ETV Bharat / state

ବର୍ଷା ହେଉକି ଶୀତ, ପାଣି ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ

author img

By ETV Bharat Odisha Team

Published : Jan 12, 2024, 9:57 PM IST

ଜଳ ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ , କେବେ ହେବେ ସମାଧାନ ?
ଜଳ ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ , କେବେ ହେବେ ସମାଧାନ ?

Water Problem: ଶୀତ ଦିନରେ ପାନୀୟ ଜଳର ସମସ୍ୟା । ରାୟଗଡ ବ୍ଲକର ଲକ୍ଷ୍ମୀପୁର କଲୋନୀକୁ ନାଳ ପାଣି ଭରସା । ପ୍ରଶାସନର ଅବହେଳା ଯୋଗୁଁ ଜଳ ଯନ୍ତ୍ରଣା ଭୋଗୁଛନ୍ତି ୮୦ ପରିବାର ।ଭୋଟ ବର୍ଜନ କରିବା ପାଇଁ ଚେତାବନୀ । ଅଧିକ ପଢନ୍ତୁ

ଜଳ ପାଇଁ ଡହଳବିକଳ ଲକ୍ଷ୍ମୀପୁରବାସୀ , କେବେ ହେବେ ସମାଧାନ ?

ଗଜପତି: ସାଧାରଣତଃ ଗ୍ରୀଷ୍ମ ଋତୁ ଆସିଲେ ଜଳ ସମସ୍ୟା ଦେଖିବାକୁ ମିଳିଥାଏ । ହେଲେ ଶୀତ ଦିନରେ ମଧ୍ୟ ପାନୀୟ ଜଳର ସମସ୍ୟା ଖବର ସାମ୍ନାକୁ ଆସିଛି । ଗ୍ରୀଷ୍ମ କି ଶୀତ ନୁହେଁ, ବର୍ଷ ସାରା ଏଠାକାର ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହୋଉଥିବା ଅଭିଯୋଗ କରିଛନ୍ତି । ଏଭଳି ଜଳ ଅଭାବର ଗାଁ ହେଉଛି ଗଜପତି ଜିଲ୍ଲାର ରାୟଗଡ ବ୍ଲକର ଲକ୍ଷ୍ମୀପୁର କଲୋନୀ । ତେବେ ଗାଁର ଜଳ ସମସ୍ୟା ଦୂର ପାଇଁ ସ୍ଥାନୀୟ ଲୋକେ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଆଜି ଯାଏଁ ସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ । ଫଳରେ ଗାଁରେ ଅସନ୍ତୋଷ ପ୍ରକାଶ ପାଇଛି । ଏବଂ ଯଥା ଶୀଘ୍ର ଏହାର ସମାଧାନ କରିବା ପାଇଁ ଲୋକେ ଦାବି କରିଛନ୍ତି ।


ତେବେ ରାୟଗଡ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୧କିମି ଦୂରରେ ଥିବା ଏହି ଗାଁରେ ପ୍ରାୟ ୮୦ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ପ୍ରାୟ ୪ଶହ । ଏହି ଗାଁରେ ଦୀର୍ଘ ବର୍ଷ ହେଲା ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ଏହାର ସମାଧାନ ହୋଇପାରୁନାହିଁ । ଏଠାରେ ୨୦୧୨ମସିହାରେ ଏକ ବୋରୱେଲ ଖୋଳାଯାଇ ମଟର ଯୋଗେ ଟ୍ୟାପ ମାଧ୍ୟମରେ ଜଳ ଯୋଗାଇ ଦିଆଯଉଥିଲା । ହେଲେ ଏହା କିଛି ଦିନ ଚାଲିବା ପରେ ବନ୍ଦ ହୋଇଯାଇଥିଲା । ପ୍ରଶାସନକୁ ବାରମ୍ବାର ଜଣାଇବା ପରେ ମଧ୍ୟ କେହି ନଶୁଣିବାରୁ ଗାଁ ଲୋକେ ନିଜ ଉଦ୍ୟମରେ ଏହାର ମରାମମତି କରିଥିଲେ । ବର୍ତ୍ତମାନ ଅଳ୍ପ କିଛି ପାଣି ଆସିବା ପରେ ଦୂଷିତ ପାଣି ବାହାରୁଥିବାରୁ ଏହି ପାଣି ବ୍ୟବହାର କରିବା ସମ୍ଭବ ହେଉନାହିଁ ବୋଲି ଲୋକେ କହିଛନ୍ତି ।

ଅନ୍ୟପଟେ ଜଳ କଷ୍ଟରୁ ରକ୍ଷା ପାଇବା ପାଇଁ ଗାଁର ମିହିଳାମାନେ ଦୁଇ କିମି ଦୂରରେ ଥିବା ଏକ ନାଳକୁ ପାଣି ସଂଗ୍ରହ କରୁଛନ୍ତି । ଏହାକୁ ପିଇବା ଦ୍ୱାରା ଲୋକେ ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେଉଥିବା କହିଛନ୍ତି ଗ୍ରାମବାସୀ । କେବଳ ସେତିକି ନୁହେଁ ଏଠାକାର ପ୍ରାୟ ୩ ଶହ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସମାନ ଅବସ୍ଥା ଭୋଗ କରୁଛନ୍ତି । ଯାହା ଦ୍ବାରା ପିଲାଙ୍କ ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି । ତେଣୁ ଏସବୁ ଦୃଷ୍ଟିରୁ ପ୍ରଶାସନ ଏହି ସମସ୍ୟାର ସମାଧାନ କରିବାକୁ ଗାଁର ମହିଳାମାନେ ଦାବି କରିଛନ୍ତି । ଏପରିକି ସମସ୍ୟାର ସମାଧାନ ନହେଲେ ସେମାନେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ....ବ୍ରହ୍ମପୁରରେ ପାନୀୟ ଜଳ ସମସ୍ୟା, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ


ତେବେ ପ୍ରତି ଘରକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ସରକାର ପ୍ରତିଶୃତି ବଦ୍ଧ । ଏଥିପାଇଁ ସ୍ବତନ୍ତ୍ର ଯୋଜନା କରିବା ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଏଠାକାର ଲୋକେ ବହୁ ସମସ୍ୟା ସମ୍ମୁୁଖିନ ହେଉଛନ୍ତି । ଏନେଇ ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣବାସୀ ନାୟକ କହିଛନ୍ତି, " ଗାଁର ଜଳକଷ୍ଟ ସଂପର୍କରେ ମୋ ନିକଟରେ ଖବର ରହିଛି । ବିଡିଓଙ୍କ ସହ ଆଲୋଚନା କରି କିଭଳି ଅତିଶୀଘ୍ର ଏହାର ସମାଧାନ ହେବ ସେଥିପ୍ରତି ପଦକ୍ଷେପ ଗ୍ରହଣ କରିବୁ ।"



ଇଟିଭି ଭାରତ, ଗଜପତି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.