ଫାଶୀ ଦିଅ ପଛେ ଟିକା ଦିଅନି

By

Published : Dec 5, 2021, 10:28 PM IST

thumbnail

ଭୋପାଳ: ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶରେ ଆଗେଇ ଚାଲିଛି ଟୀକାକରଣ । ହେଲେ ଏହାରି ମଧ୍ୟରେ ମଧ୍ୟପ୍ରଦେଶର ରାଲାମଣ୍ତଳ ଅଞ୍ଚଳରୁ ଏକ ବିରଳ ଘଟଣା ଦେଖିବାକୁ ମିଳିଛି । ଜଣେ ବୃଦ୍ଧ କୋରୋନା ଟିକା ନେବା ସ୍ବାସ୍ଥ୍ୟ କର୍ମୀଙ୍କୁ ନାକେଦମ କରିଦେଇଛନ୍ତି । ଭ୍ୟାକସିନ ନେବା ପାଇଁ ରୋକଠୋକ ମନା କରିଦେଇଛନ୍ତି ସେ । ଏପରିକି ତାଙ୍କୁ ଗୁଳି କରିଦିଅ କି ଫାଶୀରେ ଟଙ୍ଗାଇ ଦିଅ । ହେଲେ ସେ କୋରୋନା ଟିକା ନେବେ ନାହିଁ ବୋଲି କହିଛନ୍ତି । କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର କି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ତାଙ୍କୁ ନିକଟକୁ ଆସିଲେ ମଧ୍ୟ ସେ ଟିକା ନେବେ ନାହିଁ ବୋଲି କହିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.