ETV Bharat / state

ନଡ୍ଡାଙ୍କ ଗସ୍ତକୁ ବିଜେଡିର କଟାକ୍ଷ; ନିଜ ଗୃହ ରାଜ୍ୟରେ ନିଷ୍କ୍ରିୟ ନେତା ଓଡିଶାରେ କଣ ପକାଇବେ ପ୍ରଭାବ ?

author img

By

Published : Dec 28, 2022, 8:01 PM IST

Bjd Mla  Soumya Ranjan Patnaik
Bjd Mla Soumya Ranjan Patnaik

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ( Bjd Mla Soumya Ranjan Patnaik) କହିଛନ୍ତି, ‘‘ରାଜନୈତିକ ଦଳର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେଲା ଜନସାଧାରଣଙ୍କ ସମର୍ଥନ ହାସଲ କରି କ୍ଷମତାକୁ ଆସିବା । କ୍ଷମତାକୁ ଆସିଲେ ଜନସାଧାରଣଙ୍କ ଲାଗି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା । ତେଣୁ ବିଜେପି ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମରେ ଅସ୍ଵାଭାବିକତା କିଛି ନାହିଁ ।" ଅଧିକ ପଢନ୍ତୁ

ଜେପିଙ୍କ ଗସ୍ତକୁ ବିଜେଡିର କଟାକ୍ଷ; ନିଜ ଗୃହ ରାଜ୍ୟରେ ନିଷ୍କ୍ରିୟ ନେତା ଓଡିଶାରେ କଣ ପକାଇବେ ପ୍ରଭାବ ?

ଭୁବନେଶ୍ବର: ଓଡିଶା ଗସ୍ତରେ ଆସିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା (Jp Nadda Odisha visit) । କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ଜେପି ନଡ୍ଡା । ଜେପିଙ୍କ ଓଡିଶା ଗସ୍ତ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ବିଜେଡି କହିଛି । ଯିଏ ନିଜ ରାଜ୍ୟରେ ପ୍ରଭାବ ପକାଇ ପାରି ନାହାଁନ୍ତି ସେ ଓଡ଼ିଶାରେ କଣ ପ୍ରଭାବ ପକାଇବେ ବୋଲି ବିଜେଡି ବିଧାୟକ କହିଛନ୍ତି ।

ଏହାବି ପଢନ୍ତୁ- JP Nadda In Kandhamal: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସଲି ଚାବି କୁଆଡେ ଗଲା: ଜେପି ନଡ୍ଡା

ବିଜେଡି ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ( Bjd Mla Soumya Ranjan Patnaik) କହିଛନ୍ତି ଯେ, ‘‘ରାଜନୈତିକ ଦଳର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ ହେଲା ଜନସାଧାରଣଙ୍କ ସମର୍ଥନ ହାସଲ କରି କ୍ଷମତାକୁ ଆସିବା । କ୍ଷମତାକୁ ଆସିଲେ ଜନସାଧାରଣଙ୍କ ଲାଗି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା । ତେଣୁ ବିଜେପି ପକ୍ଷରୁ ହେଉଥିବା କାର୍ଯ୍ୟକ୍ରମରେ ଅସ୍ଵାଭାବିକତା କିଛି ନାହିଁ । 5 ବର୍ଷରେ ଥରେ ସାଧାରଣ ନିର୍ବାଚନ ହୁଏ । 2019ରେ ହୋଇଥିଲା 2024ରେ ହେବ । ଯେକୌଣସି ପରୀକ୍ଷାକୁ ଗଲେ ଯେପରି ପୂର୍ବରୁ ପ୍ରସ୍ତୁତିର ଆବଶ୍ୟକତା ପଡେ, ସେହିପରି ସବୁ ଦଳ ନିଜର ପ୍ରସ୍ତୁତି ପର୍ବ କରୁଛନ୍ତି । ବିଜେପି ଜାତୀୟ ସ୍ତରରେ କ୍ଷମତାରେ ଅଛି । ସେମାନେ ମଧ୍ୟ ଆଉ ଥରେ କ୍ଷମତାକୁ ଆସିବାକୁ ଚାହୁଁଛନ୍ତି । ତେଣୁ ତାଙ୍କର ରାଷ୍ଟ୍ରୀୟ ସଭାପତି ଚାରିଆଡେ ବୁଲି ସଂଗଠନ ଦେଖୁଛନ୍ତି । ବିଭିନ୍ନ ରାଜ୍ୟ ଗସ୍ତରେ ଯିବା ଏକ ସ୍ୱାଭାବିକ ପ୍ରକ୍ରିୟା । ବିଜେପି କାର୍ଯ୍ୟକ୍ରମ କରୁଛି, ଆଗକୁ ମଧ୍ୟ ମଧ୍ୟ ହାତକୁ ନିଆଯିବ ।’’

ଏହାବି ପଢନ୍ତୁ- Year Ender: 2022 ପଲିଟିକାଲ୍ ଡାଏରୀ, ଗୁଜୁରାଟରେ ଆସିଲା ମୋଦି ସୁନାମୀ, ବିହାରରେ ଧୋକା ଖାଇଲା ବିଜେପି

ରାଜନୈତିକ ଦଳର ଆସନ୍ତା ନିର୍ବାଚନ ନେଇ ପ୍ରସ୍ତୁତ ହେବା ମଧ୍ୟ ସ୍ୱାଭାବିକ ପ୍ରକ୍ରିୟା । ଜାତୀୟ ଦଳ ବିଜେପିର ସଭାପତି ଭାରତର ଯେକୌଣସି ସ୍ଥାନକୁ ଯିବାକୁ ସେ ସ୍ବାଧୀନ, ଯାଉଛନ୍ତି । ଜେପି ନଡ୍ଡା ଓଡିଶାକୁ ଆସିଲେ, ପ୍ରଭାବ କଣ ପଡିବ ? ହିମାଚଳ ପ୍ରଦେଶ ହେଉଛି ଜେପିଙ୍କ ଗୃହ ରାଜ୍ୟ । ନିର୍ବାଚନରେ ଜେପି ନିଜ ଗୃହ ରାଜ୍ୟରେ ପ୍ରଭାବ ପକାଇ ପାରିନାହାଁନ୍ତି । ଓଡିଶାରେ କଣ ପ୍ରଭାବ ପକାଇବେ ବୋଲି ସୌମ୍ୟ ପ୍ରଶ୍ନ କରିଛନ୍ତି । ଜେପିଙ୍କ ଓଡ଼ିଶା ଗସ୍ତ ନେଇ ବିଜେଡି ଜମା ବ୍ୟସ୍ତ ନୁହେଁ । ବିଜେପିର ସମସ୍ୟା ଅଲଗା । 2019 ସାଧାରଣ ନିର୍ବାଚନରେ ବିଜେପି ଯେଉଁ ସଫଳତା ହାସଲ କରିଥିଲା ତାହା ହାସଲ କରିପାରିବେ ନା ନାହିଁ ତାଙ୍କ ଭିତରେ ସନ୍ଦେହ ରହିଛି । ସହଯୋଗୀ ଦଳ ବିଜେପି ଠାରୁ ଛାଡି ଛାଡି ଗଲେଣି । ଯେଉଁ ରାଜ୍ୟରୁ ବିଜେପି ଅଧିକ ସଂଖ୍ୟାରେ ନିର୍ବାଚିତ ହୋଇଥିଲେ, ସେ ରାଜ୍ୟର ଭୋଟ ସମୀକରଣ ବଦଳି ଗଲାଣି ।

ଏହାବି ପଢନ୍ତୁ- ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା, ଚର୍ଚ୍ଚାରେ MBA ଛାତ୍ର

ତେଣୁ ଗତଥର ପରି 300 ସିଟ ପାଇପାରିବେ କି ନା ନାହିଁ, ସେଥିପାଇଁ ବିଜେପି ଭିତରେ ସନ୍ଦେହ ରହିଛି । ସେଥିପାଇଁ ସ୍ୱାଭାବିକ ଭାବେ ଜେପି ନଡ୍ଡା ଦଳର ସଭାପତି ଅଛନ୍ତି, ସେ ଚାହିଁବେ କି ଯେଉଁ ଯେଉଁ ଜାଗାରେ ଗତ ଥର ହରିଥିଲେ, ସେ ଜାଗାକୁ ଆଉ ଟିକେ ସଫଳ କରିବା । ଯେଉଁଟା ଜିତିଥିଲେ ସେଇଟା ସୁରକ୍ଷିତ ରଖିବା । ଯେଉଁଠି ଜିତିଥିଲେ ବର୍ତ୍ତମାନ ସେଠାରେ ଜିତିବା ସମ୍ଭାବନା କମ । ଯେଉଁ ସହଯୋଗୀ ବନ୍ଧୁଙ୍କ ସହାୟତାରେ ବିଜେପି ଜିତିଥିଲେ ସେ ଦଳ ସାଙ୍ଗରେ ଆଉ ନାହାନ୍ତି । ଯେମିତି କି ବିହାର । ନୀତିଶ କୁମାରଙ୍କ ସହଯୋଗ ଫଳରେ ବିଜେପି ଲୋକସଭା ନିର୍ବାଚନରେ ଭଲ ଫଳାଫଳ କରିଥିଲା । ଏଥର ସେ ଫଳାଫଳ ପାଇବେ କି ନା ନାହିଁ ବିଜେପିର ସନ୍ଦେହ ରହିଛି । ସେଥିପାଇଁ ଉଦ୍ୟମ କରୁଛି ବିଜେପି । ମହାରାଷ୍ଟ୍ରରେ ଶିବସେନା ଆଉ ବିଜେପି ସହ ନାହିଁ । ଏମିତି ଅନେକ ରାଜ୍ୟରେ ରାଜନୈତିକ ସମୀକରଣ ବଦଳୁଛି । ଯାହା ବିଜେପି ସପକ୍ଷରେ ଯାଉନାହିଁ । ସେଥିପାଇଁ ବିଜେପି ଏବେ ବ୍ୟସ୍ତ ଓ ବିବ୍ରତ । ତେଣୁ ବିଜେପି ତତ୍ପର ହେବ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ସୌମ୍ୟ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.