ETV Bharat / snippets

କୂଅରେ ଶ୍ବାସରୁଦ୍ଧ ଶ୍ରମିକକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ମୃତ୍ୟୁ- Well Tragedy

author img

By ETV Bharat Odisha Team

Published : May 23, 2024, 8:28 PM IST

Young man Died
Young man Died (ETV Bharat Odisha)

Young man Died: ବ୍ରହ୍ମପୁର: କୂଅ ସଫେଇ ବେଳେ ଫସିରହିଥିବା ଦୁଇ ଶ୍ରମିକଙ୍କ ଜୀବନ ବଞ୍ଚାଇବାକୁ ଯାଇ ଶେଷରେ ପ୍ରାଣ ହରାଇଛନ୍ତି ଜଣେ ଉଦ୍ଧାରକାରୀ ଯୁବକ । ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ଗ୍ରାମରେ କୂଅ ସଫା କରୁଥିବା ବେଳେ ଏଭଳି ଏକ ଅଘଟଣ ଘଟିଛି । ଯେଉଁଥିରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଶ୍ରମିକଙ୍କୁ ଅଣନିଶ୍ୱାସୀ ଭାବରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି । ଘଟଣା ପରେ ସ୍ଥାନୀୟ ଅଗ୍ନିଶମ ବାହିନୀ ପହଞ୍ଚି କୂଅ ମଧ୍ୟରୁ ସମସ୍ତଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି । ମୃତକ ଜଣଙ୍କ ଦିବାକର ସାହୁ ବୋଲି କୁହାଯାଇଥିବା ବେଳେ ତାଙ୍କ ଘର ନାରାୟଣପୁର ବୋଲି ଜଣାପଡିଛି । ଘଟଣାରେ ଅନ୍ୟ ଦୁଇ ଜଣ ଚିକିତ୍ସାଧୀନ ଅବସ୍ଥାରେ ସ୍ଥାନୀୟ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।‌

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.