ଜମୁଛି ବରଗଡ ଧନୁଯାତ୍ରା, ମଥୁରାରେ କଂସ ମହାରାଜଙ୍କ ରାଜୁତି ଆରମ୍ଭ

author img

By

Published : Dec 28, 2022, 2:17 PM IST

world famous dhanu yatra

ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହୋଇଛି ( world famous dhanu yatra) । ପ୍ରଥମ ଦିନରେ ଦେବକୀ ଓ ବାସୁଦେବଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ । ଅଧିକ ପଢନ୍ତୁ

ଜମୁଛି ବରଗଡ ଧନୁଯାତ୍ରା, ମଥୁରାରେ କଂସ ମହାରାଜଙ୍କ ରାଜ

ବରଗଡ: କୋରୋନା ପାଇଁ 3 ବର୍ଷ ହେବ ବନ୍ଦ ଥିବା ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ଗତକାଲିଠୁ (ମଙ୍ଗଳବାର) ଆରମ୍ଭ ହୋଇଛି । ୭୫ ତମ ବରଗଡ଼ର ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ୧୧ ଦିନ ଧରି ଚାଲିବ । ବରଗଡ଼ରେ ମହାରାଜ କଂସଙ୍କ ରାଜୁତି ଆରମ୍ଭ ହୋଇଛି । ପ୍ରଥମ ଦିନରେ ଦେବକୀ ଓ ବାସୁଦେବଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିବା ବେଳେ ଆଜି ଦ୍ବିତୀୟ ଦିନରେ ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ । ଏହା ସହିତ କଂସ ନଗର ଭ୍ରମଣ କରିବେ । ରଙ୍ଗ ମହଲ ଉଦଘାଟନ ସହିତ ଜମିଛି ନାଚ ଗୀତ । ଦୀର୍ଘ 3 ବର୍ଷ ପରେ ପୁଣି ଯାତ୍ରା ହୋଇଥିବାରୁ ଦର୍ଶକ ଖୁବ ଉତ୍ସାହିତ ଅଛନ୍ତି ।

ଧନୁଯାତ୍ରାର ଉଦଘାଟନୀ ଦିବସରେ ରାଜକୀୟ ଢଙ୍ଗରେ ଦେବକୀ ବାସୁଦେବଙ୍କ ବିବାହ ହୋଇଯାଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ସିଂହାସନ ଆରୋହଣ କରିଛନ୍ତି ମହାପ୍ରତାପି କଂସାସୁର । ଦେବକୀଙ୍କ ଅଷ୍ଟମ ଗର୍ଭ ହେବ କଂସର ମୃତ୍ୟୁର କାରଣ ଦୈବବାଣୀ ହେବା ପରେ କଂସ ବ୍ୟସ୍ତ ବିବ୍ରତ ହୋଇପଡ଼ିଛି । ଦେବକୀ ବାସୁଦେବଙ୍କୁ ବନ୍ଦୀ କରି କାରାଗାର ରଖିଛି କଂସ । ବିଶ୍ବର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଞ୍ଚ କୁହାଯାଉଥିବା ବରଗଡ଼ ଧନୁଯାତ୍ରର ପ୍ରଥମ ଦିବସରେ ମଥୁରାର ମହାରାଜ ଉଗ୍ରସେନ ଝିଅ ଦେବକୀର ବିବହା ପାଇଁ ଏକ ସୁଯୋଗ୍ୟ ବରପାତ୍ର ଭାବେ ବାସୁଦେବଙ୍କ ପ୍ରସ୍ତାବ ପାଇଥିଲେ । ଅବିଳମ୍ବେ ଏହି ପ୍ରସ୍ତାବରେ ରାଜି ହୋଇ ଉଗ୍ରସେନ୍ ଏହାପେରେ ରାଜକୀୟ ଆଡ଼ମ୍ବର ସହ ଦେବକୀ ଓ ବାସୁଦେବଙ୍କ ବିବାହ ଆୟୋଜିତ କରିଥିଲେ । ସ୍ଥାନୀୟ ତଲିପଡ଼ା ସ୍ଥିତ ରାମଜୀ ମନ୍ଦିରଠାରେ ବିବାହ ସମ୍ପନ୍ନ ହୋଇଛି । ଦେବକୀ ବସୁଦେବଙ୍କ ବିବାହକୁ ନେଇ ସାରା ମଥୁରା ନଗରୀ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ମୃଗୟାରୁ ଫେରି ଆସିଛନ୍ତି ମହାରାଜ କଂସ । ତାଙ୍କ ଅନୁପସ୍ଥିତିରେ ଭଉଣୀ ଦେବକୀର ବିବାହ ହୋଇଯାଇ ଥିବାରୁ ଦୁଖଃତ ହୋଇପଡ଼ଥିଲେ କଂସ । ଭଉଣୀ ଦେବକୀଙ୍କୁ ଶାଶୁଘରେ ଛାଡ଼ିଦେବା ପାଇଁ ଆନନ୍ଦର ସହ ବାହାରି ଥିବା ବେଳେ ଠିକ୍ ଏତିକି ବେଳେ ଶୁଭିଛି ଦୈବବାଣୀ " ରେ ରେ କଂସ ଦେବକୀଙ୍କ ଅଷ୍ଟମ ଗର୍ଭ ସନ୍ତାନ ହେବ ତୋର ମୃତ୍ୟୁର କାରଣ" ଦୈବବାଣୀ ଶୁଣି କଂସ ଅତ୍ୟନ୍ତ କ୍ରୋଧିତ ହୋଇପଡିଛି ।

ଏହାପରେ କ୍ରୋଧରେ ସେ ଦେବକୀ, ବାସୁଦେବଙ୍କୁ କାରାଗାରରେ ବନ୍ଦୀ କରିଦେଇଥିବା ବେଳେ ମହାରାଜ ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି ନିଜେ ଆହୋରଣ କରିଛନ୍ତି ମଥୁରା ନଗରୀର ରାଜସିଂହାସନ । ଉଗ୍ରସେନଙ୍କୁ ରାଜ କଟୁଆଳ କରିଛନ୍ତି । କଂସଙ୍କ ରାଜଭିଷେକ ପରେ ମନ୍ତ୍ରୀ ପରିଷଦ ଉଲ୍ଲସୀତ ହୋଇପଡ଼ିଥିବା ବେଳେ ସମସ୍ତଙ୍କ ମନୋରଞ୍ଜନ ପାଇଁ ଆୟୋଜନ କରାଯାଇଛି ନୃତ୍ୟଗୀତ କାର୍ଯ୍ୟକ୍ରମ । ଆଜି ଦ୍ବିତୀୟ ଦିନରେ ମଥୁରାବାସୀଙ୍କ ମନୋରଞ୍ଜନ ନେଇ ରଙ୍ଗମହଲର ଉଦଘାଟନ କରିବେ ମହାରାଜ କଂସ । ଏହା ସହିତ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣଙ୍କ ଜନ୍ମ ସହ କଂସଙ୍କ ଭୟରେ ବାସୁଦେବ କୃଷ୍ଣଙ୍କୁ ନେଇ ଗୋପପୁର ଯାତ୍ରା କରି ଯଶୋଦାଙ୍କ କୋଳରେ କୃଷ୍ଣଙ୍କୁ ଥୋଇ ବିଜୁଳି କନ୍ୟାକୁ ନେଇ ମଥୁରା ଫେରିବାର ଦୃଶ୍ୟ ଅଭିନିତ ହେବ ।

ଇଟିଭି ଭାରତ, ବରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.