ETV Bharat / sukhibhava

Breast Cancer ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିପାରିବ ବ୍ୟାୟାମ

author img

By

Published : Nov 22, 2022, 11:52 AM IST

Breast Cancer ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିପାରିବ ବ୍ୟାୟାମ
Breast Cancer ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିପାରିବ ବ୍ୟାୟାମ

ବ୍ରେଷ୍ଟ କ୍ୟାନ୍ସର ଏକ ଜଟିଳ ରୋଗ ହୋଇଥିଲେ ମଧ୍ୟ, ଧୀରେ ଧୀରେ ଡାକ୍ତରୀ ଚିକିତ୍ସା ଏହି ରୋଗକୁ ମାତ୍ ଦେଇପାରୁଛି । ମାତ୍ର ଏହି ରୋଗ କାରଣରୁ ଅଧିକାଂଶ ମହିଳା ଚିକିତ୍ସା ସମୟରେ କିମ୍ବା ପରେ ନାନା ଶୀରିରକ ଅସୁସ୍ଥତାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ଅସୁସ୍ଥତା ଏବଂ ପାର୍ଶ୍ବ ପ୍ରତିକ୍ରିୟାକୁ କିପରି ଘରୋଇ ଉପଚାର ମାଧ୍ୟମରେ ସମାଧାନ କରିବେ, ଜାଣନ୍ତୁ

କାନବେରା: ବିଭିନ୍ନ ପ୍ରକାର କ୍ୟାନ୍ସର ମଧ୍ୟରୁ ମହିଳାମାନଙ୍କୁ ସର୍ବାଧିକ ପ୍ରଭାବିତ କରୁଥିବା କ୍ୟାନ୍ସର ହେଉଛି ସ୍ତନ କର୍କଟ ବା ବ୍ରେଷ୍ଟ୍ କ୍ୟାନ୍ସର । ବ୍ରେଷ୍ଟ୍ କ୍ୟାନ୍ସର ରିପୋର୍ଟ ଅନୁସାରେ, ପ୍ରତି ଆଠ ଜଣ ଅଷ୍ଟ୍ରେଲୀୟ ମହିଳାଙ୍କ ମଧ୍ୟରୁ ଜଣେ 85 ବର୍ଷ ବୟସ ପର୍ଯ୍ୟନ୍ତ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି । ସ୍ତନ କର୍କଟ ଚିକିତ୍ସାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ରେଡିଓଥେରାପି ଉଭା ହୋଇଛି, କିନ୍ତୁ କର୍କଟର ନକରାତ୍ମକ ପାର୍ଶ୍ବ ପ୍ରତିକ୍ରିୟା ଏକ ଜଟିଳ ସମସ୍ୟା ସୃଷ୍ଟି କରୁଛି । ତେବେ ଏହାକୁ ମାତ୍ ଦେଇପାରିବ ଶାରୀରିକ ବ୍ୟାୟାମ ।

ଶାରୀରିକ ବ୍ୟାୟାମ ମାଧ୍ୟମରେ ଜଣେ ମହିଳା ଚିକିତ୍ସା ପରେ ଏବଂ ଚିକିତ୍ସା ସମୟରେ ଥକ୍କାପଣ, ଅସୁସ୍ଥତା ଆଦି ପାର୍ଶ୍ବ ପ୍ରତିକ୍ରିୟାକୁ ରୋକିପାରିବେ(Exercise can reduce side effects of breast cancer) । ଏଡିଥ୍ କାଉନ୍ ୟୁନିଭରସିଟିର (ECU) ଅନୁସନ୍ଧାନରୁ ଜଣାପଡିଛି ଯେ, ବ୍ୟାୟାମ ବ୍ରେଷ୍ଟ୍ କ୍ୟାନ୍ସର ରୋଗୀଙ୍କ ପାଇଁ ରେଡିଓଥେରାପିକୁ ଅଧିକ ସହନଶୀଳ କରିପାରେ । ଏହି ଅନୁସନ୍ଧାନ 89 ଜଣ ମହିଳାଙ୍କୁ ନେଇ କରାଯାଇଥିଲା, ଯେଉଁଥିରେ 43 ଜଣ ଘରୋଇ ବ୍ୟାୟାମ 12-ସପ୍ତାହ ପର୍ଯ୍ୟନ୍ତ କରିଥିଲେ, ଏଥିରେ ଏକରୁ ଦୁଇଟି ପ୍ରତିରୋଧ ପ୍ରଶିକ୍ଷଣ ସେସନ୍ ସାପ୍ତାହିକ ବ୍ୟାୟାମ ବ୍ୟବସ୍ଥା ଏବଂ 30-40 ମିନିଟ୍ ଏରୋବିକ୍ ବ୍ୟାୟାମ ରହିଥିଲା ​​।

ଅବଶିଷ୍ଟ ରୋଗୀମାନେ ଏକ ନିୟନ୍ତ୍ରଣ ଗୋଷ୍ଠୀ ଥିଲେ, ଯେଉଁମାନେ ବ୍ୟାୟାମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିନଥିଲେ । ଅନୁସନ୍ଧାନକାରୀମାନେ ଶେଷରେ ଜାଣିବାକୁ ପାଇଲେ ଯେ, ଯେଉଁମାନେ ନିୟମିତ ବ୍ୟାୟାନ କରୁଥିଲେ ସେମାନେ ନିୟନ୍ତ୍ରଣ ଗୋଷ୍ଠୀ ତୁଳନାରେ ରେଡିଓ ଥେରାପି ସମୟରେ ଏବଂ ପରେ କର୍କଟ ସମ୍ବନ୍ଧୀୟ ଥକାପଣରୁ ଶୀଘ୍ର ସୁସ୍ଥ ହୋଇଥିଲେ । ଏହା ସହ ସେମାନଙ୍କର ରେଡିଓ ଥେରାପି ପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଗୁଣରେ ଉଲ୍ଲେଖନୀୟ ବୃଦ୍ଧି ଘଟିଥିବା ଦେଖିବାକୁ ମିଳିଥିଲା ।

ସେହିପରି ବ୍ୟାୟାମରୁ କୌଣସି ପ୍ରତିକୂଳ ପ୍ରଭାବ ରିପୋର୍ଟ କରାଯାଇ ନାହିଁ । ଜଣେ ଅନୁସନ୍ଧାନକାରୀ ରୋବ୍ ନ୍ୟୁଟନ୍ କହିଛନ୍ତି ଯେ, "ରେଡିଓ ଥେରାପି ସମୟରେ ଘରୋଇ ପ୍ରତିରୋଧ, ଏରୋବିକ୍ ବ୍ୟାୟାମ ନିରାପଦ, ଏହା କର୍କଟ ସମ୍ବନ୍ଧୀୟ ଥକାପଣରୁ ରକ୍ଷା କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଜୀବନଶୈଳୀରେ ଉନ୍ନତି ଆଣିବାରେ ପ୍ରଭାବଶାଳୀ ବୋଲି ଅଧ୍ୟୟନରୁ ଜଣାପଡିଛି ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.