ପ୍ରକୃତିର କରିସ୍ମା; ଉତ୍ତରାଖଣ୍ଡର ପ୍ରବଳ ଶୀତ ଯୋଗୁଁ ବରଫ ପାଲଟିଲା ଝରଣା

By ETV Bharat Odisha Team

Published : Jan 2, 2024, 6:34 PM IST

thumbnail

ଡେରାଡୁନ: ଦେଶର ଅନ୍ୟତମ ସୌନ୍ଦର୍ଯ୍ୟମୟ ସ୍ଥାନ ଭାବରେ ବେଶ ପ୍ରସିଦ୍ଧ ପାହାଡି ରାଜ୍ୟ ଉତ୍ତରାଖଣ୍ଡ । ସୁଉଚ୍ଚ ପର୍ବତମାଳା ସାଙ୍ଗକୁ ସବୁଜ ବନାନି ଘେରା ଏଠାକାର ପରିବେଶ ବର୍ଷ ସାରା ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରେ । ହେଲେ ଶୀତ ଦିନ ଆସିଲେ ଏହି ସ୍ଥାନରେ ପ୍ରକୃତି ପ୍ରେମୀଙ୍କ ଭିଡ଼ ଜମେ । ରାଜ୍ୟର କେତେକ ନିର୍ଦ୍ଦିଷ୍ଟ ସ୍ଥାନ କୌଣସି ସ୍ବର୍ଗପୁରୀଠାରୁ କମ ଲାଗେ ନାହିଁ । ରାଜ୍ୟରେ ଭାରତ-ଚୀନ ସୀମାବର୍ତ୍ତୀ ଅଞ୍ଚଳ ନିକଟରେ ରହିଛି ଅନେକ ଝରଣା । ଯାହାକି ଚଳିତ ବର୍ଷ ଶୀତ ପ୍ରକୋପରେ ପାଲଟିଯାଇଛି ବରଫ । ସୁଉଚ୍ଚ ପର୍ବତରୁ ଝରୁଥିବା ପାଣି ବରଫ ପାଲଟିଯାଇଛି । ଏହାର ମନଲୋଭା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ପ୍ରକୃତିର ଏହି କରିସ୍ମା ନିକଟରେ ପର୍ଯ୍ୟଟକଙ୍କ ଆଖି ଲାଖିଯାଉଛି । ସେହିପରି ଟିମ୍ମରସେଣ ମହାଦେବ ମନ୍ଦିର ଗୁମ୍ଫାର ଚଟଣା ଉପରେ ପ୍ରବାହିତ ହେଉଥିବା ପାଣି ମଧ୍ୟ ବରଫ ପାଲଟିଯାଇଛି । ଏହା ନିକଟରେ ପର୍ଯ୍ୟଟକମାନେ ଫଟୋ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି ।

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.