ETV Bharat / state

ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ବଗିରେ ଲାଗିଲା ନିଆଁ

author img

By ETV Bharat Odisha Team

Published : Dec 7, 2023, 8:05 AM IST

Updated : Dec 7, 2023, 9:10 AM IST

jan shatabdi express
jan shatabdi express

କଟକ ଷ୍ଟେସନରେ ଜନ ଶତାବ୍ଦୀରେ ଏକ୍ସପ୍ରେସ ଅଗ୍ନିକାଣ୍ଡ । ନିଆଁକୁ ଆୟତ କଲା ଅଗ୍ନିଶମ ବିଭାଗ। ଅଧିକ ପଢନ୍ତୁ

ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କଟକ: ଜନ ଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ଭୁବନେଶ୍ୱରରୁ ହାୱାଡ଼ା ଯାଉଥିବା ବେଳେ କଟକ ଷ୍ଟେସନରେ ନିଆଁ ଲାଗିଥିବା ସୂଚନା । ଟ୍ରେନରେ ବଗି ତଳେ ନିଆଁ ଲାଗିଥିବା ବେଳେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବଗି ତଳେ ଅଗ୍ନିକାଣ୍ଡ ଘଟିଥିବା ସ୍ପଷ୍ଟ ହୋଇଛି । ନିଆଁ ଆୟତ୍ତ ହେବା ପରେ ଟ୍ରେନଟି ଷ୍ଟେସନ ଛାଡ଼ିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଏସି କୋଚରେ ଲାଗିଲା ନିଆଁ

ଆଜି ଭୋର ସମୟରେ କଟକ ରେଳ ଷ୍ଟେସନରେ ପହଞ୍ଚିଥିଲା ଜନ ଶତାବ୍ଦୀ ଏକ୍ସପ୍ରେସ । ଏହି ସମୟରେ ଟ୍ରେନର ଏକ ବଗି ତଳେ ନିଆଁ ଲାଗିଥିବା କିଛି ଯାତ୍ରୀ ଦେଖିବାକୁ ପାଇଥିଲେ । ଏନେଇ ରେଳ କର୍ମଚାରୀଙ୍କୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା । ଅଗ୍ନିକାଣ୍ଡରେ କାହାର କିଛି କ୍ଷୟକ୍ଷତି ହୋଇ ନାହିଁ । ଯାତ୍ରୀମାନେ ମଧ୍ୟ ସୁରକ୍ଷିତ ରହିଛନ୍ତି । 45 ମିନିଟ୍‌ ପରେ ଟ୍ରେନ୍‌ଟି କଟକରୁ ହାଓ୍ବାଡା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯାନ୍ତ୍ରିକ ତ୍ରୁଟି ପାଇଁ ବଗି ତଳେ ନିଆଁ ଲାଗିଥିଲା ।

ଏହା ମଧ୍ଯ ପଢନ୍ତୁ-ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଧୂଆଁ, ଓହ୍ଲାଇଗଲେ ଯାତ୍ରୀ

ଗତ ଜୁନ୍‌ ମାସରେ ବ୍ରହ୍ମପୁର ରେଳ ଷ୍ଟେସନରେ ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଥିଲା । ଟ୍ରେନର B5 ବଗିରେ ନିଆଁ ଲାଗିଥିଲା । ସଟ୍‌ସର୍କିଟ ଯୋଗୁଁ ଟ୍ରେନର ବଗିରେ ନିଆଁ ଲାଗିଥିବା ତଦନ୍ତ ପରେ ସ୍ପଷ୍ଟ ହୋଇଥିଲା । ବ୍ରହ୍ମପୁର ଷ୍ଟେସନରେ ଛିଡ଼ା ହୋଇଥିବା ବେଳେ ବଗିରୁ ଧୂଆଁ ବାହାରିଥିଲା । ଫଳରେ ଯାତ୍ରୀ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ ।

ଏହା ମଧ୍ୟ ପଢନ୍ତୁ-ଷ୍ଟେସନ ନିକଟରେ ଜଳିଗଲା ସାହାରନପୁର-ଦିଲ୍ଲୀ ପାସେଞ୍ଜର ଟ୍ରେନ

କ୍ରମାଗତ ଭାବେ ରାଜ୍ୟରେ ରେଳ ଦୁର୍ଘଟଣା ଖବର ସାମ୍ନାକୁ ଆସିବାରେ ଲାଗିଛି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ବାରମ୍ବାର ଟ୍ରେନ୍‌ ଦୁର୍ଘଟଣା ଘଟୁଥିବା ଖବର ସାମ୍ନାକୁ ଆସୁଛି । ତେକେବେଳେ ଟ୍ରେନ୍‌ ଟ୍ରାକ୍‌ରୁ ଲାଇନଚ୍ୟୁତ ହେଉଛି ତ ପୁଣି କେତେ ବେଳେ ନିଆଁ ଲାଗୁଥିବା ଖବର ସାମ୍ନାକୁ ଆସୁଛି। ପୁଣି କେଉଁଠି ବଗି ଛାଡି ପଳାଉଛି ଟ୍ରେନ୍‌ । ବାରମ୍ବାର ଏପରି ଘଟଣା ସାମ୍ନାକୁ ଆସୁଥିବା ବେଳେ ଯାତ୍ରା ସମୟରେ ଲୋକଙ୍କ ମନରେ ଏକ ପ୍ରକାର ଭୟ ରହୁଛି ।

ଇଟିଭି ଭାରତ, କଟକ

Last Updated :Dec 7, 2023, 9:10 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.