ETV Bharat / state

ସ୍ୱାଧୀନତା ଦିବସ ଅବସରରେ ଆଦିବାସୀ ସହିଦଙ୍କୁ ସମ୍ମାନ, CITU ପକ୍ଷରୁ ମଶାଲ ଶୋଭାଯାତ୍ରା

author img

By

Published : Aug 13, 2023, 8:35 PM IST

mashal march organized by CITU in rourkela
ରାଉରକେଲାରେ CITU ପକ୍ଷରୁ ମଶାଲ ଶୋଭାଯାତ୍ରା

ଦିନକ ପରେ ୭୭ତମ ସ୍ବାଧୀନତା ଦିବସ । ଏହି ଅବସରରେ ବୀରମିତ୍ରପୁର ଆମକୋ- ସିମକୋ ମାଟିର ଶହୀଦଙ୍କୁ ସମ୍ମାନାର୍ଥେ ମଶାଲ ଶୋଭାଯାତ୍ରା । ଅଧିକ ପଢ଼ନ୍ତୁ

ରାଉରକେଲାରେ CITU ପକ୍ଷରୁ ମଶାଲ ଶୋଭାଯାତ୍ରା

ରାଉରକେଲା: ଦିନକ ପରେ ଦେଶ ପାଳିବ ୭୭ତମ ସ୍ବାଧୀନତା ଦିବସ । ଏହି ଅବସରରେ ଆଦିବାସୀ ଶହୀଦଙ୍କୁ ସମ୍ମାନ ଜଣାଇଲା CITU । ବୀରମିତ୍ରପୁର ଆମକୋ-ସିମକୋ ମାଟିର ଶହୀଦଙ୍କୁ ସମ୍ମାନ ଜଣାଇ CITU ପକ୍ଷରୁ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଛି । ଆମକୋ-ସିମକୋ ଶହୀଦଙ୍କ ବୀରତ୍ୱ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଇ ଶହୀଦ ସ୍ମୃତି ପୀଠରୁ ରାଉରକେଲା ସହର ଯାଏଁ ଏହି ବିଶାଳ ଶୋଭାଯାତ୍ରା କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: 77th I-Day: ଲାଲକିଲ୍ଲାରେ ଫୁଲ୍‌ ଡ୍ରେସ୍‌ ରିହର୍ସଲ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଏହା ମଧ୍ୟ ପଢ଼ନ୍ତୁ: ୧ ଲକ୍ଷ ତ୍ରିରଙ୍ଗା ତିଆରିରେ ବ୍ୟସ୍ତ ମହିଳା, କମ୍ ପାରିଶ୍ରମିକ ସତ୍ତ୍ବେ କାମରେ ଦେଖାଇଛନ୍ତି ନିଷ୍ଠା

୧୯୩୯ ମସିହାରେ ବ୍ରିଟିଶ ଗୁଳିରେ ୪୯ ଜଣ ନିରୀହ ଆଦିବାସୀ ଶହୀଦ ହୋଇଥିଲେ । ସେ ସମୟରେ ବ୍ରିଟିଶ ଶାସନ ବହୁ ଉଗ୍ରରୂପ ଧାରଣ କରିଥିଲା । ବାଧ୍ୟତାମୂଳକ ଭାବରେ କର ଆଦାୟ କରୁଥିଲେ ବ୍ରିଟିଶ ସରକାର ଏବଂ କର ଆଦାୟ ନାମରେ ଆଦିବାସୀ ଲୋକଙ୍କୁ ଶୋଷଣ ଚାଲିଥିଲା । ଏହି ଶୋଷଣ ବିରୋଧରେ ଆଦିବାସୀ ଲୋକେ ସ୍ୱର ଉତ୍ତୋଳନ କରିଥିଲେ । ବ୍ରିଟିଶ ସରକାରଙ୍କ ବେଆଇନ କର ବିରୋଧରେ ଆଦିବାସୀମାନେ ମେଳି କରି ଆମ୍‌କୋ ଏବଂ ସିମକୋ ଗ୍ରାମର ସମସ୍ତ ଆଦିବାସୀ ମାନେ ଏକତ୍ର ହୋଇଥିଲେ । ଠିକ୍‌ ଏହି ସମୟରେ ଲୋକେ ବ୍ରିଟିଶ ସରକାର ବିରୋଧରେ ମେଳି ବାନ୍ଧୁଥିବା ଖବର ପାଇ ବ୍ରିଟିଶ ଫୌଜ ସେଠାରେ ପହଞ୍ଚି ଆଖି ବୁଜା ଗୁଳି ଚଳାଇଥିଲେ । ନିଜ ମାଟି ପାଇଁ ବୀରତ୍ବର ସହ ବ୍ରିଟିଶ ସରକାରକୁ ଆଦିବାସୀ ଲୋକେ ସାମ୍ନା କରିଥିଲେ । ଏହି ଗୁଳିକାଣ୍ଡରେ ବହୁ ଆଦିବାସୀ ଶହୀଦ ବି ହୋଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ସୁନ୍ଦରଗଡ଼ରେ ପାଳନ ହେଲା ଆମକୋ-ସିମକୋ ସହିଦ ଦିବସ, ବ୍ରିଟିଶ ବିରୋଧରେ ସ୍ୱର ଉଠାଇ ହୋଇଥିଲେ ଶହୀଦ

ଏହା ମଧ୍ୟ ପଢ଼ନ୍ତୁ: ଆମକୋ ସିମକୋ ଶହୀଦ ସ୍ମୃତି ପୀଠରେ ୮୨ ତମ ଶହୀଦ ଦିବସ ପାଳିତ

ଦେଶ ପାଇଁ ପ୍ରାଣବଳି ଦେଇଥିବା ବ୍ୟକ୍ତିଙ୍କ ଅଦମ୍ୟ ଭାବନାକୁ ସମ୍ମାନ ଜଣାଇ ଏହି ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଏକ ଭବ୍ୟ ସମାରୋହରେ ଏହି କାର୍ଯ୍ୟକ୍ରମ ଶେଷ ହୋଇଥିଲା । ସିଆଇଟିୟୁ ନେତାଙ୍କ ଦ୍ୱାରା ଦିଆଯାଇଥିବା ଭାଷଣ ସହ ସ୍ଥାନୀୟ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସମ୍ପ୍ରଦାୟର ସଦସ୍ୟମାନେ ଦେଶର ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା ବୀର ପୁରୁଷଙ୍କ ମନେ ପକାଇଥିଲେ । ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶତାଧିକ ଲୋକ ସାମିଲ ହୋଇ ବୀର ପୁରୁଷଙ୍କୁ ସମ୍ମାନ ଜଣାଇଥିଲେ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.