ETV Bharat / state

ଶୀତଳ ଷଷ୍ଠୀ ପର୍ବ ପାଇଁ ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ - Sital Sasthi 2024

author img

By ETV Bharat Odisha Team

Published : May 28, 2024, 4:33 PM IST

Sital Sasthi 2024 Festival Preparation: ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସୁବର୍ଣ୍ଣପୁରରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ଦେବୋତ୍ତର ବିଭାଗ ଏଥି ପ୍ରତି ଅବହେଳା କରୁଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ପର୍ବ
ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ପର୍ବ (ETV Bharat Odisha)

ସୁବର୍ଣ୍ଣପୁର: ଆଗକୁ ଆସୁଛି ଶୀତଳ ଷଷ୍ଠୀ ଯାତ୍ରା । ଦେବ ଦେବ ମହାଦେବ ଦେବୀ ଓ ମା' ପାର୍ବତୀଙ୍କ ପାଣିଗ୍ରହଣ କରିବେ । ଏଥିପାଇଁ ଏବେଠୁ ଐତିହାସିକ ସୁବର୍ଣ୍ଣପୁର ସହରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜିଲ୍ଲା ଦେବୋତ୍ତର କମିଟି ପକ୍ଷରୁ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଚୟନ କରିବା ପରେ ଉଭୟ ପକ୍ଷ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଳନ କରିବା ପାଇଁ ବେଶ ଉତ୍ସାହର ସହିତ କାର୍ଯ୍ୟରେ ଲାଗିଛନ୍ତି । କିନ୍ତୁ ଦେବୋତ୍ତର ବିଭାଗ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପାଇଁ ତତ୍ପରତା ଦେଖାଉ ନ ଥିବା ଅଭିଯୋଗ ହୋଇଛି ।

ସୁବର୍ଣ୍ଣପୁରରେ ଶୀତଳ ଷଷ୍ଠୀ ପର୍ବ ପାଇଁ ଦେବୋତ୍ତର ବିଭାଗର ଅବହେଳା ଅଭିଯୋଗ (ETV Bharat Odisha)

ବହୁ ପୁରାତନ କାଳରୁ ସୁବର୍ଣ୍ଣପୁର ସହରରେ ଶୀତଳ ଷଷ୍ଠୀ ପର୍ବ ପାଳନ କରାଯାଇ ଆସୁଛି । ଏହି ପର୍ବକୁ ଆଡମ୍ବର ଭାବେ ପାଳନ କରିବା ପାଇଁ ସୋନପୁର ଗଡଜାତର ଚୌହାନ ଶାସକ ବୀରମିତ୍ରଦୋୟ ସିଂଦେଓ ବ୍ୟାପକ ବ୍ୟବସ୍ଥା କରି ଯାଇଛନ୍ତି । ଅଷ୍ଟଶମ୍ଭୁଙ୍କ ମନ୍ଦିରର ଦୈନନ୍ଦିନ ନୀତିକାନ୍ତି ସହିତ ସେବାୟତମାନଙ୍କ ଆର୍ଥିକ ବିକାଶ ପାଇଁ ବ୍ୟାପକ ସଂପତ୍ତିର ବ୍ୟବସ୍ଥା ମଧ୍ୟ ହୋଇଛି । ସେହିପରି ଶୀତଳ ଷଷ୍ଠୀ ପର୍ବ ପାଇଁ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ରଶେଖରଙ୍କ 108 ଭରି ସ୍ବର୍ଣ୍ଣ ନାଗ ଓ ମହଣ ମହଣ ରୂପାରେ ତିଆରି ବିମାନ, ଛତି ଓ ଛତ୍ର ଆଦି ଏହି ପର୍ବର ମୁଖ୍ୟ ଆକର୍ଷଣ । ପ୍ରତିବର୍ଷ ଜିଲ୍ଲା କୋଷାଗାରରୁ ସ୍ବର୍ଣ୍ଣ ନାଗ ପ୍ରତୀମା ସହିତ ଦେବ ଦମ୍ପତ୍ତିଙ୍କ ସୁନା ଓ ରୂପା ଆଭୂଷଣ ସହିତ ଅନ୍ୟାନ୍ୟ ଦେବାଦେବୀଙ୍କ ଆଭୂଷଣ ଏହି ଐତିହାସିକ ପର୍ବରେ ବ୍ୟବହାର ହୋଇ ଆସୁଛି ।

ଏହା ମଧ୍ୟ ପଢ଼ନ୍ତୁ...ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି, ବର ଓ କନ୍ୟା ମାତାପିତାଙ୍କ ଚୟନ ପର୍ବ ସମ୍ପନ୍ନ - Preparation For Sital Sasthi

ବାବା ଚନ୍ଦ୍ରଶେଖରଙ୍କ ସମେତ ଏକତ୍ର ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ଦର୍ଶନ ପାଇଁ ସହରର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଆଡମ୍ବରପୂର୍ଣ୍ଣ ବିବାହ ଉତ୍ସବ ପାଇଁ ବ୍ୟାପକ ଆୟୋଜନ କରାଯାଇଥାଏ । ହେଲେ ଚଳିତ ବର୍ଷ ଦେବୋତ୍ତର ବିଭାଗ ଏହି ବିବାହ ଉତ୍ସବ ପାଳନ ପାଇଁ ସେତେଟା ଆଗ୍ରହ ପ୍ରକାଶ କରୁ ନ ଥିବା ଅଭିଯୋଗ ହୋଇଛି । ହେଲେ ବହୁଦିନ ଧରି ଚାଲିଆସୁଥିବା ଏହି ପରମ୍ପରାକୁ ବଜାୟ ରଖିବା ପାଇଁ ଦେବୋତ୍ତର କମିଟି, ମନ୍ଦିର କମିଟି ଓ ଯାତ୍ରା କମିିଟି ପକ୍ଷରୁ ଶୀତଳ ଷଷ୍ଠୀ ପର୍ବ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଜାରି ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.