ETV Bharat / state

ରାଜ୍ୟରେ କମୁଛି ରାତି ତାପମାତ୍ରା, କଲବଲ କରୁଛି ଶୀତ

author img

By ETV Bharat Odisha Team

Published : Jan 14, 2024, 9:23 PM IST

ରାଜ୍ୟରେ ପ୍ରବଳ ଶୀତ
ରାଜ୍ୟରେ ପ୍ରବଳ ଶୀତ

Weather Update: ରାଜ୍ୟର ୨୪ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି । ଟ୍ବିନ୍ ସିଟିରେ ମଧ୍ୟ ରାତି ତାମପାତ୍ରା ଖସିଛି । ଅଧିକ ପଢନ୍ତୁ

ରାଜ୍ୟରେ ପ୍ରବଳ ଶୀତ

ଭୁବନେଶ୍ବର: ରାଜ୍ୟରେ କମୁଛି ପାରଦ। କଲବଲ କରୁଛି ଶୀତ । ଅସହ୍ୟ ଜାଡରେ ଅସ୍ତବ୍ୟସ୍ତ ଜନଜୀବନ। ରାତିରେ ଦୁଇରୁ ତିନି ଡିଗ୍ରୀ କମୁଛି ପାରଦ । ଫଳରେ ରାଜ୍ୟର ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ ବଢୁଥିବାବେଳେ ରାଜ୍ୟର ୨୪ଟି ସ୍ଥାନର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ଜଣାପଡ଼ିଛି । ଟ୍ବିନ୍ ସିଟିରେ ମଧ୍ୟ ରାତି ତାମପାତ୍ରା ଖସିଛି । ଏହିଭଳି ଶୀତ ଫେବ୍ରୁଆରୀ ଶେଷ ଯାଏଁ ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା କମିବା ସହ ଶୀତ ବଢ଼ିଛି । ଦୁଇରୁ ତିନିଦିନ ପରେ ରାତି ତାପମାତ୍ରା ପୁଣି ଥରେ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । କିନ୍ତୁ ଆଗକୁ ଶୀତ ସାମାନ୍ୟ କମିପାରେ । ଏବେ ରାଜ୍ୟର ଅଧିକାଂଶ ସ୍ଥାନରେ ପୂର୍ବ ଭଳି ଘନ କୁହୁଡ଼ିର ଆଶଙ୍କା ନଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ କିଛି କିଛି ସ୍ଥାନରେ ଘନ କୁହୁଡ଼ି ରହିବା ନେଇ ମଧ୍ୟ ସୂଚନା ଜାରି କରାଯାଇଛି । ପୂର୍ବରୁ ପ୍ରବଳ କୁହୁଡି଼ କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ଏବେ ସାମନ୍ୟ ଆଶ୍ବସ୍ତି ମିଳିଛି ।

ବର୍ତ୍ତମାନ ରାଜ୍ୟରେ କୁହୁଡିର ଦୃଶ୍ୟମାନ କମ୍ ରହିଛି । ହେଲେ ଆସନ୍ତା ୨୪ ଘଣ୍ଟାରେ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, କୋରାପୁଟ, କନ୍ଧମାଳ, କଟକ, କଳାହାଣ୍ଡି, ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ଘନ କୁହୁଡ଼ି ଲାଗି ରହିବାର ସମ୍ଭାବନା ରହିଛି। କୁହୁଡିର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଯାନବାହନ ଚଳାଇବା ସମୟରେ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ବିଭାଗ ।

ଏହା ମଧ୍ୟ ପଢନ୍ତୁ...ବର୍ଷା ହେଉକି ଶୀତ, ପାଣି ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ

ଏହା ମଧ୍ୟ ପଢନ୍ତୁ...ଜାଡ ମାଡରେ ଥରିବ ଓଡିଶା, ପୁଣି ହେବ ହାଡଭଙ୍ଗା ଶୀତ

ଏହା ମଧ୍ୟ ପଢନ୍ତୁ...ଥଣ୍ଡା ପାଇଁ ଘରେ ନିଆଁ ଜାଳି ଶୋଇଥିଲେ, ଶ୍ବାସରୁଦ୍ଧ ହୋଇ ଚାଲିଗଲା ୪ ଜୀବନ

ଶନିବାର କିରେଇରେ ସବୁଠୁ କମ୍ ରହିଥିଲା ରାତି ତାପମାତ୍ରା । ଭୁବନେଶ୍ବର ଓ କଟକରେ ମଧ୍ୟ ରାତି ତାପମାତ୍ରା କମ୍ ରହୁଛି । କଟକରେ ସ୍ବାଭାବିକଠାରୁ କମ୍ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ପଶ୍ଚିମା ବାୟୁ ପ୍ରବାହ ଯୋଗୁ ୩ରୁ ୪ ଦିନ ମଧ୍ୟରେ ରାତି ତାପମାତ୍ରା ଆହୁରି ବଢିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.