ETV Bharat / politics

ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲା କି ବିଜେଡି: ଅପରାଜିତା ଷଡଙ୍ଗୀ - MP Aparajita Sarangi Press Meet

author img

By ETV Bharat Odisha Team

Published : May 28, 2024, 4:24 PM IST

MP Aparajita Sarangi Press Meet: ସାଂସଦ ଅପରାଜିତା ଷଡଙ୍ଗୀ ରାଜ୍ୟ ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ପକ୍ଷପାତିତାର ଅଭିଯୋଗ ଆଣିଛନ୍ତି । ତୃତୀୟ ମହଲା ଇସାରାରେ ଷଡଯନ୍ତ୍ର ହୋଇଥିବା ନେଇ ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅଧିକ ପଢନ୍ତୁ

MP Aparajita Sarangi Press Meet
MP Aparajita Sarangi Press Meet (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ବାକି ରହିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ମାତ୍ର ରାଜନୈତିକ ଦୋଷାରୋପ ଥମିବାର ନାଁ ନେଉନି । ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଇଭିଏମ ଭଙ୍ଗା ଘଟଣାକୁ ନେଇ ବିଜେଡି ବୁରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ପ୍ରଶାନ୍ତ ଜଗଦ୍ଦେବ ଇଭିଏମ ଭଙ୍ଗାରୁଜା କରିନାହାନ୍ତି । ତାଙ୍କ ଲୋକପ୍ରିୟତାକୁ ବିଜେଡି ଡରିଗଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, "ପୋଲିସ କେଉଁ ସ୍ଥିତିରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛନ୍ତି । ମୁଁ ନିଜେ ସେଠାରେ ଉପସ୍ଥିତ ଥିଲି ଏବଂ କେହି ଏ ବାବଦରେ ଅଭିଯୋଗ କରିନାହାନ୍ତି । ଗତକାଲି ଡ୍ରାଇଭର ବନମାଳୀ କଥା ସବୁ ଶୁଣିଲେ । ବନମାଳୀକୁ ଚାରିଜଣ ପୋଲିସ ହଇରାଣ କଲେ, ମିଛ କହିବାକୁ ବାଧ୍ୟ କଲେ ।" ଅପରାଜିତା ବିଜେଡିକୁ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟରେ ଗୃହମନ୍ତ୍ରୀ କିଏ । ରାଜ୍ୟରେ କିଛି ଅସୁବିଧା ହେଉଛି ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ତ ? ପ୍ରଶାନ୍ତ ଜଗଦ୍ଦେବଙ୍କ ଲୋକପ୍ରିୟତାକୁ ଡରିଗଲେ କି ? ସିସିଟିଭି ଫୁଟେଜ ହସ୍ତାନ୍ତର ହୋଇଛି । ସେଥିରେ ପ୍ରଶାନ୍ତ ଜଗଦ୍ଦେବ କିଛି ସମ୍ପର୍କ ନାହିଁ । ବିଜେଡି କର୍ମୀ କହୁଛନ୍ତି ପ୍ରଶାନ୍ତ ଜଗଦ୍ଦେବଙ୍କ କିଛି କରି ନାହାଁନ୍ତି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଚାଲିଛି । ଛେଣ୍ଡିପଦା ଘଟଣାରେ ମୁଖ୍ୟମନ୍ତ୍ରୀ କି ପଦକ୍ଷେପ ଗ୍ରହଣ କରୁଛନ୍ତି । 3 ଦିନ ହେଲା ପ୍ରଶାନ୍ତ ଜଗଦ୍ଦେବ ଜେଲରେ ଅଛନ୍ତି ଏହା ପାଇଁ କିଏ ଦାୟୀ ? ଆଗାମୀ 1ଘଣ୍ଟା ଭିତରେ ସିସିଟିଭି ସାର୍ବଜନୀନ କରିବି । ସବୁ ଲୋକମାନେ ପ୍ରଶାନ୍ତଙ୍କ ସହିତ ଅଛନ୍ତି ବୋଲି ଅପରାଜିତା କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ... ମହଙ୍ଗା ପଡିଲା EVM ଭଙ୍ଗାରୁଜା, ଗିରଫ ହୋଇ ଜେଲ ଗଲେ ପ୍ରଶାନ୍ତ ଜଗଦ୍ଦେବ - PRASHANT JAGDEV ARREST

ଜଣେ ଗରିବଙ୍କୁ ଚାରି ଜଣ ପୋଲିସ ହଇରାଣ କରି ଚାପ ପ୍ରୟୋଗ କରି ପ୍ରଶାନ୍ତ କ୍ୟାବିନେଟ ଭାଙ୍ଗିଛନ୍ତି ବୋଲି ବୟାନ ଦେବା ପାଇଁ କିନ୍ତୁ ସେ ଏପରି କରି ନଥିବାରୁ ତାଙ୍କୁ ଧନ୍ୟବାଦ । ଜଣେ ଜିଲ୍ଲା ସ୍ତରର ସରକାରୀ ବାବୁ କହିଛନ୍ତି, ଏ ସବୁ ତୃତୀୟ ମହଲା ନିଷ୍ପତ୍ତିରେ ହୋଇଛି | ଜଣେ ସିଟିଙ୍ଗ ଏମପିଙ୍କ ଗାଡିକୁ ରଖିକି ପ୍ରଶାନ୍ତ ଜଗଦେଵଙ୍କୁ ପୋଲିସ ନେଇଗଲା । ଆଉ ଜଣେ ଅଡିଓ ବିଜେଡ଼ି କର୍ମୀଙ୍କ ଅଛି, ସେଥିରେ ସେ କହିଛନ୍ତି ପ୍ରଶାନ୍ତ କ୍ୟାବିନେଟ ଭାଙ୍ଗି ନାହାନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି କେମିତି ଚାଲିଛି, ଛେଣ୍ଡିପଦା ବିଧାୟକଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ପକ୍ଷପାତିତା କରଯାଉଛି । ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ମୁଖ୍ୟମନ୍ତ୍ରୀ କୋଟେରୀ, ତୃତୀୟ ମହଲା ଏବଂ ତାମିଲ ବାବୁ ଦାୟୀ ବୋଲି କହିଛନ୍ତି ଅପରାଜିତା ।

2019 ନିର୍ବାଚନ ପୂର୍ବରୁ ବିଜେଡ଼ି ବହୁତ ସଂକଳ୍ପ ନେଇଥିଲା, ସେ ରିପୋର୍ଟ କାର୍ଡ କାହିଁ ବୋଲି ପ୍ରଶ୍ନ କଲେ ଅପରାଜିତା | ସେ କହିଛନ୍ତି, " ମୁଖ୍ୟମନ୍ତ୍ରୀ ପାଞ୍ଚ ବର୍ଷର ରିପୋର୍ଟ କାର୍ଡ ଦେବେକି ? କାହିଁକି ଦେଇ ପାରୁନାହାନ୍ତି, ଯେହେତୁ, ବେରୋଜଗାରୀ କ୍ଷେତ୍ରରେ ଦେଶରେ ନମ୍ବର ୱାନ, 42% ଶିକ୍ଷିତ ଯୁବକ ଯୁବତୀ ବେକାର ଅଛନ୍ତି । ମୁଁ ରିପୋର୍ଟ ମାଗୁଛି କାରଣ ମୁଁ ରିପୋର୍ଟ କାର୍ଡ ଦେଇଛି । ଖୋଲା ବିତର୍କ ପାଇଁ କାହିଁକି ମୁଖ୍ୟମନ୍ତ୍ରୀଙ୍କ ସାହସ ହେଲା ନାହିଁ । ଦାରିଦ୍ର୍ୟରେ ତଳ ଆଡୁ ପାଞ୍ଚ ନମ୍ବରରେ ଅଛୁ । ମାଇନିଂରେ ବହୁତ ବଡ଼ ଭ୍ରଷ୍ଟାଚାର ହେଉଛି । ଶାହ କମିଶନ ରିପୋର୍ଟ ପରେ ରାଜ୍ୟ ସରକାର ନିଦା ବିଷ୍ଣୁ । ମାଇନିଂ ଭ୍ରଷ୍ଟାଚାର, ଚନ୍ଦକା ଜମି ହଡପ, ଏସବୁ ସାନ ବାବୁ ଏବଂ ତାଙ୍କ ସାଙ୍ଗ ମାନଙ୍କ ଦ୍ବାରା ହୋଇଛି । କିନ୍ତୁ ଆଜିଠୁ ତାଙ୍କ ବିଷୟରେ କଥା ହେବା ନାହିଁ, ଯାହା କଥା ହେବା ମୁଖ୍ୟମନ୍ତ୍ରୀଙ୍କ ବାବଦରେ କଥା ହେବା କାରଣ ମୁଖ୍ୟମନ୍ତ୍ରୀଙ୍କ ସପକ୍ଷରେ ଜନାଦେଶ ଅଛି । ବିଜୁ ଜନତା ଦଳର ଷ୍ଟାର ପ୍ରଚାରକ ତାଲିକାରେ 40 ଜଣ ଥିବା ବେଳେ ମାତ୍ର ଦୁଇ ଜଣ ବୁଲୁଛନ୍ତି । ଓଡିଶାରେ ହ୍ୟୁମାନ ଟ୍ରାଫିକିଂ ସବୁଠୁ ଅଧିକ । 2019 ରେ ବିଜେଡି ଘୋଷଣା ପତ୍ର କରିଥିଲେ ରିପୋର୍ଟ କାର୍ଡ ଦିଅନ୍ତୁ । ରାଜ୍ୟରେ 2 କୋଟି 25 ଲକ୍ଷ ମହିଳା ସଶକ୍ତିକରଣ ହୋଇନାହିଁ । ଷ୍ଟାର୍ ପ୍ରଚାରକ 40 ଜଣ ହେଲେ ଜଣେ ବିଜେଡିର ପ୍ରଚାର କରୁଛି ।" NCRB ରେ ଅଧିକ ମହିଳା ଅସୁରକ୍ଷିତ । ବିଜେଡି ପ୍ରତେକ ମହିଳାଙ୍କୁ 1 ହଜାର ଟଙ୍କା ଦେଇଛି ଭୋଟ ପାଇଁ କିନ୍ତୁ ବିଜେପି ସୁଭଦ୍ରା ଯୋଜନାରେ 50 ହଜାର ଟଙ୍କାର ଭାଉଚର ଦେବ ନଡ୍ଡା କହିଛନ୍ତି । 30 ଜିଲାରେ 30 ଟି ପିଙ୍କ ଥାନା ହେବ। ବିଜେପି ସରକାରକୁ ଆସିଲେ, 314 ବ୍ଲକ ପାଇଁ ସୁଗମ ଆମ୍ବୁଲାନ୍ସ ଦେବୁ । ପ୍ରତ୍ୟେକ ବ୍ଲକରେ 4 ଟି ଆମ୍ବୁଲାନ୍ସ ଓ ରେବତୀ ସଦନ ହେବ । 24 ଘଣ୍ଟିଆ ମହିଳା ହେଲ୍ପଲାଇନ ସରଳ ଯୋଜନା ଓ MSME କୁ ଅଧିକ ଗୁରୁତ୍ବ ଦେବୁ ବୋଲି କହିଛନ୍ତି ଅପରାଜିତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.