ETV Bharat / state

ଜାଡ ମାଡରେ ଥରିବ ଓଡିଶା, ପୁଣି ହେବ ହାଡଭଙ୍ଗା ଶୀତ

author img

By ETV Bharat Odisha Team

Published : Jan 11, 2024, 9:14 PM IST

ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ
ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ

Odisha Weather Update: ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଆଗାମୀ ୨୪ ଘଣ୍ଟା ଭିତରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଏହା ପରେ ୨ ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି । ଅଧିକ ପଢନ୍ତୁ

ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ

ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ । କମିବ ଦିନ ତାପମାତ୍ରା । ବଢିବ ଶୀତ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ, କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି ।

ବର୍ତ୍ତମାନ ମେଘମୁକ୍ତ ଆକାଶ ରହିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଗତକାଲି ରାଜଧାନୀ ଭୁବନେଶ୍ୱର ସମେତ କଟକ, କେନ୍ଦ୍ରାପଡା, ରାଉରକେଲା, ଅନୁଗୋଳ ଓ ଫୁଲବାଣୀରେ ଘନ କୁହୁଡି ଦେଖିବାକୁ ମିଳିଥିଲା । ଭୁବନେଶ୍ୱରରେ ସର୍ବନିମ୍ନ ଦୃଶ୍ୟମାନ ଦୂରତା ଶହେ ମିଟର ରେକର୍ଡ ହୋଇଛି । ଘନ କୁହୁଡି ଯୋଗୁଁ ଗାଡି ଚଳାଚଳରେ ବାଧା ଉପୁଜିଥିଲା ।

ଏହା ମଧ୍ୟ ପଢନ୍ତୁ....ହ୍ରାସ ହେବ ତାପମାତ୍ରା, ପୁଣି ବଢିବ ଶୀତର ପ୍ରକୋପ

ଏହା ମଧ୍ୟ ପଢନ୍ତୁ....3 ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ହେବନି ପରିବର୍ତ୍ତନ, ରହିବ ଘନ କୁହୁଡ଼ି

ତେବେ ଆସନ୍ତାକାଲି ପର୍ଯ୍ୟନ୍ତ କିଛି ଜିଲ୍ଲାରେ କୁହୁଡ଼ିର ପ୍ରଭାବ ରହିବ । ଆଗକୁ ଦୁଇ ଦିନ ପରେ ବାୟୁ ଚଳାଚଳରେ ପରିବର୍ତ୍ତନ ହେତୁ ରାଜ୍ୟର ଅନେକ ସ୍ଥାନରେ ରାତ୍ରି ତାପମାତ୍ରାରେ ୨ ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ହ୍ରାସ ଘଟିବାର ସମ୍ଭାବନା ରହିଛି । ବିଶେଷକରି ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରଭାବ ଦେଖାଦେଇଛି । ଏନେଇ ପୂର୍ବରୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଥିଲା ।

ପାଣିପାଗ ବୈଜ୍ଞାନିକ ସଞ୍ଜୀବ ଦ୍ୱିବେଦୀ କହିଛନ୍ତି ,"ଆଗାମୀ ୬ ଦିନ ଯାଏଁ ପାଗରେ ଶୁଖିଲା ରହିବ । ୧୭ ତାରିଖ ପରେ ଠାରୁ ଉପକୂଳ ଅଞ୍ଚଳର କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ଭିତରେ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ନାହିଁ । ଏହା ପରେ ୨ ରୁ ୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି ।"

ଏହା ମଧ୍ୟ ପଢନ୍ତୁ...ପ୍ରକୃତିର କରିସ୍ମା; ଉତ୍ତରାଖଣ୍ଡର ପ୍ରବଳ ଶୀତ ଯୋଗୁଁ ବରଫ ପାଲଟିଲା ଝରଣା

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.