ETV Bharat / state

ବନ୍ଧା ହେବେ କଣ୍ଠଶିଳ୍ପୀ ସୌରିନ, ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ

author img

By

Published : Jun 13, 2023, 6:55 PM IST

ଲୋକପ୍ରିୟ କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବଢିଲା ଅଡୁଆ । ପୀଡିତାଙ୍କ ଅଭିଯୋଗରେ ସତ୍ୟତା ଥିବା କହିଛନ୍ତି ଏସିପି ଅମିତାଭ ମହାପାତ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ

କଟକ: ପ୍ରତିଷ୍ଠିତ କଣ୍ଠଶିଳ୍ପୀ ସୌରିନ ଭଟ୍ଟ ବିରୋଧରେ ଯୌନ ଶୋଷଣ ମାମଲା ପ୍ରସଙ୍ଗରେ ପୀଡିତାଙ୍କର ଆଜି ବୟାନ ରେକର୍ଡ କରିଛି କଟକ ମହିଳା ଥାନା ପୋଲିସ । ପୀଡ଼ିତାଙ୍କ ଡାକ୍ତରୀ ମଇନା କରାଯିବା ସହ CRPCର ଧାରା ୧୬୪ ଆଧାରରେ ବୟାନ ରେକର୍ଡ କରିଛି ପୋଲିସ । ସୌରିନ ଯଦି ପୋଲିସ ନିକଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସିପି କହିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ଘଟଣାର ସତ୍ୟତା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଏସିପି ଅମିତାଭ ମହାପାତ୍ର କହିଛନ୍ତି ।

କଟକ ଜୋନ ୨ ଏସିପି ଅମିତାଭ ମହାପାତ୍ରଙ୍କ ସୂଚନା ଅନୁଯାୟୀ ଏହି ମାମଲାର ବର୍ତ୍ତମାନ ଅନୁଧ୍ୟାନ କରାଯାଉଛି । ଏନେଇ ବିଭିନ୍ନ ଲୋକଙ୍କୁ ପଚରାଉଚରା କରାଯିବ। ବିଭିନ୍ନ ଘଟଣାସ୍ଥଳ ପରିଦର୍ଶନ କରିବ ପୋଲିସ । ବିଶେଷକରି ଉଭୟଙ୍କ ସମ୍ପର୍କ କିପରି ସ୍ଥାପନ ହୋଇଥିଲା, ଉଭୟ କେଉଁ କେଉଁ ସ୍ଥାନ ବୁଲିଥିଲେ ଆଦି ତମାମ ଘଟଣାର ଯାଞ୍ଚ କରିବ ପୋଲିସ । ସୌରିନ ଯଦି ପୋଲିସ ନିକଟରେ ହାଜର ନ ହୁଅନ୍ତି, ତେବେ ତାଙ୍କୁ ଖୋଜିବାକୁ ମହିଳା ଥାନା ପୋଲିସର ଟିମ କୋଲକାତା ଯିବ ବୋଲି ସ୍ପଷ୍ଟ କରିଛନ୍ତି ଏସିପି । ନଚେତ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ମହିଳାଙ୍କ ଅଭିଯୋଗ ଅନୁସାରେ ଘଟଣାର ସତ୍ୟତା ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ସେ କହିଛନ୍ତି ।

ଏହା ବି ପଢନ୍ତୁ- ପ୍ରଲୋଭନ ଦେଖାଇ ପ୍ରତାରଣା, କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ନାଁରେ ଏତଲା

ପୀଡ଼ିତାଙ୍କ ଅଭିଯୋଗ ମୁତାବକ ବେଙ୍ଗଲି ଗାୟକ ସୌରିନ ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଶାରିରୀକ ଶୋଷଣ କରିବା ସହ ମାନସିକ ତଥା ଶାରିରୀକ ନିର୍ଯାତନା ଦେଉଥିଲେ । ଏପରିକି ସୌରିନ ତାଙ୍କ (ଯୁବତୀ)ଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ପୀଡ଼ିତାଙ୍କ ଅଭିଯୋଗକୁ ଆଧାର କରି ମାମଲା ରୁଜୁ କରିଛି ପୋଲିସ । କଟକ ଜଗତପୁର ଅଞ୍ଚଳରେ ରହୁଥିବା ଏହି ଯୁବତୀ ଜଣକ ଗତକାଲି ( ସୋମବାର ) କଟକ ମହିଳା ଥାନାରେ ହାଜର ହୋଇ ସୌରିନଙ୍କ ବିରୁଦ୍ଧରେ ଏତାଲା ଦାଏର କରିଥିଲେ । ଯୁବତୀ ଜଣଙ୍କ ଏତଲାକୁ ଆଧାର କରି ପୋଲିସ, ସୌରିନଙ୍କ ବିରୁଦ୍ଧରେ ଆଇପିସିର ଦଫା 376, (ବାରମ୍ବାର ଦୁଷ୍କର୍ମ କରିବା) 943 (ବିବାହ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ କରିବା), 341 (ବେଆଇନ ଭାବେ ଅଟକ ରଖିବା), 471 (ଧୋକା ଦେବା), 232 (ଆଘାତ ଦେବା) ଓ 506 ହତ୍ୟା ଧମକ ଭଳି ଦଫା ରୁଜୁ କରିଛି ପୋଲିସ ।

ଏତଲା ମୁତାବକ ପୀଡ଼ିତା ଜଣଙ୍କ ପେସାରେ ସେ ଜଣେ ବ୍ୟାଙ୍କ କର୍ମଚାରୀ । ୨୦୧୫ ମସିହାରେ କଟକର ଏକ ବ୍ୟାଙ୍କରେ କାର୍ଯ୍ୟରତ ଥିବା ବେଳେ ସୌରିନଙ୍କ ସହ ତାଙ୍କ ପରିଚୟ ହୋଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇିଥିଲା । ତେବେ ସୌରିନ ତାଙ୍କ ବିବାହର ପ୍ରତିଶୃତି ଦେବା ସହ ମୁମ୍ବାଇ ଆସିବା ପାଇଁ କହିବାରୁ ପୀଡ଼ିତା କଟକ ଛାଡ଼ି ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରିବା ସହ ନିୟମିତ ଭାବେ ସୌରିନଙ୍କ ସମ୍ପର୍କରେ ରହୁଥିଲେ । ସୌରିନ ତାଙ୍କୁ ବିବାହ କରିବାର ପ୍ରତିଶୃତି ଦେଇ ଦୀର୍ଘ ବର୍ଷ ଧରି ଶାରୀରିକ ଶୋଷଣ କରୁଥିବା ନେଇ ପୀଡ଼ିତା ଅଭିଯୋଗ କରିଛନ୍ତି । ଏପରିକି ଅନେକ ସମୟରେ ସୋରିନ ତାଙ୍କୁ ଆକ୍ରମଣ କରି ଆଘାତ ଦେଇଥିବା କଥା ମଧ୍ୟ ନିଜ ଏତଲାରେ ଉଲ୍ଲେଖ କରିଛନ୍ତି ପୀଡ଼ିତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.