ETV Bharat / bharat

ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ଅଗ୍ନିକାଣ୍ଡ; ଏସି କୋଚରେ ଲାଗିଲା ନିଆଁ

author img

By ETV Bharat Odisha Team

Published : Nov 15, 2023, 12:51 PM IST

Updated : Nov 15, 2023, 1:16 PM IST

ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ । B-2 କୋଚରେ ନିଆଁ ଲାଗିଥିବା ବେଳେ ରେଳବାଇ କର୍ମଚାରୀଙ୍କ ଉଦ୍ୟମରେ ନିଆଁକୁ ଆୟତ୍ତ କରାଯାଇଛି । ଅଧିକ ପଢନ୍ତୁ

Etv Bharat
ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

ରାୟପୁର: ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନରେ ଅଗ୍ନିକାଣ୍ଡ ଘଟିଛି । ଟ୍ରେନର B-2 କୋଚରେ ନିଆଁ ଲାଗିଯାଇଛି । ଛତିଶଗଡ଼ ଭିଲାଇ ହାଉସ ଭିଲାଇ ଷ୍ଟେସନ ନିକଟରେ ଘଟିଛି ଏହି ଅଗ୍ନିକାଣ୍ଡ । ଟ୍ରେନରେ ନିଆଁ ଲାଗିବା ଖବର ପାଇବା ପରେ ତତ୍‌କ୍ଷଣାତ ଦୁର୍ଘଟଣାସ୍ଥଳରେ ପହଞ୍ଚିଥିଲେ ରେଳବାଇ କର୍ମଚାରୀ । ହଟ୍ ଏକ୍ସଲ କାରଣରୁ ଟ୍ରେନ ବଗିରେ ନିଆଁ ଲାଗିଯାଇଥିବା ରେଳବାଇ ପକ୍ଷରୁ ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇନାହାନ୍ତି । ଉଦ୍ଧାରକାରୀ ଟିମ ନିଆଁକୁ ନିୟନ୍ତ୍ରଣ କରିବା ପରେ ଗନ୍ତବ୍ୟ ପଥରେ ପୁଣିଥରେ ଯାତ୍ରା କରିଛି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ।

ସୂଚନା ଅନୁସାରେ, ପୁରୀରୁ ଅହମ୍ମଦାବାଦ ଯାତ୍ରା କରୁଥିବା ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଆଜି( ବୁଧବାର) ସକାଳ ୧୦ଟା ୨୦ ମିନିଟରେ ଭିଲାଇ ଅନ୍ତର୍ଗତ ପାୱାର ହାଉସ ଷ୍ଟେସନରେ ପହଞ୍ଚିଥିଲା । ଏହି ସମୟରେ ଟ୍ରେନର ଦୁଇଟି କୋଚରେ ହଠାତ ନିଆଁ ଲାଗି ଯାଇଥିଲା । B-2 କୋଚରୁ ପ୍ରଥମେ ଧୂଆଁ ବାହାରିଥିବା ବେଳେ ପରେ ଟ୍ରେନ ତଳୁ ଧୂଆଁ ବାହାରିଥିଲା ଏବଂ ନିଆଁ ଲାଗିଯାଇଥିଲା । ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନରୁ ଓହ୍ଲାଇ ଯିଏ ଯୁଆଡ଼େ ଦୌଡ଼ିବାକୁ ଲାଗିଥିଲେ ।

ଏହା ମଧ୍ୟ ପଢନ୍ତୁ: ପୁରୀ ରେଲୱେ ଷ୍ଟେସନ କୋଚିଂ ଡିପୋରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଟ୍ରେନରେ ନିଆଁ ଲାଗିବା ଖବର ପାଇ ରେଳବାଇ ଅଧିକାରୀ ଏବଂ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲେ । ଟ୍ରେନ ଅଗ୍ନିକାଣ୍ଡରେ କେହି ହତାହତ ହୋଇନାହାନ୍ତି । ନିଆଁ ଲାଗିବା ଘଟଣାକୁ ନେଇ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଟ୍ରେନ ପାଖାପାଖି ଏକ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେସନରେ ଅଟକି ରହିଥିଲା । ନିଆଁ ସଂପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବା ପରେ ପୁଣିଥରେ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ।

ରେଳବାଇ ପକ୍ଷରୁ ସୂଚନା ଅନୁସାରେ, B-୨ ବଗିରୁ ଧୂଆଁ ବାହାରିବା ପରେ, ଟ୍ରେନକୁ ବ୍ରେକ୍ ଲଗାଯାଇ ଅଟକା ଯିବା ସହ ଷ୍ଟେସନ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ବ୍ରେକ୍ ସୁ ନିକଟରୁ ଧୂଆଁ ବାହାରୁଥିବା ବେଳେ, ହାଲକା ନିଆଁ ଲାଗିଥିବା ଜଣାପଡ଼ିଥିଲା । ଷ୍ଟେସନ କର୍ମଚାରୀମାନେ ପମ୍ପ ଦ୍ବାରା ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ । ରେଳବାଇ କର୍ମଚାରୀଙ୍କ ଉଦ୍ୟମ ଯୋଗୁଁ ଅଳ୍ପ ସମୟ ମଧ୍ୟରେ ନିଆଁ ଲିଭାଇବା ସମ୍ଭବ ହୋଇଥିଲା । ନିଆଁ ନିୟନ୍ତ୍ରଣକୁ ଆସିବା ପରେ, ପୁଣିଥରେ ଯାତ୍ରୀମାନେ ଟ୍ରେନରେ ଚଢ଼ିଥିଲେ ଏବଂ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ଛାଡ଼ିଥିଲା । ଫଳରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସ ।

Last Updated :Nov 15, 2023, 1:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.