ଭଦ୍ରକରେ ବିଜେଡିର ରୋଡ ସୋ’, ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଲେ ପାଣ୍ଡିଆନ - V K Pandian road show Bhadrak

By ETV Bharat Odisha Team

Published : May 28, 2024, 9:34 AM IST

thumbnail
BJD Campaign (ETV Bharat Odisha)

BJD Campaign: ଭଦ୍ରକ: ଜିଲ୍ଲାରେ ବିଜେଡି ନେତା ଭିକେ ପାଣ୍ଡିଆନ ବିଶାଳ ରୋଡ ସୋ କରିଛନ୍ତି  । ଶେଷ ପର୍ଯ୍ୟାୟରେ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳର ପ୍ରଚାର ଜୋରଦାର ରହିଛି । ଏହି କ୍ରମରେ ଭଦ୍ରକରେ ସୋମବାର ବିଜେଡି ନେତା ଭି କେ ପାଣ୍ଡିଆନ ବିଶାଳ ରୋଡ ସୋ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି  । ଏହି ରୋଡ ସୋ ଜିଲ୍ଲାର ମହତାବ ଛକରୁ ଆରମ୍ଭ ହୋଇ ଟାଉନ ହଲ ଛକ, ଥାନା ଛକ, ନୂଆବଜାର, ରାଜଘାଟ ଛକ, ବାଇପାସ ଛକ, ଜଗନ୍ନାଥ ମନ୍ଦିର ସାମ୍ନା ଦେଇ ଖାନକା ସରିଫ ପର୍ଯ୍ୟନ୍ତ ଯାଇଥିଲା । 

ବିଜେଡି ଲୋକସଭା ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଏବଂ ଭଦ୍ରକ ବିଧାନସଭା ପ୍ରାର୍ଥୀ ପ୍ରଫୁଲ୍ଲ ସାମଲଙ୍କ ମଧ୍ୟ ଏହି ରୋଡ ସୋରୋ ସାମିଲ ହୋଇଥିଲେ । ଏହି ରୋଡ ସୋ ସମୟରେ ପାଣ୍ଡିଆନ ବିଭିନ୍ନ ସ୍ଥାନରେ ଭାଷଣ ଦେଇଥିଲେ । ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେଲା ପରେ ପ୍ରଥମେ ସେ ବିଜୁଳି ବିଲ ଛାଡ଼ ପାଇଁ ପ୍ରଥମ ଦସ୍ତଖତ କରିବେ । ଏହା ପରେ BSKY କାର୍ଡରେ ସମସ୍ତ ଲୋକଙ୍କୁ ସାମିଲ କରାଯିବା ସହ 60 ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ମିଶନ ଶକ୍ତି ମା ମାନଙ୍କୁ ପେନସନ ପ୍ରଦାନ ବ୍ୟବସ୍ଥା କରାଯିବ ବୋଲି ନିଜ ଭାଷଣରେ କହିଥିଲେ ପାଣ୍ଡିଆନ । 

ଏହାମଧ୍ୟ ପଢନ୍ତୁ.. ଯାଜପୁରରେ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର, ଯୋଡି଼ ଖଙ୍ଖରେ ଭୋଟ ଦେବାକୁ କଲେ ନିବେଦନ - VK Pandian Election Campaign
 

ଏଥିସହ ଆସନ୍ତା 9 ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ  ପାଣ୍ଡିଆନ । ବିଜେଡି ପ୍ରାର୍ଥୀମାନଙ୍କୁ ଆଶୀର୍ବାଦ କରିବା ପାଇଁ କହିଥିଲେ । ଏହି ରୋଡ ସୋ ପୂର୍ବରୁ ପ୍ରଥମେ ପାଣ୍ଡିଆନ ବାସୁଦେବପୁରର ଯାଦବ ପଡିଆଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇଥିଲେ । ଏଥିସହ ତିହିଡ଼ି ବ୍ଳକର ତାରିଣୀ ପଡିଆଠାରେ ଆୟୋଜିତ ଏକ କର୍ମୀ ସମ୍ମିଳନୀରେ ଉଦବୋଧନ ଦେବା ପରେ ସେ ସିଧାସଳଖ ଆସି ଭଦ୍ରକ ସହର ଆସି ରୋଡ ସୋରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀମାନଙ୍କ ସପକ୍ଷରେ ପ୍ରଚାର କରିଥିଲେ ।

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.