ଭଦ୍ରକ ଚାନ୍ଦବାଲିରେ ଅମିତ ଶାହଙ୍କ ଉଦବୋଧନ, ଦେଖନ୍ତୁ LIVE - Amit Shah at Bhadrak Live

By ETV Bharat Odisha Team

Published : May 28, 2024, 1:20 PM IST

Updated : May 28, 2024, 1:45 PM IST

thumbnail
ଭଦ୍ରକ: ଭଦ୍ରକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା  । ବିଜେପି ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଅପିଲ  । ଆଜି ୩ଟି ସ୍ଥାନରେ ଶାହାଙ୍କ କାର୍ଯ୍ୟକ୍ରମ ରହିଛି  । ରାଜ୍ୟରେ ଅନ୍ତିମ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବାକୁ ଯାଉଛି  । ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା ଓ ଜଗତସିଂହପୁରରେ ହେବ ନିର୍ବାଚନ । ଯେଉଁଥିପାଇଁ ପ୍ରମୁଖ ରାଜନୈତିକ ଦଳର ନଜର ଏବେ ଏହି ସଂସଦୀୟ କ୍ଷେତ୍ର ଉପରେ ରହିଛି  । ଦଳର ହେଭିଓ୍ବେଟମାନଙ୍କ ଘନ ଘନ ଗସ୍ତ ଜାରି ରହିଛି  । ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶା ଗସ୍ତ ମଧ୍ୟ ଜାରି ରହିଛି  । ଆଜି ଶାହା ଆସିଥିବା ବେଳେ ଆସନ୍ତାକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି  । ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଅମିତ ଶାହା  । ପ୍ରାୟ ୫୦ ହଜାର କର୍ମକର୍ତ୍ତା ଏହି ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ଦଳୀୟ ନେତାଙ୍କୁ ବିଜୟ ପାଇଁ ଗୁରୁମନ୍ତ୍ର ଦେଉଛନ୍ତି ଶାହ । ଇଟିଭି ଭାରତ, ଭଦ୍ରକ 
Last Updated : May 28, 2024, 1:45 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.