋକିୟୋ ଇଲେକ୍ଟ୍ରିକ ପାଓ୍ବାର ପ୍ଲାଣ୍ଟରେ କିଛି ସମସ୍ୟା ଥିଲେ ତୁରନ୍ତ ସେଗୁଡିକୁ ଠିକ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. Earthquake: ଶକ୍ତିଶାଳୀ ଭୂକମ୍ପରେ ଥରିଲା ଆଫଗାନିସ୍ତାନ, ଘଣ୍ଟାଏରେ ୩ଥର ଝଟକା

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Jan 1, 2024, 2:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.