ETV Bharat / sukhibhava

ପୂର୍ବାନୁମାନ କରିହେବ କେଉଁ ପ୍ରକାର ସ୍ତନ କର୍କଟ ରୋଗୀଙ୍କ ପାଇଁ କେଉଁ ପ୍ରକାର ଚିକିତ୍ସା ହେବ !

author img

By

Published : Dec 28, 2022, 11:33 AM IST

breast cancer
breast cancer

ବିଭିନ୍ନ ପ୍ରକାରର ସ୍ତନ କର୍କଟ ରୋଗୀ ରହିଛନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ କେଉଁ ପ୍ରକାର ସ୍ତନ କର୍କଟ ରୋଗୀଙ୍କ କ୍ଷେତ୍ରରେ କେଉଁ ପ୍ରକାର ଚିକିିତ୍ସା କଲେ ଭଲ ହୋଇ ପାରିବ ତାହା ପୂର୍ବାନୁମାନ କରିହେବ । ଏଭଳି ପୂର୍ବରୁ ଅନୁମାନ କରିବାର ସୀମିତ ସମ୍ଭାବନା ରହିଛି(New method finds the right treatment for breast cancer patients) । ଅଧିକ ପଢନ୍ତୁ

ହାଇଦ୍ରାବାଦ: ବିଭିନ୍ନ ପ୍ରକାରର କର୍କଟ ମଧ୍ୟରୁ ସ୍ତନ କର୍କଟକୁ ଜଟିଳ ସମସ୍ୟା ଭାବେ ବିବେଚନା କରାଯାଏ । ମହିଳାଙ୍କ କ୍ଷେତ୍ରରେ ଏହି ପ୍ରକାର କର୍କଟ ଅଧିକ ଦେଖାଦେଇ ଥାଏ । ବେଳେବେଳେ ଏହି କାରଣରୁ ଅକାଳରେ ଜୀବନ ମଧ୍ୟ ଚାଲିଯାଏ । ମାତ୍ର ଏହାର ସଠିକ୍ ସମୟରେ ଚିକିତ୍ସା ମଧ୍ୟ ରୋଗମୁକ୍ତ କରିପାରେ । ନିକଟରେ ହୋଇଥିବା ଏକ ଅଧ୍ୟୟନ ଅନୁସାରେ କେଉଁ ପ୍ରକାର ସ୍ଥନ କର୍କଟ ରୋଗୀ କ୍ଷେତ୍ରରେ କେଉଁ ପ୍ରକାର ଚିକିତ୍ସା କରାଯାଇ ପାରିବ ତାହା ଅନୁମାନ କରି ହେବ । ଯାହାଦ୍ବାରା କର୍କଟ ରୋଗୀଙ୍କ ଦେହରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖା ଦେବନାହିଁ ତା ସହିତ ଅଯତା ଖର୍ଚ୍ଚ ବଞ୍ଚିତ ହୋଇ ପାରିବେ ରୋଗୀ ।(New method finds the right treatment for breast cancer patients)

କରୋଲିନସ୍କା ଇନଷ୍ଟିଚ୍ୟୁଟ୍‌ରେ ଅଙ୍କୋଲୋଜି-ପାଥୋଲୋଜି ବିଭାଗର ପ୍ରଫେସର ତଥା ଏହି ଅଧ୍ୟୟନର ସଂପୃକ୍ତ ଲେଖକ ଜୋହାନ ହାର୍ଟମ୍ୟାନ୍ ଏହି ସୂଚନା ଦେଇଛନ୍ତି । ଏହି ନୂତନ ପଦ୍ଧତି ମାଧ୍ୟମରେ, ରୋଗୀମାନେ ଚିକିତ୍ସାରେ କିପରି ପ୍ରତିକ୍ରିୟା କରିବେ, ଅର୍ଥାତ୍ ରୋଗର ଭୟାବହତା କେତେ ଅଛି ଏବଂ ଏହା ଚିକିତ୍ସା ମାଧ୍ୟମରେ ଭଲ ହୋଇପାରିବ କି ନାହିଁ, ତାହା ଜଣାପଡିବା ଦ୍ବାରା ଅନାବଶ୍ୟକ ପାର୍ଶ୍ୱ ପ୍ରତିକ୍ରିୟାକୁ ଏଡାଯାଇପାରିବ ଏବଂ ଅଧିକ ଖର୍ଚ୍ଚକୁ ରୋକାଯାଇ ପାରିବ । ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ରହିଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- Breast Cancer ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିପାରିବ ବ୍ୟାୟାମ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବର୍ତ୍ତମାନ ଅନେକ ଭିନ୍ନଭିନ୍ନ ଔଷଧ ଉପଲବ୍ଧ ହେଉଛି । ମାତ୍ର ଏହା ସବୁ ପ୍ରକାରର ରୋଗୀଙ୍କ ପାଇଁ ସମାନ ନୁହେଁ । ରୋଗୀ କେଉଁ ଚିକିତ୍ସା ଦ୍ୱାରା ଉପକୃତ ହୋଇପାରିବେ ସେ ସମ୍ବନ୍ଧରେ କିଛି ସୂଚନା, ଉଦାହରଣ ସ୍ୱରୂପ, DNA ସିକ୍ବେନ୍ସିଂ ମାଧ୍ୟମରେ ଜଣାପଡିପାରିବ । ଅବଶ୍ୟ, ଅନେକ କ୍ଷେତ୍ରରେ, ଏହି ଚିକିତ୍ସା ବ୍ୟକ୍ତିଗତ କ୍ଷେତ୍ରରେ ରୋଗୀଙ୍କୁ ସାହାଯ୍ୟ କରିବ କି ନାହିଁ ତାହା କହିବା ସମ୍ଭବ ନୁହେଁ ଏବଂ ରୋଗୀମାନେ କିପରି ଚିକିତ୍ସାରେ ପ୍ରତିକ୍ରିୟା ପ୍ରକାଶ କରିବେ ତାହା ପୂର୍ବାନୁମାନ କରିବା ପାଇଁ ଉତ୍ତମ ପଦ୍ଧତିର ଆବଶ୍ୟକ ରହିଛି ।

ତେବେ ସ୍ତନ କର୍କଟ କ'ଣ ଓ ଏହା କେମିତି ହୁଏ ଜାଣିରଖନ୍ତୁ...

  • ସ୍ତନ ଟିସୁ ଡକ୍ଟସ ଓ ଲୋବୁଲସରେ ଗଠିତ ହୋଇଥାଏ । ସ୍ତନରେ ଯେତେବେଳେ ଗୋଟିଏ କୋଷ ଭାଗଭାଗ ହୋଇ ଅସ୍ବାଭାବିକ ଭାବେ ବୃଦ୍ଧି ପାଏ, ସେତେବେଳେ ସ୍ତନ କର୍କଟ ହୋଇଥାଏ ।
  • ସ୍ତନ କର୍କଟ 'କାରସିନୋମା' ଭାବେ ବି ପରିଚିତ । ସ୍ତନ କର୍କଟ ଭିନ୍ନ ଭିନ୍ନ ପ୍ରକାରର ହୋଇଥାଏ । ମୁଖ୍ୟତଃ ଡକ୍ଟସରୁ ହିଁ ସୃଷ୍ଟି ହୋଇଥାଏ ସ୍ତନ କର୍କଟ । ଯାହାକୁ କି ଡକ୍ଟାଲ କାରସିନୋମା କୁହାଯାଏ(ଏହା ହେଉଛି ସବୁଠୁ ସାଧାରଣ ସ୍ତନ କର୍କଟ) । ଲୋବ୍ୟୁଲେସରୁ ସୃଷ୍ଟି ହେଉଥିବା ସ୍ତନ କର୍କଟକୁ ଲୋବ୍ୟୁଲାର କାରସିନୋମା କୁହାଯାଏ ।
  • ସ୍ତନ କର୍କଟ କେଉଁ ପ୍ରକାରର, ତାହା ଠିକ୍ ଭାବେ ଡାକ୍ତରମାନେ ଚିହ୍ନଟ କରିବା ଦରକାର । ତାହା ହେଲେ ହିଁ ସଠିକ୍ ଚିକିତ୍ସା ସମ୍ଭବ ହୋଇପାରିବ ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.