ETV Bharat / state

ଶୀତଳ ଷଷ୍ଠୀ ପାଇଁ ପ୍ରସ୍ତୁତି, ବର ଓ କନ୍ୟା ମାତାପିତାଙ୍କ ଚୟନ ପର୍ବ ସମ୍ପନ୍ନ - Preparation For Sital Sasthi

author img

By ETV Bharat Odisha Team

Published : May 10, 2024, 8:02 PM IST

Sital Sasthi 2024: ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଶୀତଳ ଷଷ୍ଠୀ । ଯାହା ପାଇଁ ଆଜି ସୁବର୍ଣ୍ଣପୁରରେ ବର ପିତାମାତା ଓ କନ୍ୟା ପିତାମାତାଙ୍କ ଚୟନ ପର୍ବ ଶେଷ ହୋଇଛି । ଅଧିକ ପଢ଼ନ୍ତୁ

Sital Sasthi 2024
Sital Sasthi 2024 (ETV Bharat Odisha)

Sital Sasthi 2024 (ETV Bharat Odisha)

ସୁବର୍ଣ୍ଣପୁର: ଆସନ୍ତା ଜୁନ 12 ତାରିଖରେ ବୈଦିକ ରୀତିନୀତି ଅନୁଯାୟୀ ହେବାକୁ ଯାଉଛି ଶିବ ପାର୍ବତୀଙ୍କ ବିବାହ। ଯାହା ପ୍ରସିଦ୍ଧ ଶୀତଳ ଷଷ୍ଠୀ ନାମରେ ସୁପରିଚିତ । ତେବେ ହେବାକୁ ଥିବା ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ସୁବର୍ଣ୍ଣପୁର । ତେବେ ସହରର ଐତିହାସିକ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ପାରମ୍ପାରିକ ବିଧି ବିଧାନରେ ବର ପିତାମାତା ଓ କନ୍ୟା ପିତାମାତାଙ୍କୁ ଚୟନ କରାଯାଇଛି । ଶୀତଳ ଷଷ୍ଠୀ ଯାତ୍ରା ପାଇଁ ବର ପିତାମାତା ଓ କନ୍ୟା ପିତାମାତା ପାଣି ଗ୍ରହଣ ପର୍ବ ପାଳନ କରିବା ନିମନ୍ତେ ବାବା ଚନ୍ଦ୍ରଶେଖରଙ୍କ ମନ୍ଦିରରେ ଶପଥ କରିଛନ୍ତି ।

କାହିଁ କେତେ ବର୍ଷରୁ ଅଷ୍ଟ ଶମ୍ଭୁଙ୍କ ଏହି ସହରରେ ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ ପ୍ରତିବର୍ଷ ପାଳିତ ହୋଇଆସୁଛି । ବିଶେଷକରି ଚୌହାନ ଶାସକ ବୀରମିତ୍ରୋଦୟ ସିଂହଦେବଙ୍କ ଅମଳରୁ ଏହି ପବିତ୍ର ଉତ୍ସବ ପୃଷ୍ଟ ପୋଷକତା ପାଇଥିଲା । ଚୌହାନ ଶାସକ ମହଣ ରୂପାରେ ତିଆରି ବିମାନ, ଛତି, ଛତ୍ର ସମେତ 108 ଭରି ସ୍ବର୍ଣ୍ଣ ନାଗ ପ୍ରତିମା ଓ ଦେବା ଦେବୀଙ୍କ ନିମିତ୍ତ ସ୍ବର୍ଣ୍ଣ ଓ ରୂପା ଆଭୂଷଣ ଆଦି ତିଆରି କରିଥିଲେ । ପ୍ରତିବର୍ଷ ଜିଲ୍ଲା କୋଷାଗାରରୁ ଏହି ଅଳଙ୍କାର ଆଦି ବାହାର କରାଯାଇ ଏହି ପର୍ବରେ ବ୍ୟବହାର କରାଯାଇଥାଏ । ଏହି ପର୍ବରେ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ର ଶେଖର ଦେବୀ ମାତା ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ସହିତ କନ୍ୟାମାତା ପାର୍ବତୀଙ୍କ ବାସଭବନକୁ ଯାଇଥାନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.. ପବିତ୍ର ଅକ୍ଷୟ ତୃତୀୟା, ଜମିରେ ଅକ୍ଷିମୁଠି ଅନୁକୂଳ କଲେ ସୁର - Akshaya Tritiya

ଏହି ବିବାହ ଉତ୍ସବରେ ବାବା ସୁବର୍ଣ୍ଣମେରୁଙ୍କ ସ୍ବର୍ଣ୍ଣ ନାଗ ପ୍ରତୀମା ସହିତ ଅଷ୍ଟ ଶମ୍ଭୁ ଓ ଅଷ୍ଟ ବିଷ୍ଣୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ତେବେ ଚଳିତ ବର୍ଷ ଏହି ବିବାହ ଉତ୍ସବ ପାଳନ କରିବା ପାଇଁ ବର ପିତାମାତା ଭାବେ ସହରର ଘୋଡାଘାଟ ପଡାର ସପତ୍ନୀକ ପ୍ରଭାତ ବକ୍ସି ଓ କନ୍ୟାପିତା ମାତା ଭାବେ ସହରର ବଡବଜାରର ସପତ୍ନୀକ ଗୋପାଳ ପ୍ରସାଦ ଭୂତଙ୍କୁ ଚୟନ କରାଯାଇଛି । ଦେବୋତ୍ତର କମିଟି, ମନ୍ଦିର କମିଟି, ଶୀତଳ ଷଷ୍ଠୀ ଯାତ୍ରା କମିଟି ତଥା ସେବାୟତମାନେ ମିଳିତ ଭାବେ ବାବା ସୁବର୍ଣ୍ଣମେରୁଙ୍କ ପାଣି ଗ୍ରହଣ ପର୍ବ ମହାସମାରୋହରେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ତେବେ ଉଭୟ ବର ପିତାମାତା ଓ କନ୍ୟା ପିତାମାତା ପାଇଁ ଚୟନ ହୋଇଥିବା ଦମ୍ପତି ନିଜକୁ ଧନ୍ୟମନେ କରୁଥିବା ବେଳେ ଦେବ ବିବାହ ପାଇଁ ଉଭୟ ଉତ୍ସାହିତ ଥିବା କହିଛନ୍ତି।

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.