77th I-Day: ଲାଲକିଲ୍ଲାରେ ଫୁଲ୍‌ ଡ୍ରେସ୍‌ ରିହର୍ସଲ, ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

By

Published : Aug 13, 2023, 6:23 PM IST

thumbnail

ନୂଆଦିଲ୍ଲୀ: ଆଉ ଦିନକ ପରେ ଭାରତ ପାଳିବ ସ୍ବାଧୀନତାର 77 ବର୍ଷ । ଏ ନେଇ ଚାରିଆଡ଼େ ପ୍ରସ୍ତୁତି ଜୋରଦାର ହୋଇଛି । ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ପରି ଐତିହାସିକ ଲାଲକିଲ୍ଲାରେ କରିବେ ପତାକା ଉତ୍ତୋଳନ । କର୍ତ୍ତବ୍ୟ ପଥରେ ଭାରତର ଶକ୍ତିଶାଳୀ ସେନା ବିଶ୍ବକୁ ଦେଖାଇବେ ସ୍ବଦେଶୀ ଜ୍ଞାନର ପରକାଷ୍ଠା । ତେବେ ଏଥିଲାଗି ଆଜି ଲାଲକିଲ୍ଲାରେ ସେନା ବଳ ଫୁଲ୍‌ ଡ୍ରେସ ରିହରର୍ସଲ କରିଛନ୍ତି। ମିଲିଟାରୀ ବ୍ୟାଣ୍ଡ, ନୌ ସେନା, ବାୟୁସେନା ଏହି ଫୁଲ ଡ୍ରେସ ରିହର୍ସଲରେ ଅଂଶଗ୍ରହଣ କରିଛନ୍ତି । ଏହାସହିତ ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ଚଳିତ ବର୍ଷ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଶୁଣିବେ 1800 ଲୋକ । ଏହାସହ ଦେଶର ବିଭିନ୍ନ ରାଜ୍ୟରୁ ଚାଷୀ, ସରପଞ୍ଚ, ଶିକ୍ଷକ, ଜନ ପ୍ରତିନିଧି ଓ ମତ୍ସ୍ୟଜୀବୀମାନଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି । ଏହାସହ ଦେଶର ବିଭିନ୍ନ ପ୍ରାନ୍ତରୁ 50 ଜଣ ନର୍ସିଂ ଅଫିସର ମଧ୍ୟ ପତାକା ଉତ୍ତୋଳନ ସମାରୋହରେ ଯୋଗଦେବେ । 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.