ETV Bharat / snippets

ନିର୍ବନ୍ଧ ଭୋଜି ଖାଇ ହେଲା ଫୁଡ ପଏଜନିଂ: ୪ ମୃତ, ୪୦ ଜଣ ହସ୍ପିଟାଲରେ ଭର୍ତ୍ତି

author img

By ETV Bharat Odisha Team

Published : May 28, 2024, 2:05 PM IST

Etv Bharat
Etv Bharat (Etv Bharat)

ଜୟପୁର(ରାଜସ୍ଥାନ): ରାଜସ୍ଥାନର ଉଦୟପୁର ଜିଲ୍ଲାରେ ଖାଦ୍ୟ ବିଷକ୍ରିୟା(Food poisoning) କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ପାଖାପାଖି ୪୦ ଜଣ ଲୋକେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏ ସମସ୍ତ ଲୋକେ ଗୋଟିଏ ଭୋଜିଭାତରେ ସାମିଲ ହୋଇଥିଲେ । ଜଣେ ସମ୍ପର୍କୀୟଙ୍କ ନିର୍ବନ୍ଧ ପରର ଏକ କାର୍ଯ୍ୟକ୍ରମରେ ଏହି ଭୋଜିର ଆୟୋଜନ ହୋଇଥିଲା । ଏମାନେ ସେଠି ଖାଇବା ସହ ଦେଶୀ ମଦପାନ କରିଥିଲେ । ଖାଇ ସାରି ସମସ୍ତେ ନିଜ ଘରକୁ ଫେରିବା ପରେ ରାତିରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଥିବା ବେଳେ ଜଣେ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ପାଖାପାଖି ୪୦ ଜଣ ହସ୍ପିଟାଲରେ ଥିବାବେଳେ ୧୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏବେ ଏହି ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.