ETV Bharat / state

JP Nadda In Kandhamal: ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସଲି ଚାବି କୁଆଡେ ଗଲା: ଜେପି ନଡ୍ଡା

author img

By

Published : Dec 28, 2022, 4:56 PM IST

Updated : Dec 28, 2022, 5:25 PM IST

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିବା ନଡ୍ଡା ସମ୍ବୋଧନରେ ଓଡିଶା ବୀର ଓ ତପସ୍ବୀଙ୍କ ଭୂମି ବୋଲି କହିଥିଲେ । ଓଡିଶାର ବରପୂତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ସଫଳତା ରାଜ୍ୟ ରାଜ୍ୟ ସରକାରଙ୍କ ବିଫଳତା ବଖାଣିଲେ ନଡ୍ଡା । ଅଧିକ ପଢନ୍ତୁ

JP Nadda In Kandhamal
JP Nadda In Kandhamal

JP Nadda In Kandhamal
JP Nadda In Kandhamal

ଭୁବନେଶ୍ବର/ଫୁଲବାଣୀ: ଓଡିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦେଶର ନେତୃତ୍ବ ନେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବରେ ଭାରତ ବିକାଶ ପଥରେ ଆଗେଇ ଚାଲିଛି । ଭାରତର ଅର୍ଥ ବ୍ୟବସ୍ଥା ଏବେ ବିଶ୍ବରେ ପଞ୍ଚମ ହୋଇପାରିଛି । ଆମକୁ ଶାସନ କରିଥିବା ଇଂରେଜଙ୍କ ଦେଶ ଇଂଲଣ୍ଡକୁ ପଛକୁ ଠେଲି ଦେଇଛି ଭାରତ । ମୋବାଇଲ ଉତ୍ପାଦନରେ ଦ୍ବିତୀୟ ଦେଶ ଭାବେ ଭାରତ ନାଁ କରିଛି । ରାସାୟନିକ ଶିଳ୍ପରେ 160 ପ୍ରତିଶତ ବୃଦ୍ଧି ଘଟିଛି । ଭାରତ ସମେତ ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର କୌଣସି ସୁଯୋଗ ହାତଛଡା କରିବେ ନାହିଁ । ଓଡିଶା ଗସ୍ତରେ ଆସି କନ୍ଧମାଳ ତୁମୁଡିବନ୍ଧ (Tumudibandha in Kandahamal) ଠାରେ ଦଳୀୟ ସାଧାରଣ ସମାବେଶକୁ ସମ୍ବୋଧିତ କରି ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା (BJP national President P Nadda ) ।

ଏହାବି ପଢନ୍ତୁ- ଜମୁଛି ବରଗଡ ଧନୁଯାତ୍ରା, ମଥୁରାରେ କଂସ ମହାରାଜଙ୍କ ରାଜୁତି ଆରମ୍ଭ

ବଖାଣିଲେ କେନ୍ଦ୍ର ସରକାରଙ୍କ ସଫଳତା

ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିବା ନଡ୍ଡା ସମ୍ବୋଧନରେ କହିଥିଲେ, ଓଡିଶା ବୀର ଓ ତପସ୍ବୀଙ୍କ ଭୂମି । ଓଡିଶାର ବରପୂତ୍ରଙ୍କ ସ୍ମୃତି ଚାରଣ କରିଥିଲେ । ନିଜ ସମ୍ବୋଧନରେ କେନ୍ଦ୍ର ସରକାରଙ୍କ ସଫଳତା ରାଜ୍ୟ ରାଜ୍ୟ ସରକାରଙ୍କ ବିଫଳତା ବଖାଣିଲେ ନଡ୍ଡା । କହିଥିଲେ, "ଉଜ୍ଜ୍ବଳା ଯୋଜନା ଓ ସ୍ବଚ୍ଛ ଭାରତ ମିଶନ ସଫଳତାର ସହ ଆଗେଇ ଚାଲିଛି । ନୂଆ ଜାତୀୟ ଶିକ୍ଷାନୀତି ଦେଶରେ କାର୍ଯ୍ୟକାରୀ ହୋଇଛି । ନୂଆ ଜାତୀୟ ଶିକ୍ଷାନୀତି ଆଧାରରକ ମାତୃଭାଷାରେ ଇଞ୍ଜିନିୟରିଂ ପଢ଼ିବାର ସୁବିଧା ପାଉଛନ୍ତି ଛାତ୍ରଛାତ୍ରୀ । ଭାରତ ଆଜି 100 ଦେଶକୁ କୋଭିଡ ଟିକା ଯୋଗାଇ ଥିବାବେଳେ , 48 ଟି ଦେଶକୁ ମାଗଣାରେ ଟିକା ପ୍ରଦାନ କରି ମାନବବାଦର ପରିଚୟ ଦେଇଛି । କୃଷକଙ୍କୁ କେନ୍ଦ୍ରୀୟ ଯୋଜନା ସଶକ୍ତ କରୁଥିବା ବେଳ ବାର୍ଷିକ 6 ହଜାର ଟଙ୍କା କୃଷକ ମାନଙ୍କୁ ପ୍ରଦାନ କରୁଛନ୍ତି କେନ୍ଦ୍ରସରକାର । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ସୁଫଳ ଆଜି ଦେଶର କୃଷକ ପାଉଛନ୍ତି ।"

ରାଜ୍ୟ ସରକାରଙ୍କୁ କଡା ପ୍ରହାର

ଏହାବି ପଢନ୍ତୁ- ପୂର୍ବାନୁମାନ କରିହେବ କେଉଁ ପ୍ରକାର ସ୍ତନ କର୍କଟ ରୋଗୀଙ୍କ ପାଇଁ କେଉଁ ପ୍ରକାର ଚିକିତ୍ସା ହେବ !

ଆଜି ଆଦିବାସୀ ବହୁଳ କନ୍ଧମାଳ ମାଟିରୁ ରାଜ୍ୟ ସରକାରଙ୍କ ବିରୋଧରେ ପୁଣି ଥରେ ଗର୍ଜିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆଗାମୀ 2024 ଲଢେଇ ପାଇଁ ଦଳୀୟ ନେତା କର୍ମୀଙ୍କୁ ଆହ୍ବାନ ଦେଇ ସାରା ରାଜ୍ୟରେ ପଦ୍ମ ଫୁଟାବଇବାକୁ ନାରା ଦେଇଛନ୍ତି । ରାଜ୍ୟ ସରକାରଙ୍କୁ ସିଧା ଆଟାକ କରି କାହିଁକି ଓଡିଶାରେ ଆୟୁଷ୍ମାନ ଭାରତ କାର୍ଯ୍ୟକାରୀ ହେବ ନାହିଁ । କାହିଁକି ନବୀନ ସ୍ବାସ୍ଥ୍ୟସେବାର ଅନ୍ତରାୟ ସୃଷ୍ଟି କରୁଛନ୍ତି ? ରାଜ୍ୟରେ କିଏ ସରକାର ଚଳାଉଛି ? ଏହାର ତଦନ୍ତ କରାଯିବ । ରାଜ୍ୟର ଦୃତ ବିକାଶ ପାଇଁ ସରକାର ପରିବର୍ତ୍ତନ କରିବାକୁ ପଡିବ । ଆଗାମୀ ନିର୍ବାଚନରେ ବିଜେପିକୁ ଭୋଟ ଦେବା ପାଇଁ ଆହ୍ବାନ ଦେଇଛନ୍ତି । ସେହିପରି ମହାପ୍ରଭୁଙ୍କ ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା କଥା ଉଠାଇ ରତ୍ନଭଣ୍ଡାରର ଅସଲି ଚାବି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । କାହିଁକି ରତ୍ନଭଣ୍ଡାରର ସୁରକ୍ଷା ପାଇଁ ସରକାର ଚୁପ ରହିଛନ୍ତି ?

କାର୍ଯ୍ୟକ୍ରମରେ କେନ୍ଦ୍ରମନନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Union Minister Dharmendra Pradhan), ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀ, ସହ ପ୍ରଭାରୀ, ରାଜ୍ୟ ବିଜେପିର ବରିଷ୍ଠ ନେତା ବିଧାୟକ ସାଂସଦ ଜିଲ୍ଲା ପଦାଧିକାରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated :Dec 28, 2022, 5:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.