ETV Bharat / state

କଣ୍ଠଶିଳ୍ପୀ ସୌରୀନଙ୍କ ଆଗୁଆ ଜାମିନ ମାମଲା, ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

author img

By ETV Bharat Odisha Team

Published : Aug 25, 2023, 8:00 PM IST

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ମାମଲାର ଶୁଣାଣି ଶେଷ । ରାୟ ସଂରକ୍ଷିତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ । ଅଧିକ ପଢ଼ନ୍ତୁ

harassment allegation against singer sourin bhatt
ସୌରିନ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

ସୌରିନ ଭଟ୍ଟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ

କଟକ: ହାଇକୋର୍ଟରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଆଗୁଆ ଜାମିନ ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ଓଡ଼ିଶା ହାଇକୋର୍ଟ । ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଆଗୁଆ ଜାମିନ ଆବେଦନ କରି ସୌରିନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ କୋର୍ଟ ଏହି ମାମଲାର ଶୁଣାଣି କରି ମାମଲାର କେସ ଡାଏରୀ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ପୋଲିସ ମଧ୍ୟ କୋର୍ଟରେ ଆଜି କେସ ଡାଏରୀ ଦାଖଲ କରିଥିଲା ।

ଏହା ମଧ୍ୟ ପଢ଼ନ୍ତୁ: Sexual Harassment Case: କଟକ ମହିଳା ଥାନାରେ ହାଜର ହେଲେ କଣ୍ଠଶିଳ୍ପୀ ସୌରିନ, କହିଲେ ଯୁବତୀଙ୍କୁ ଜାଣିନି
ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ କଣ୍ଠଶିଳ୍ପୀ ସୌରିନ ଭଟ୍ଟ କଟକ ମହିଳା ଥାନାରେ ହାଜର ହୋଇଥିଲେ । ଥାନାରେ ହାଜର ହେବା ସମୟରେ ସୌରିନ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ସମ୍ପୃକ୍ତ ଅଭିଯୋଗକାରିଣୀଙ୍କୁ ଚିହ୍ନି ନଥିବା କହିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ସୌରିନ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ଥିଲା । ଏପରିକି ଉଭୟଙ୍କ ମଧ୍ୟରେ ଟଙ୍କା ଦେବା ନେବା ମଧ୍ୟ ହେଉଥିଲା ବୋଲି ଏସିପି ସୂଚନା ଦେଇଛନ୍ତି । ତେବେ ସୌରିନଙ୍କ ୧୬୧ ଧାରାରେ ବୟାନ ରେକର୍ଡ ମଧ୍ୟ କରିଛି ପୋଲିସ । କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କୁ ପୂର୍ବରୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା ମିଳିଥିଲା । ତଦନ୍ତରେ ସହଯୋଗ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଥାନାରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପୀଡ଼ିତାଙ୍କ CRPCର ଧାରା ୧୬୪ରେ ବୟାନ ରେକର୍ଡ ଦାଖଲ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଫୋନ ବନ୍ଦ କରି ଲୁଚିଛନ୍ତି ସୌରିନ, ଖୋଜିବାକୁ କୋଲକାତା ଗଲା ପୋଲିସ

ଏହା ମଧ୍ୟ ପଢ଼ନ୍ତୁ: ସୌରିନ ଭଟ୍ଟ ଫେରାର ! ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୋଲିସ

ଏହା ମଧ୍ୟ ପଢ଼ନ୍ତୁ: ବନ୍ଧା ହେବେ କଣ୍ଠଶିଳ୍ପୀ ସୌରିନ, ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ

ପ୍ରକାଶ ଥାଉକି, ଗାୟକ ସୌରୀନ ଭଟ୍ଟ ବିରୋଧରେ ଶୋଷଣ ଅଭିଯୋଗ ଆଣିଥିଲେ ଜଣେ ଯୁବତୀ । କଟକ ମହିଳା ଥାନାରେ ଏନେଇ ଯୁବତୀ ଜଣକ ସୌରୀନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ସୌରୀନ, ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଛି । କଟକ ମହିଳା ଥାନାରେ ଯୁବତୀ ଜଣକ ପହଞ୍ଚି ଅଭିଯୋଗ କରିଥିଲେ । ଶାରିରୀକ ନିର୍ଯାତନା ଦେବା ସହ ସୌରୀନ ତାଙ୍କ ଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଯୁବତୀ ଜଣକ ସଙ୍ଗୀନ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.