ଅନ୍ତିମ ଲଢେଇ ପାଇଁ ଘମାଘୋଟ ପ୍ରଚାର, ନିମାପଡା ତେରୁଣ୍ଡିଆରେ ପୁଣି ଶକ୍ତି ପ୍ରଦର୍ଶନ କଲା ବିଜେଡି - Odisha Assembly election 2024

By ETV Bharat Odisha Team

Published : May 28, 2024, 8:09 AM IST

thumbnail
ଅନ୍ତିମ ଲଢେଇ ପାଇଁ ଘମାଘୋଟ ପ୍ରଚାର, ନିମାପଡା ତେରୁଣ୍ଡିଆରେ ପୁଣି ଶକ୍ତି ପ୍ରଦର୍ଶନ କଲା ବିଜେଡି (ETV Bharat Odisha)

Odisha Assembly election 2024: ନିମାପଡା: ସରିଛି ତିନୋଟି ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ଜୁନ ୧ରେ ୬ଟି ସଂସଦୀୟ କ୍ଷେତ୍ରରେ ଚତୁର୍ଥ ବା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ହେବ  । ଏହି ଅନ୍ତିମ ଲଢେଇକୁ ନେଇ ବେଶ୍ ସରଗରମ ହୋଇପଡିଛି ଜଗତସିଂପୁର ଲୋକସଭା ଆସନ ଅନ୍ତର୍ଗତ ନିମାପଡା ନିର୍ବାଚନ ମଣ୍ଡଳୀ  । ଏଠି ତ୍ରିମୁଖୀ ଲଢେଇ ହେଉଥିବା ବେଳେ ବିଧାୟକ ସମୀର ଦାଶ ବିଜେପିରେ ସାମିଲ ହେବା ପରେ ବିଜେପି ଓ ବିଜେଡି ମଧ୍ୟରେ ମୁଖ୍ୟତଃ କଡ଼ା ଟକ୍କର ହେବ ବୋଲି କୁହାଯାଉଛି  । ତେଣୁ ନିମାପଡ଼ା ଗଡ଼ ବଞ୍ଚାଇବାକୁ ମାରାଥନ ପ୍ରଚାର ସହ ଶକ୍ତି ପ୍ରଦର୍ଶନ କରୁଛି ବିଜେଡି  । ସୋମବାର ପିପିଲି ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀଙ୍କ ନେତୃତ୍ବରେ ତେରୁଣ୍ଡିଆ ଅଞ୍ଚଳରେ ଜୋରଦାର ପ୍ରଚାର କରାଯାଇଛି  । ବାଇକ ଶୋଭାଯାତ୍ରା ସହିତ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଛନ୍ତି ବିଜେଡି ପ୍ରାର୍ଥୀ । ରବିବାର ରାତିରେ ଏହି ଗ୍ରାମରେ ବିଜେଡ଼ି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ନାୟକଙ୍କ ପାଇଁ ପ୍ରଚାର କରୁଥିବା ବେଳେ ରୁଦ୍ର ପ୍ରତାପ ମହରଥୀ ଓ ତାଙ୍କ ସମର୍ଥକଙ୍କ ଗାଡି ଭଙ୍ଗାରୁଜା କରାଯାଇଥିଲା । ଏହି ଆକ୍ରମଣ ପଛରେ ବିଜେପିର ହାତ ଥିବା ଅଭିଯୋଗ କରି ସିଇଓଙ୍କ ପାଖରେ ଅଭିଯୋଗ କରିଥିଲା ବିଜେଡି । ସୋମବାର ପୁଣିଥରେ ରୁଦ୍ର ପ୍ରଚାରର ସାରଥୀ ସାଜି ଉକ୍ତ ଗ୍ରାମରେ ଦିଲ୍ଲୀପଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ବିଜେଡ଼ି ପ୍ରତି ବିପୁଳ ଜନସମର୍ଥନ ରହିଛି  । ଭୋଟରମାନେ ବିପୁଳ ସଂଖ୍ୟାରେ ବିଜେଡିକୁ ଭୋଟ ଦେଇ ନିର୍ବାଚନ ବୈତରଣୀ ପାର କରିବେ ବୋଲି ପ୍ରଚାର ସମୟରେ କହିଛନ୍ତି ଦିଲ୍ଲୀପ ନାୟକ । 

ଇଟିଭି ଭାରତ, ନିମାପଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.