ETV Bharat / state

ସୌରିନ ଭଟ୍ଟ ଫେରାର ! ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୋଲିସ

author img

By

Published : Jun 17, 2023, 7:26 PM IST

ଯୌନ ଶୋଷଣ ମାମଲା ସାମ୍ନାକୁ ଆସିବା ପରେ ଫେରାର କଣ୍ଠଶିଳ୍ପୀ ସୌରିନ ଭଟ୍ଟ । ତେବେ ତାଙ୍କୁ ଖୋଜିବାକୁ ପୋଲିସ ରାଜ୍ୟ ବାହାରକୁ ଯିବ ବୋଲି କହିଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର । ଅଧିକ ପଢନ୍ତୁ

Etv Bharat
Etv Bharat

ଖୋଜିବାକୁ ରାଜ୍ୟ ବାହାରକୁ ଯିବ ପୋଲିସ

କଟକ: କଣ୍ଠଶିଳ୍ପୀ ସୌରୀନ ଭଟ୍ଟଙ୍କ ପାଇଁ ବଢୁଛି ଅଡ଼ୁଆ । ତାଙ୍କ ବିରୋଧରେ ଯୌନ ଶୋଷଣ ମାମଲା ରୁଜୁ କରିଥିବା କଟକ ମହିଳା ଥାନା ପୋଲିସ ଏହାର ତନାଘନା ଆରମ୍ଭ କରିଛି । ସୌରିନ ଏବେ ଫେରାର ଥିବାରୁ ତାଙ୍କୁ ଠାବ କରିବା ପାଇଁ ଏକ ସ୍ବତନ୍ତ୍ର ଟିମ ଗଠନ କରିଛି କଟକ କମିଶନରେଟ ପୋଲିସ । ଏନେଇ ପୋଲିସ ରାଜ୍ୟ ବାହାରକୁ ଯାଇ ସୌରିନଙ୍କୁ ଖୋଜିବ ବୋଲି କହିଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର ।

ପ୍ରଥମେ ସୌରିନଙ୍କୁ ଠାବ କରିବା ପରେ ତାଙ୍କୁ ଗିରଫ କରାଯିବ ବୋଲି ସ୍ପଷ୍ଟ କରିଛି କଟକ କମିଶନରେଟ ପୋଲିସ । ଏଥିପାଇଁ ଆସନ୍ତା ଦୁଇ ଦିନ ଭିତରେ ଏହି ସ୍ବତନ୍ତ୍ର ଟିମ୍ ରାଜ୍ୟ ବାହାରକୁ ଯିବ । ସୌରିନ ନିଜ ମୋବାଇଲକୁ ସୁଇଚ ଅଫ କରିଥିବାରୁ ତାଙ୍କ ସହ ଯୋଗାଯୋଗ ହୋଇପାରୁନାହିଁ । ତେବେ ପୋଲିସ ପ୍ରଥମେ କୋଲକାତା ସ୍ଥିତ ବାସଭବନକୁ ଯାଇ ସେଠାରେ ଖୋଜାଖୋଜି କରିବ ବୋଲି ସୂଚନା ଦେଇଛନ୍ତି ଜୋନ ୨ ଏସିପି ଅମିତାଭ ମହାପାତ୍ର । ସୌରିନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ପୀଡ଼ିତାଙ୍କ ଡାକ୍ତରୀ ମାଇନା ସହ CRPCର ଧାରା ୧୬୪ ଆଧାରରେ ପୀଡ଼ିତାଙ୍କ ବୟାନ ରେକର୍ଡ କରିସାରିଛି ପୋଲିସ ।

ଏହା ସହ ଭିଡିଓ ଓ ଅଡିଓ ମୋଡରେ ମଧ୍ୟ ପୋଲିସ ଅଭିଯୋଗକାରୀ ଯୁବତୀଙ୍କ ବୟାନ ରେକର୍ଡ କରାଯାଇଛି । କଟକ ଜଗତପୁରରେ ରହୁଥିବା ଜଣେ ଯୁବତୀ ଗତ ୧୨ ତାରିଖରେ ସୌରିନଙ୍କ ନାଁରେ ଦୁଷ୍କର୍ମ ଭଳି ସାଙ୍ଘାତିକ ଅଭିଯୋଗ ଆଣିଥିଲେ । ସୌରିନ ତାଙ୍କୁ ବିବାହ ପ୍ରତିଶୃତି ଦେଇ ଶାରୀରିକ ଶୋଷଣ କରିବା ସହ ଠକେଇ କରିବା ନେଇ ଅଭିଯୋଗ କରିଛନ୍ତି ଯୁବତୀ । ଏନେଇ ସମ୍ପୃକ୍ତ ଯୁବତୀ କଟକ ମହିଳା ଥାନାରେ ହାଜର ହୋଇ ସୌରିନଙ୍କ ବିରୁଦ୍ଧରେ ଏତଲା ଦାୟର କରିଥିଲେ ।

ଏହା ବି ପଢନ୍ତୁ- ବନ୍ଧା ହେବେ କଣ୍ଠଶିଳ୍ପୀ ସୌରିନ, ପୀଡ଼ିତାଙ୍କ ବୟାନ ରେକର୍ଡ କଲା ପୋଲିସ

ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ ସୌରିନ ତାଙ୍କୁ ବିବାହ ପ୍ରଲୋଭନ ଦେଖାଇ ନିର୍ଯାତନା ଦେଇଛନ୍ତି । ଶାରିରୀକ ନିର୍ଯାତନା ଦେବା ସହ ସୌରିନ ତାଙ୍କଠାରୁ ୯ ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ସଙ୍ଗୀନ ଅଭିଯୋଗ କରିଛନ୍ତି ଯୁବତୀ । ଅଭିଯୋଗ କରିଥିବା ଯୁବତୀ ଜଣକ ପେସାରେ ଜଣେ ବ୍ୟାଙ୍କ କର୍ମଚାରୀ । ଯୁବତୀ ଜଣକ ବ୍ୟାଙ୍କରେ କାମ କରିବା ସହ ଗୀତ ଗାଇବା ତାଙ୍କର ଏକ ପ୍ରକାର ସଉକ ଥିଲା । ସେ ସୌରିନଙ୍କର ଫ୍ୟାନ। ଏକ ଷ୍ଟେଜର ଗୀତ ଗାଇବା ସମୟରେ ଉଭୟଙ୍କ ମଧ୍ୟରେ କୁଆଡେ ସମ୍ପର୍କ ସ୍ଥାପନ ହୋଇଥିଲା ବୋଲି କୁହାଯାଉଛି ।

ଉଭୟଙ୍କ ମଧ୍ୟରେ ଏତେ ଘନିଷ୍ଠତା ବଢି ଯାଇଥିଲା ଯେ ଉଭୟ ପରସ୍ପରକୁ ବିବାହ କରିବାକୁ ରାଜି ହୋଇଥିଲେ । ମାତ୍ର ସୌରିନ ବିବାହ କରିବାକୁ ପ୍ରଲଭନ ଦେଖାଇ ଯୁବତୀ ଜଣଙ୍କଠାରୁ ୯ ଲକ୍ଷ ଟଙ୍କା ଠକି ନେଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି । ଏହି ମୋଟା ଅଙ୍କର ଟଙ୍କାକୁ ଯୁବତୀ ଜଣକ ଆକାଉଣ୍ଟରେ ଦେଇଥିବା କହିଛନ୍ତି । ଏହି ଅର୍ଥ ନେଣଦେଣର ପ୍ରମାଣ ମଧ୍ୟ ଥାନାରେ ଦାଖଲ କରିଛନ୍ତି ପୀଡ଼ିତା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.