ଆଦିବାସୀଙ୍କ ସାମଗ୍ରିକ ବିକାଶ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ: ଅନନ୍ତ ନାୟକ

By

Published : Mar 3, 2021, 1:09 PM IST

thumbnail

କେନ୍ଦୁଝର: ବର୍ତ୍ତମାନ ସରକାର ଆଦିବାସୀଙ୍କ ଉନ୍ନତି ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । କିନ୍ତୁ ଗ୍ରାମସ୍ତର ପର୍ଯ୍ୟନ୍ତ ଏହି ଯୋଜନା ପହଁଚୁନଥିବା ଅଭିଯୋଗ ହେଉଛି । ଏହାସହ ଧୀରେ ଧୀରେ ଆଦିବାସୀଙ୍କ ପ୍ରତି ନିର୍ଯ୍ୟାତନା ସହ ଧର୍ମାନ୍ତରୀକରଣ ସଂଖ୍ୟା ବୃଦ୍ଧି ପାଇଛି । ଏସବୁ ନେଇ କେନ୍ଦ୍ର ସରକାର ସମାଧାନ ନେଇ ସଂକଳ୍ପ ନେଇଛନ୍ତି । ସମସ୍ତ ସରକାରୀ ଯୋଜନା କାର୍ଯ୍ୟକାରୀ ଆଦିବାସୀଙ୍କ ପାଇଁ କାର୍ଯ୍ୟକାରୀ ସଠିକ ରୂପେ ପ୍ରଣୟନ କରାଯିବ ବୋଲି ପ୍ରକାଶ କରିଛନ୍ତି ରାଷ୍ଟ୍ରୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ଚରଣ ନାୟକ । ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଥିବା ଅନନ୍ତ ନାୟକ କେନ୍ଦୁଝର ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସରକାରୀ ଯୋଜନାର କ୍ରିୟାନୟନ ନେଇ ଆଲୋଚନା କରିଥିଲେ । ଏହାସହ ଅନନ୍ତ ନାୟକ ବିଭିନ୍ନ ଆଦିବାସୀ ସଂପ୍ରଦାୟର ନେତାଙ୍କ ସହ ଆଲୋଚନା କରିଥିଲେ । କିଭଳି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ମିଳିତ ସହଯୋଗରେ ଆଦିବାସୀଙ୍କ ସାମଗ୍ରିକ ବିକାଶ କରାଯିବ ସେନେଇ ଇଟିଭି ଭାରତ ସହ ବିଶେଷ ଆଲୋଚନା କରିଛନ୍ତି ଆୟୋଗର ସଦସ୍ୟ ଅନନ୍ତ ନାୟକ । କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.