ETV Bharat / politics

କଂଗ୍ରେସର ନିର୍ବାଚନୀ କସରତ, ଓଡି଼ଶାକୁ ଆସି ପ୍ରଚାର କରିବେ ସଚିନ ପାଇଲଟ - Sachin Pilot To Visit Odisha

author img

By ETV Bharat Odisha Team

Published : May 16, 2024, 6:56 PM IST

Sachin Pilot To Visit Odisha: ରାଜ୍ୟରେ ପ୍ରଚାର କରିବେ ରାଜସ୍ଥାନ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ଏହାସହ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଜାଣନ୍ତୁ କିଏ କେଉଁଦିନ ଆସିବେ ।

Sachin Pilot To Visit Odisha
Sachin Pilot To Visit Odisha (ETV Bharat Odisha)

ଭୁବନେଶ୍ବର: ଓଡି଼ଶାକୁ ଆସି ପ୍ରଚାର କରିବେ ସଚିନ ପାଇଲଟ । ଆସନ୍ତା 18 ତାରିଖରେ ରାଜ୍ୟରେ ପ୍ରଚାର କରିବେ ରାଜସ୍ଥାନ ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ସେ ଦିନିକିଆ ଓଡିଶା ଗସ୍ତରେ ଆସି ବାଲେଶ୍ୱର ସଂସଦୀୟ କ୍ଷେତ୍ରର ବାଲେଶ୍ୱର ଟାଉନ ଏବଂ ଭୋଗରାଇରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିଥିବାବେଳେ 20 ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ରହିଛି । ସେହିପରି 25ରେ ତୃତୀୟ ଏବଂ ଜୁନ 1 ତାରିଖରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।ଭୋଟ ହାତେଇବା ପାଇଁ କସରତ ଚଳାଇଛନ୍ତି ସମସ୍ତ ରାଜନୈତିକ ଦଳ ।

ନିର୍ବାଚନ ହାତ ପାହାନ୍ତାରେ ଥିବାବେଳେ କମ୍ପୁଛି ପ୍ରଚାର ମଇଦାନ । ରାଜ୍ୟକୁ ଘନ ଘନ ଗସ୍ତ କରୁଛନ୍ତି କେନ୍ଦ୍ରୀୟ ନେତୃତ୍ବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ,ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପରି ଅନ୍ୟାନ୍ୟ ନେତା ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ସେହିପରି କଂଗ୍ରେସ ପାଇଁ ରାହୁଲ ଗାନ୍ଧୀଙ୍କ ସମେତ AICC ଅଧ୍ୟକ୍ଷ ମଳିକାର୍ଜୁନ ଖଡଗେ ପ୍ରଚାର କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଓଡ଼ିଶାରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଥିବାବେଳେ ସଚିନ ପାଇଲଟ ମଧ୍ୟ ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପୂର୍ବରୁ ସଚିନ ପାଇଲଟ ବାଲେଶ୍ଵରରେ ଆସି କଂଗ୍ରେସ ପାଇଁ ଭିକ୍ଷା କରିବେ । ରାଜ୍ୟରେ ପ୍ରାୟ ଆସନରେ ବିଜେଡି ବିଜେପି ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦ୍ବିତା ହେଉଥିବାବେଳେ କିଛି ହାତଗଣତି ସିଟରେ ତ୍ରିକୋଣୀୟ ଫାଇଟ ହେଉଛି ।

ଏହା ମଧ୍ୟ ପଢନ୍ତୁ...ଓଡିଶା ପାଇଁ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକା: ସୋନିଆ, ରାହୁଲ ପ୍ରିୟଙ୍କା ଓ ରେଭନ୍ତ କରିବେ ପ୍ରଚାର - Star Campaigner Of Congress


ସୂଚନା ଅନୁସାରେ, ଉତ୍ତର ପ୍ରଦେଶରେ ନିର୍ବାଚନ ପ୍ରଚାର ପାଇଁ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଚଳିତ ମାସ 25 ତାରିଖ ପରେ ଅର୍ଥାତ ଚତୁର୍ଥ ପର୍ଯ୍ୟାୟ ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବେ । ସେହିପରି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡି, ଯୁବ ନେତା କହ୍ନେୟା କୁମାର, କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡି କେ ଶିବକୁମାର, ଜୟରାମ ରମେଶ ଆସି ଓଡ଼ିଶାରେ କଂଗ୍ରେସ ପାଇଁ ଭୋଟ ମାଗିବେ । ଚତୁର୍ଥ ପର୍ଯ୍ୟାୟ ପାଇଁ ରାହୁଲ ଗାନ୍ଧୀ କିମ୍ବା ପ୍ରିୟଙ୍କା ଗାନ୍ଧୀ ଭଦ୍ରକ ଜିଲ୍ଲାରେ କଂଗ୍ରେସ ପାଇଁ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.