ETV Bharat / state

ଆମକୋ ସିମକୋ ଶହୀଦ ସ୍ମୃତି ପୀଠରେ ୮୨ ତମ ଶହୀଦ ଦିବସ ପାଳିତ

author img

By

Published : Apr 25, 2021, 5:33 PM IST

ଆମକୋ ସିମକୋ ଶହୀଦ ଦିବସ ପାଳିତ । ଦିବଙ୍ଗତଙ୍କ ପାଇଁ କରାଗଲା ନୀରବ ପ୍ରାର୍ଥନା ସହ ଦିଆଗଲା ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...

Amko Simko Martyrs' Day is celebrated in sundargarh
ଆମକୋ ସୀମକୋ ଶହୀଦ ସ୍ମୃତି ପୀଠରେ ୮୨ ତମ ଶହୀଦ ଦିବସ ପାଳିତ

ସୁନ୍ଦରଗଡ: ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଆମକୋ ସିମକୋ ଶହୀଦ ସ୍ମୃତି ପୀଠରେ ୮୨ ତମ ଶହୀଦ ଦିବସ ପାଳିତ ହେଇଯାଇଛି । ୧୯୩୯ ମସିହା ଆଜିର ଦିନରେ ୫୭ ଜଣକୁ ଏଠାରେ ଅତି ନିର୍ମମ ଭାବେ ଇଂରେଜ ମାନେ କିଛି ଲୋକଙ୍କୁ ଗୁଳିକରି ହତ୍ୟା କରିଥିଲେ । ଏହା ସହ ୮୨ ଜଣଙ୍କୁ ଆହତ ହୋଇଥିଲେ। ପ୍ରତ୍ୟେକ ବର୍ଷ ଏହି ଠାରେ ଦିବଙ୍ଗତ ଶହୀଦମାନଙ୍କୁ ଆଦିବାସୀ ପରମ୍ପରାରେ ଶ୍ରଦ୍ଧାଞ୍ଜଳି ଦିଆଯାଉଥିଲା । ମାତ୍ର ଗତ ଦୁଇବର୍ଷ ଧରି କୋରୋନା ପ୍ରଭାବ ଯୋଗୁଁ କଟକଣା ମଧ୍ୟରେ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଆମକୋ ସୀମକୋ ଶହୀଦ ସ୍ମୃତି ପୀଠରେ ୮୨ ତମ ଶହୀଦ ଦିବସ ପାଳିତ

ଆମକୋ ସୀମକୋ ଶହୀଦ ପୀଠର ସାଧାରଣ ସମ୍ପାଦକ , କୁଆଁରମୁଣ୍ଡା ବ୍ଲକ , ନୂଆଗାଁ ବ୍ଲକ ଅଧ୍ୟକ୍ଷଙ୍କ ସହ ସ୍ଥାନୀୟ ବାସିନ୍ଦା ଏକାଠି ହୋଇଥିଲେ । ଶହୀଦ ହୋଇଥିବା ପାରିବାରର କିଛି ସଦସ୍ୟଙ୍କୁ ଏକତ୍ରିତ କରି ଦିବଙ୍ଗତଙ୍କ ପାଇଁ ନୀରବ ପ୍ରାର୍ଥନା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ଏହି ଅବସରରେ ଶହୀଦ ପରିବାରର ସମସ୍ତ ସଦସ୍ୟଙ୍କୁ ମାସ୍କ ଦେବା ସହ ସେମାନଙ୍କର ସୁସ୍ଥତା କାମନା କରିଥିଲେ ।

ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.