ସୁନ୍ଦରଗଡ଼ରେ ପାଳନ ହେଲା ଆମକୋ-ସିମକୋ ସହିଦ ଦିବସ, ବ୍ରିଟିଶ ବିରୋଧରେ ସ୍ୱର ଉଠାଇ ହୋଇଥିଲେ ସହିଦ

By

Published : Apr 25, 2023, 9:01 PM IST

thumbnail

ରାଉରକେଲା: ଆଜି ହେଉଛି ଆମକୋ-ସିମକୋ ସହିଦ ଦିବସ । ୧୯୩୯ ମସିହା ଆଜିର ଦିନରେ ବ୍ରିଟିଶ ଶାସନ ବିରୋଧରେ ବିଦ୍ରୋହ କରି ନିଜ ଜନ୍ମ ମାଟି ପାଇଁ ସହିଦ ହୋଇଥିଲେ ୪୯ ଜଣ ଆଦିବାସୀ ସମ୍ପ୍ରଦାୟର ସ୍ୱାଧୀନତା ସଂଗ୍ରାମୀ । ଆଦିବାସୀଙ୍କ ଉପରେ ଶୋଷଣ କରୁଥିବା ବ୍ରିଟିଶ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରି ଏହି ବୀର ପୁରୁଷମାନେ ସହିଦ ହୋଇଥିଲେ । ୨୫ ଏପ୍ରିଲ ବ୍ରିଟିଶ ଗୁଳିରେ ସହିଦ ହୋଇଥିଲେ । ତାଙ୍କୁ ବଳିଦାନକୁ ମନେ ରଖିବା ପାଇଁ ପ୍ରତିବର୍ଷ ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ଅନ୍ତର୍ଗତ ସକମବାହଲ ଠାରେ ଅବସ୍ଥିତ ଅଛି ଆମକୋ-ସିମକୋ ସହିଦ ସ୍ମୃତି ପୀଠ ସହିଦ ଦିବସ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ଏବଂ ଆମକୋ ସିମକୋ ସୃତି କମିଟି ପକ୍ଷରୁ ଏଠାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇ ସହିଦ ପରିବାରଙ୍କୁ ସମ୍ମାନିତ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ବିଶିଷ୍ଟ ବ୍ୟକ୍ତିମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସହିଦ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ବ୍ରିଟିଶ ଗୁଳିରେ ସହିଦ ହୋଇଥିବା ଏହି ଆଦିବାସୀ ବୀରପୁତ୍ରଙ୍କୁ ଏପର୍ଯ୍ୟନ୍ତ ସ୍ୱାଧୀନତା ସଂଗ୍ରାମୀର ମାନ୍ୟତା ମିଳିନାହିଁ । ତେଣୁ  ୪୯ ଜଣ ଆଦିବାସୀ ବୀରପୁତ୍ରଙ୍କୁ ସରକାର ସ୍ୱାଧୀନତା ସଂଗ୍ରାମୀ ଘୋଷଣା କରନ୍ତୁ ବୋଲି ଦାବି ହୋଇଛି ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.