ETV Bharat / state

ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା, ଚର୍ଚ୍ଚାରେ MBA ଛାତ୍ର

author img

By

Published : Dec 28, 2022, 4:45 PM IST

ପାଠ ପଢା ସହିତ ବିଭିନ୍ନ ପ୍ରକାରର ଗଛ ଲଗାଇବାକୁ ଭଲ ପାଆନ୍ତି ରାଉରକେଲାର ଅବିନାଶ ମହାପାତ୍ର । ଏହା ତାଙ୍କ ପ୍ରକୃତି ପ୍ରେମ ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ

ପ୍ରକୃତି ପ୍ରେମରେ ଏମବିଏଛାତ୍ର, ବିନା ତାଲିମରେ ଲଗାଇଛନ୍ତି ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା
ପ୍ରକୃତି ପ୍ରେମରେ ଏମବିଏଛାତ୍ର, ବିନା ତାଲିମରେ ଲଗାଇଛନ୍ତି ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା

ପ୍ରକୃତି ପ୍ରେମରେ ଏମବିଏଛାତ୍ର, ବିନା ତାଲିମରେ ଲଗାଇଛନ୍ତି ଛାତ ଉପରେ ଭଳିକି ଭଳି ଫୁଲଫଳ ଓ ପରିବା

ରାଉରକେଲା: ପ୍ରକୃତି ପ୍ରେମରେ ଯୁବକ । ଗଛର ଯତ୍ନ ନେଉ ନେଉ ହୋଇଗଲେ ପ୍ରକୃତିର ପ୍ରେମିକ । ବର୍ତ୍ତମାନ ନିଜ ଘର ଛାତକୁ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରି ଦେଇଛନ୍ତି ଏହି ଯୁବକ ଜଣକ । ପ୍ରକୃତିକୁ ଭଲପାଇ ଛାତ ଉପରେ କରିଛନ୍ତି ଚାଷ । ଛାତ ଉପରେ ଲଗାଇଛନ୍ତି ଭଳିକି ଭଳି ଗଛ । ଛାତରେ ସୁନ୍ଦର ଭାବରେ ଫଳିଛି ଭଳିକି ଭଳି ଫୁଲଫଳ । ରାଉରକେଲାର ଅବିନାଶ ମହାପାତ୍ର ଏବେ ରେଭେନ୍ସା ବିଶ୍ବ ବିଦ୍ୟାଳୟର ଏମବିଏ ଛାତ୍ର । ହେଲେ ନିଶା ତାଙ୍କର ଘର ବଗିଚାରେ ଭଳିକି ଭଳି ଗଛ ଲଗାଇ ପ୍ରକୃତିର ସୌନ୍ଦର୍ଯ୍ୟ ବଢାଇବା । ପାଠ ପଢା ସହିତ ସମୟ ବାହାର କରି ଗଛ ଲଗାନ୍ତି । ଗୋଟିଏ ଦିନରେ ଘଣ୍ଟାରୁ ଦୁଇ ଘଣ୍ଟା ଦେଲେ ଗଛ ସୁନ୍ଦର ଭାବରେ ହସି ଉଠିବ ବୋଲି କୁହନ୍ତି ସେ ।

ଫଳିଛି ସୁନ୍ଦର ସୁନ୍ଦର ସୁନ୍ଦର ଫଳ । ଆମ୍ବଠାରୁ ଆରମ୍ଭ କରି ପିଜୁଳି, ଲେମ୍ବୁ, କୋଳି, ଷ୍ଟ୍ରବେରୀ, ଆଦି ସୁସ୍ବାଦୁ ଫଳ ସହ ବହୁ ପ୍ରକାରର ପରିବା । ଫୁଲକୋବି, ଟମାଟୋ, ମୂଳା, ଗାଜର,ବିମ, କ୍ୟାପସିକମ ଇତ୍ୟାଦି ପାରିବା ଆଦି ଲଗାଯାଇଛି ଏବଂ ଏହା ସହ ଲାଗିଛି ଭଳିକି ଭଳି ଫୁଲ । ଗେଣ୍ଡୁ, ସେବତୀ, ଗୋଲାପ, ସହ ବିଭିନ୍ନ ଫୁଲ ଛାତ ଉପରେ ଲଗାଇଛନ୍ତି ଅବିନାଶ । ଏଭଳି ନିଜ ଘର ଛାତ ଉପରେ ଗଛ ଲଗାଇ ନିଜ ଘର ଛାତକୁ ସୌନ୍ଦର୍ଯ୍ୟ ମୟ କରିଛନ୍ତି ।

ପ୍ରଥମେ ଅବିନାଶଙ୍କ ବାପା ଘର ଛାତ ଉପରେ ଛୋଟ ଛୋଟ ଗଛ ଲଗାଉଥିଲେ । କୋରୋନା ସମୟରେ ଅବିନାଶ ଏହି ସବୁ ଗଛର ଯତ୍ନ ନେଉ ନେଉ ପଡିଯାଇଥିଲେ ପ୍ରକୃତି ପ୍ରେମରେ । ଏହା ପରେ ସେ ୟୁଟ୍ୟୁବରୁ ବିଭିନ୍ନ ପ୍ରକାରର ଗଛ ଦେଖି ନିଜ ଛାତରେ ଲଗାଇବା ଆରମ୍ଭ କଲେ । ବର୍ତ୍ତମାନ ସେ ନିଜ ଛାତରେ ପିଜୁଳି, 3ପ୍ରକାର ଜାତିର ଆମ୍ବ, ଥାଇଲାଣ୍ଡ କୋଳି, ଚାଇନା ଲେମ୍ବୁ, 3 ପ୍ରକାରର ଆପେଲ ଓ ଆପେଲ ବେଅର ସହ ସନ୍ତରା, ଷ୍ଟ୍ରବେରୀ ସାଙ୍ଗକୁ ଆହୁରି ଅନ୍ୟାନ୍ୟ ଫଳ ଏବଂ ଫୁଲ ନିଜେ ଛାତରେ ଲଗାଇଛନ୍ତି ।

ସୁନ୍ଦର ଭାବରେ ଫଳିଛି ଭଳିକି ଭଳି ଫୁଲଫଳ । ଦେଖିଲେ ଏହି ଫଳକୁ ତୋଳିବାକୁ ଇଛା ହେବନାହିଁ । ଅବିନାଶଙ୍କ ଏହି ପ୍ରୟାସକୁ ନେଇ ସମସ୍ତେ ଖୁବ ପ୍ରଶଂସା କରିଛନ୍ତି । ତାଙ୍କ ବୟସର ପିଲାମାନେ ମୋବାଇଲରେ ସମୟ ବିତାଉଥିବା ବେଳେ ଅବିନାଶଙ୍କର ଗଛ ପ୍ରତି ଭଲପାଇବାକୁ ସମସ୍ତେ ବାଃବାଃ ଦେଇଛନ୍ତି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.