ଜଳପ୍ରପାତରେ ଖସି ଯୁବକ ମୃତ - Youth drowns in Nabarangpur

By ETV Bharat Odisha Team

Published : May 28, 2024, 11:57 AM IST

thumbnail
Youth drowns in Dakaradora waterfall (ETV Bharat Odisha)

Youth drowns in Dakaradora waterfall ନବରଙ୍ଗପୁର : ଡକରାଦୋରା ଜଳପ୍ରପାତରେ ଖସି ଯୁବକ ମୃତ  । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ସଦର ପଞ୍ଚାୟତରେ ଥିବା ମୋଙ୍ଗରଦୋରା ପାଖ ଡକରାଦୋରା ଜଳପ୍ରପାତ ରେ ସୋମବାର ସନ୍ଧ୍ୟାରେ ପୂଜାରିଗୁଡା ପଞ୍ଚାୟତର କାନ୍ଦ୍ରାଗୁଡା ଗ୍ରାମର ବିପିନ ସୁନାଙ୍କ ପୁଅ ଗମିନାଲ ସୁନା ଗ୍ରାମର ୫ ଜଣ ସାଙ୍ଗ ସହ ଗାଧୋଉଥିବାବେଳେ ହଠାତ୍ ଗୋଡ଼ ଖସି ପାଣିରେ ପଡିଯାଇଥିଲେ । ସାଙ୍ଗମାନେ ଏନେଇ ଯୁବକଙ୍କ ପରିବାରକୁ ଖବର ଦେଇଥିଲେ  । 

ଏହାମଧ୍ୟ ପଢନ୍ତୁ.. ଖଡଖାଇ ନଦୀରୁ ନାବାଳକ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର - Minor Boy Death

ଖବର ପାଇ ପରିବାର ସଦସ୍ୟ ତେନ୍ତୁଳିଖୁଣ୍ଟି ଥାନାକୁ ଜଣାଇଥିଲେ । ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ଗୋପାଳ କୃଷ୍ଣ ଆଗୁପାତ୍ରଙ୍କ ନେତୃତ୍ବରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ ବହୁ ସମୟ ଧରି ଖୋଜାଖୋଜି କରିବା ପରେ ଯୁବକଙ୍କ ମୃତଦେହ ମିଳିଥିଲା  । ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି  । ଆଉମଧ୍ୟ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଛି ପୋଲିସ ।

ଇଟିଭି ଭାରତ, ନବରଙ୍ଗପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.