ସାହାଯ୍ୟ ପାଇଁ ନେହୁରା ହେଉଥିଲା ଡ୍ରାଇଭର, ହେଲେ ମଦ ବୋହିନେଲେ ଲୋକେ - Liquor truck overturned

By ETV Bharat Odisha Team

Published : May 28, 2024, 11:33 AM IST

thumbnail
ସାହାଯ୍ୟ ପାଇଁ ନେହୁରା ହେଉଥିଲା ଡ୍ରାଇଭର, ହେଲେ ମଦ ବୋହିନେଲେ ଲୋକେ (ETV Bharat Odisha)

ଲକ୍ଷ୍ନୌ: ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଲା ମଦ ବୋଝେଇ ଟ୍ରକ  । ହେଲେ ଏଥିରେ ଗୁରୁତର ଡ୍ରାଇଭରକୁ ହସ୍ପିଟାଲ ନେବା ବଦଳରେ ମଦ ବୋହି ନେଲେ ଲୋକେ । ମାଗଣା ପାଇ ଯିଏ ଯେତେ ପାରିଲା ସେତେ ବୋହି ନେଲା । କିନ୍ତୁ ସାହାଯ୍ୟ ପାଇଁ ନେହୁରା ହୋଇଥିବା ଡ୍ରାଇଭରକୁ ସହାୟତା କରିବାକୁ କେହି ଆଗେଇ ଆସିଲେନି । ଏମିତି ଏକ ଲଜ୍ଜାଜନକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଘଟଣାଟି ଉତ୍ତରପ୍ରଦେଶ ରାଜ୍ୟ ବିଜନୌରର ହୋଇଥିବା କୁହାଯାଉଛି  । ତେବେ ପୋଲିସ ସମ୍ପୃକ୍ତ ଗୁରୁତର ଡ୍ରାଇଭରକୁ ହସ୍ପିଟାଲରେ ଭର୍ତ୍ତି କରିଛି ।ବିଜନୋର ଜିଲ୍ଲାର ମଣ୍ଡବଲୀ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ମଦ ବୋଝେଇ ଗୋଟିଏ ଟ୍ରକ ଅନିୟନ୍ତ୍ରିତ ହୋଇ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା  । ଦୁର୍ଘଟଣା ପରେ ଟ୍ରକ ଓଲଟି ପଡିବାରୁ ମଦ ବୋତଲ ରାସ୍ତାରେ ବିଛାଡି ହୋଇପଡିଥିଲ । ଏହା ଦେଖି ଲୋକେ ମଦ ଲୁଟିବାକୁ ଲାଗିଥିଲେ  । ସୋସିଆଲ ମିଡିଆରେ ଏହି ଦୃଶ୍ୟ ଭାଇରାଲ ହେଉଛି  । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.